Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଢଣୀ ଦେଇ ଯୁବତୀର ଆତ୍ମହତ୍ୟା, କାରଣ ଅସ୍ପଷ୍ଟ,ପୋଲିସ ର ତଦନ୍ତ ଜାରି।

କୋକସରା:୨୮/୧୨ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କୋକସରା ଥାନା ଅନ୍ତର୍ଗତ ମାଲପଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବତୀ ନିମ୍ବ ଗଛରେ ନିଜ ଓଢଣୀ ବେକ ରେ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଯୁବତୀ ଜଣକ ମାଲପଡା ଗ୍ରାମର ଭରତ ଦୁର୍ଗା ଙ୍କ ଝିଅ ପାର୍ବତୀ ଦୁର୍ଗା (୨୧) ବୋଲି ଜଣାପଡିଛି।ସୂଚନା ମତେ ସକାଳ ରେ ଯୁବତୀ ଜଣକ ଗାଧେଇ ସାରିବା ପରେ ପ୍ରାୟଦିନ ୧୧ଟା ସମୟରେ ଗାଁ ପାଖେ ଥିବା ନିଜ ଜମିର ନିମ୍ବ ଗଛ ରେ ଓଢଣୀ ବେକରେ ଲଗାଇଥିବା ଲୋକେ ଦେଖିବାକୁ ପାଇଥିଲେ।ସ୍ଥାନୀୟ ଲୋକ ଗଛରୁ ଯୁବତୀ ଙ୍କୁ ଉଦ୍ଧାର କରିଥିଲେ ହେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଛି। ପରିବାର ଲୋକେ କୋକସରା ପୋଲିସ କୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଚଳେଇ ଥିବା ବେଳେ ବ୍ୟବଛେଦ ପାଇଁ କୋକସରା ଡାକ୍ତରଖାନା କୁ ଆଣି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରିଛନ୍ତି। ତେବେ ଯୁବତୀ ଜଣକ କାହିଁକି ଆତ୍ମହତ୍ୟା କଲେ ନା ଅନ୍ୟ କୌଣସି କାରଣ ରହିଛି ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବା ନେଇ ତଦନ୍ତକାରୀ।ପୋଲିସ ଏ ଏସ ଆଇ ସନ୍ତୋଷ ନାୟକ ସୂଚନା ଦେବାସହ ଏନେଇ କୋକସରା ଥାନା କେଶ ନମ୍ବର ୨୮/୨୩ ରେ ଅପମୃତୁ ମାମଲା ରୁଜୁ ହୋଇଥିବା ସୂଚନା ଦେଇଛନ୍ତି।