ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ଉଲୁଣ୍ଡା ସ୍ଥିତ କଲେଜ ଖେଳ ପଡିଆ ରେ ମଙ୍ଗଳବାର ଦିନ ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଏକ ବିଶାଳ ଶୋଭଯାତ୍ରାରେ ଉଲୁଣ୍ଡା ହାଟପଦା ରୁ ବାହାରି ସ୍ଥାନୀୟ ଖେଳ ପଡିଆ କୁ ଆସିଥିଲା । ପ୍ରଥମେ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏଥିରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଙ୍କ ସମେତ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର , ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଝସକେତନ ବାଘାର , ଉଲୁଣ୍ଡା ଜୋନ -୧ ଜିଲ୍ଲା ପରିଷଦ ସଦସ୍ୟା ବିଜୟ ଲକ୍ଷ୍ମୀ ତରାଇ , ବୀରମହାରାଜପୁର ଜୋନ -୨ ଜିଲ୍ଲା ପରିଷଦ ସଭ୍ୟା ଚନ୍ଦ୍ରକାନ୍ତି ଦନ୍ତା , ବିନିକା ଏନ୍ ଏ ସି ଅଧ୍ୟକ୍ଷ ସୁବାସ ଭୋଇ , ବୀରମହାରାଜପୁର ବ୍ଲକ ବିଜେଡି ସଭାପତି ସ୍ୱୟମ୍ଭୁନାଥ ଖଣ୍ଡଗିରୀ , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଉତ୍ତର କୁମାର ପାତ୍ର , ଜିଲ୍ଲା ବିଜେଡି ସଭାନେତ୍ରୀ ପଦ୍ମିନୀ ବଘାର , ବିନିକା ଏନ୍ ଏ ସି ବିଜେଡି ସଭାପତି ସୋମନାଥ ମିଶ୍ର,ବିନିକା ଜୋନ -୨ ଜିଲ୍ଲାପରିଷଦ ବଶିଷ୍ଠ ଭରସାଗର ,ବିନିକା ମହିଳା ବିଜେଡି ସଭାନେତ୍ରୀ ଲକ୍ଷ୍ମୀ ମେହେର ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ସତ୍ୟଞ୍ଜିବ ମିଶ୍ର ସଭା ସଂଯୋଜନା କରିଥିବା ବେଳେ ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସର ରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ରେ ବୀରମହାରାଜପୁର , ଉଲୁଣ୍ଡା ଓ ବିନିକା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ବିଜେଡି ସମର୍ଥିତ ସରପଞ୍ଚ , ସମିତିସଭ୍ୟ ଓ ବିଜୁ ଜନତା ଦଳର କର୍ମ କର୍ତ୍ତା ସାମିଲ ହୋଇଥିଲେ ।
ଉଲୁଣ୍ଡା ରେ ବିଜେଡି ର ପ୍ରତିଷ୍ଠା ଦିବସ ପାଳିତ
