ଉମାକାନ୍ତ ହତ୍ୟାକାଣ୍ଡ : ତ୍ସୀ ଓ ଭିଣୋଇ ଗିରଫ ଅନୈତିକ ସଂପର୍କକୁ ବିରୋଧ କରିବାରୁ ହତ୍ୟା ହତ୍ୟ‌ା ପରେ ନିଆଁ ଲଗାଇ ପୋଡି ଦେଇଥିଲେ, ହାଡ ଓ ପାଉଁଶ ଜବତ


ଦେବଗଡ଼:ଲଇମୁରା ଥାନାଚଂଳର ପାତ୍ରପଡାର ଉମାକାନ୍ତ ବାଘ ହତ୍ୟା ଘଟଣାରେ ଆଜି ଲଇମୁରା ପୁଲିସ ତାଙ୍କ ତ୍ସୀ ଆରତୀ ବାଘ(୨୮) ଓ ଭିଣୋଇ ସ୍ବରୂପା ଗ୍ରାମର ଚନ୍ଦ୍ରମଣି ସୁନାନୀ(୪୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ । ଅନୈତିକ ସଂପର୍କକୁ ବିରୋଧ କରିବାରୁ ଉମାକାନ୍ତକୁ ତ୍ସୀ ଆରତୀ ଓ ଭିଣୋଇ ଚନ୍ଦ୍ରମଣି ମାରି ପୋଡି ଦେଇଥିଲେ । ଏହାସହିତ ପୁଲିସ ଉମାକାନ୍ତଙ୍କ ହାଡ ଓ ପାଉଁଶ ଜବତ କରି ପୁଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଲଇମୁରା ଗ୍ରାମବାସୀ ଆଜି ଏସପିଙ୍କୁ ଭେଟି ଉକ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରିବା ପାଇଁ ଦାବି କରିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ଲଇମୁରା ଥାନାଞ୍ଚଳ ପାତ୍ରପଡା ସାହିର ଉମାକାନ୍ତ ବାଘ ଯୁବକ ନିଖୋଜ ହୋଇଥିବା ନେଇ ଗତ ୧୨ ତାରିଖ ଦିନ ଗ୍ରାମବାସୀମାନେ ଲଇମୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଲିଖିତ ଅଭିଯୋଗ କରିବାର ବହୁ ଦିନ ବିତି ଯାଇଥିଲେ ସୁଦ୍ଧା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ। ପରେ ଗ୍ରାମବାସୀମାନେ ଗ୍ରାମ ନିକଟସ୍ଥ ଚକ୍ରଧର ନଦୀରେ ଏକ ବସ୍ତାରେ ଶବ ଭାସୁଥିବା ଦେଖିବାକୁ ପାଇ ପୁଲିସକୁ ଖବର ଦେଇଥିଲେ । ମାତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନରେ ଶବ ଭର୍ତ୍ତି ବସ୍ତା ନଥିବା ଦେଖିବାକୁ ପାଇଥିଲେ । ଗ୍ରାମବାସୀମାନେ ନିଖୋଜ ଉମାକାନ୍ତଙ୍କୁ ତାଙ୍କ ଭିଣୋଇ ହତ୍ୟା କରିଥିବା ଲଇମୁରା ଥାନାରେ ଅଭିଯୋଗ କରିଥିଲେ । ଉମାକାନ୍ତଙ୍କ ସ୍ତ୍ରୀ ସହ ଭିଣୋଇ ଚନ୍ଦ୍ରମଣୀଙ୍କର ଅନୈତିକ ସମ୍ପର୍କ ରହିଥିଲା । ଏହାକୁ ଉମାକାନ୍ତ ବିରୋଧ କରୁଥିଲେ। ଭିଣୋଇ ଚନ୍ଦ୍ରମଣୀ ଓ ସ୍ତ୍ରୀ ଆରତୀ ମିଶି ଉମାକାନ୍ତଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ଏହିକ୍ରମରେ ଉମାକାନ୍ତକୁ ହତ୍ୟା କରିବା ପରେ ନିକଟସ୍ଥ ଜଙ୍ଗଲରେ ପୋଡି ଦେଇଥିଲେ । ଜଙ୍ଗଲରୁ ଉମାକାନ୍ତଙ୍କ ହାଡ ଓ ପାଉଁଶ ଜବତ କରିଛି ପୁଲିସ । ମଙ୍ଗଳବାର ଗ୍ରାମବାସୀମାନେ ଲଇମୁରା ଥାନା ଘେରାଉ କରିଥିବାବେଳେ ଖବରପାଇ ଏସଡିପିଓ ସୌମ୍ୟ ରଞ୍ଜନ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଜନସାଧାରଣଙ୍କ ସହ ଆଲୋଚନା କରିଥିଲେ । ଏନେଇ ଜିଲ୍ଲା କଂଗ୍ରେସ ସଭାପତି ସେମ ହେମ୍ରମଙ୍କ ନେତୃତ୍ବରେ ଗ୍ରାମବାସୀମାନେ ଏସପି ପ୍ରଦ୍ୟୁମ୍ନ ମିଶ୍ରଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି । ଉମାକାନ୍ତଙ୍କ ହତ୍ୟା ଘଟଣାରେ ପୁଲିସ ସ୍ତ୍ରୀ ଆରତୀ ଓ ଭିଣୋଇ ଚନ୍ଦ୍ରମଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।