Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହଙ୍ଗା ପଡିଲା ଯୁବକଙ୍କ ଚା ପିଆ ନିଶା *ଦୁଇ କପ୍ ଚାହା ର ଦାମ ୨୫୦୦ ଟଙ୍କା*

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ଗତକାଲି ସୋନପୁର ପୋଲିସର ନାଇଟ ପେଟ୍ରୋଲିଂ ବେଳେ ସହରରେ ରାତି ୧୧ ଟା ବେଳେ ବୁଲୁଥିବା ଦୁଇ ଜଣ ଯୁବ (ରୋମିଓ) ଙ୍କୁ ପୋଲିସ ଅଟକାଇଥିଲା ବେଳେ ତାଙ୍କୁ ପଚାରିବାରୁ ଚାହା ପିଇବାକୁ ଦୋକାନ ଖୋଜୁଛୁ ଆଜ୍ଞା ବୋଲି ପୋଲିସ କୁ କହିଥିଲେ। ପୋଲିସ କିନ୍ତୁ ବିନା କାମରେ ବିଳମ୍ୱିତ ରାତିରେ ବୁଲୁଥିବା ଏହି ଦୁଇ ଯୁବକଙ୍କୁ ହେଲମେଟ ଓ ବାଇକ୍ କାଗଜ ପତ୍ର ଯାଞ୍ଚ ପରେ ୨୫୦୦ ଟଙ୍କା ଜୋରିମାନା କରି ବାଇକ୍ ଓ ଦୁଇ ଯୁବକଙ୍କୁ ରାତିରେ ଥାନାରେ ଅଟକ ରଖି ସକାଳେ ଚାହା ପିଲାଇ ଛାଡି ଥିଲେ। ରାସ୍ତା କଡରେ ବିନା ଲକ୍ ରେ ଥିବା ବାଇକ ଗୁଡ଼ିକୁ ମଧ୍ଯ ଥାନା କୁ ଉଠାଇ ଆଣିଥିଲେ ଓ ଏଣିକି ଗାଡ଼ି ମାଲିକଙ୍କୁ ସଜାଗ ରହିବାକୁ ଓ ବାଇକ୍ କୁ ସୁରକ୍ଷିତ ରଖିବାକୁ ଚେତାବନୀ ଦେଇଥିଲେ। ଆଜି ପୁଣି ସହରର ପଟାଭାଡ଼ି, ନଳିନୀ ଛକ ଓ ବିଭିନ୍ନ ଛକରେ ଥାନା ଅଧିକାରୀ ପଦ୍ମାସିନି ମେହେରଙ୍କ ନେତୃତ୍ଵରେ ଏକ ସ୍ପେଶାଲ ସ୍କ୍ୱାର୍ଡ ବାଇକ୍, ଓଟୋ ଗାଡ଼ି ଗୁଡିକ ର ହେଲମେଟ, ସ୍ପିଡ ଓ ଡକ୍ୟୁମେଣ୍ଟ ଯାଞ୍ଚ କରି ଖୁବ ଫାଇନ୍ ଆଦାୟ କରିଥିଲେ। ଆଗକୁ ନୂଆ ବର୍ଷ ଆସୁଥିବାରୁ ଯୁବ ପୀଢ଼ି ଅଧିକ ଉତ୍ସୁଙ୍ଖଳିତ ନ ହେବାକୁ, ବିଳମ୍ୱିତ ରାତିରେ ନ ବୁଲିବାକୁ, ଦ୍ରୁତ ଵେଗରେ ଗାଡ଼ି ନ ଚଳାଇ ସଡ଼କ ସୁରକ୍ଷା ନିୟମ ମାନି ଦୁର୍ଘଟଣା ରୋକିବାକୁ, ନିଶା ସେବନ ଓ ଅସାମାଜିକ କାର୍ଯ୍ଯରୁ ଦୁରେଇ ରହି ପରସ୍ପର ପ୍ରତି ସ୍ନେହ ଆଦର ରଖି ନିଜେ ଓ ସାଧାରଣ ଲୋକ ଙ୍କ ଧନ ଜୀବନ ସୁରକ୍ଷିତ ରଖିବାକୁ ସୁବର୍ଣ୍ଣପୁର ଏସପି ଶ୍ରୀ ଅମରେଶ ପଣ୍ଡା ନିବେଦନ କରିଛନ୍ତି। ଏବେ ସହରରେ ଚର୍ଚ୍ଚା ୨ କପ୍ ଚାହା କୁ ୨୫୦୦ ଟଙ୍କା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ