ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ; ସେଲ ରାଞ୍ଚି କୁ ହରାଇ କର୍ଣ୍ଣାଟକ-୧୧ ସେମି ଫାଇନାଲରେ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ସ୍ଥିତ ହାଇସ୍କୁଲ ଖେଳ ପଡ଼ିଆରେ ହେଉଥିବା ୨୭ ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ବୁଧୁବାର ମ୍ୟାଚ୍ ଟି ସେଲ ରାଞ୍ଚି ଓ ଗୁଲବର୍ଗ ସିଟି -୧୧ କର୍ଣ୍ଣାଟକ ମଧ୍ୟରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ସେଲ ରାଞ୍ଚି ପ୍ରଥମେ ବ୍ୟାଟିଂ କରି ୧୮.୫ ଓଭର ରେ ସମସ୍ତ ଉଇକେଟ ହରାଇ ୧୧୦ରନ କରିଥିଲା । ଦଳର ସୁନିଲ ଖାଲକୋ ୨୧ ଓ ଧର୍ମେନ୍ଦ୍ର ଗୁପ୍ତା ୧୫ ରନ କରିଥିଲେ। ବିପକ୍ଷ ନିହାଲ କୁମାର ୩ ଟି ଓ ନୀତିଶ ୱାଣିକଲ୍ୟା ଓ ଶୀତଳ କୁମାର ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ଗୁଲବର୍ଗ ସିଟି -୧୧ କର୍ଣ୍ଣାଟକ ୧୮ ଓଭର ରେ ୬ ଉଇକେଟ ହରାଇ ୧୧୧ରନ କରିଥିଲା । ଦଳର ନିକିଶ ୱାଣିକଲ୍ୟା ୩୦ ଓ ମହେଶ ରେଡ୍ଡୀ ୨୪ ରନ କରିଥିଲେ। ବିପକ୍ଷ ସେଲ ରାଞ୍ଚି ର ସତ୍ୟମ କୁମାର ୨ ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ସେଲ ରାଞ୍ଚି ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୧୦୨ ରନ କରିଥିଲେ। ଦଳର ଶନ୍ନି କୁମାର ୩୬ ଓ ରାଜା କଛପ ୩୫ ରନ କରିଥିଲେ। ବିପକ୍ଷ ନୀତିଶ ୱାନିକେଲ୍ୟା ୩ ଟି ଉଇକେଟ ନେଇଥିଲେ। ଜବାବରେ ଗୁଲବର୍ଗ-୧୧ କର୍ଣ୍ଣାଟକ ୮.୧ ଓଭର ରେ ୨ ଉଇକେଟ ହରାଇ ଆବଶ୍ୟକୀୟ ୧୦୩ ରନ ସଂଗ୍ରହ କରିଥିଲା । ଦଳର କରନ ରାଠୋର ୫୧, ନୀତିଶ ୱାଣିକଲ୍ୟା ୪୫ରନ କରିଥିଲେ। ସେଲ ରାଞ୍ଚି ର ସୁନିଲ ଖାଲୋକ ଓ ଅଭିଷେକ ଚୌଧୁରୀ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଉଭୟ ଫର୍ମାଟ ରେ ବିଜୟୀ ହୋଇ ଗୁଲବର୍ଗ -୧୧ କର୍ଣ୍ଣାଟକ ଦଳ ସେମି ଫାଇନାଲ ରେ ପ୍ରବେଶ କରିଛି । ପୀତାମ୍ବର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବାଗବର ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ , କମିରା ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଚାନ୍ଦ , ସୁରଧାପାଲି ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ଗୋପୀନାଥ ମହାକୁର , ଆଇନଜୀବୀ ଇଂ ଆଶ୍ରୟ ମହାନନ୍ଦ , ଏସବିଆଇ ଲାଇଭ ମିତ୍ର ସୌମ୍ୟରଞ୍ଜନ ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ କର୍ଣ୍ଣାଟକ ର ନୀତିଶ ୱାଣିକଲ୍ୟା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଟି କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଚୂଡ଼ାମଣି ପାଢ଼ୀ ଓ ବିଶ୍ୱଜିତ ପୁରୋହିତ ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହାକୁର ସ୍କୋରିଂ, ଚମାରୁ ମହାକୁର ଅନଲାଇନ ସ୍କୋରିଂ ଏବଂ ଆଶିଷ ଦେଓ, ମ୍ୟାକ ମିଲନ ମହାକୁର , ପ୍ରାଣବନ୍ଧୁ ସାହୁ ଓ ପୀତାମ୍ବର ସାହୁ ଧରାବିବରଣୀ ପ୍ରଦାନ କରିଥିଲେ।