27 ତମ ସର୍ବ ଭାରତୀୟ ଲୁତୁରପଙ୍କ କ୍ରିକେଟ କପ ଉଦଯାପିତ ; କର୍ଣାଟକ -11 କୁ ହରାଇ ଏନ୍ ଏନ୍ ଏସ୍ କ୍ରିକେଟ ଏକାଡେମି ଆଲ୍ହାବାଦ ଚାମ୍ପିୟନ ଘୋଷିତ


ବୀରମହାରାଜପୁର : ( ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ରେ ହେଉଥିବା ୨୭ ତମ ସର୍ବ ଭାରତୀୟ ଜୟ ଜଗନ୍ନାଥ ଲୁତୁରପଙ୍କ କ୍ରିକେଟ କପ୍ ର ଫାଇନାଲ ରେ ଗୁଲବର୍ଗା ସିଟି -୧୧ କର୍ଣ୍ଣାଟକ କୁ ହରାଇ ଏନ ଏନ ଏସ କ୍ରିକେଟ ଏକାଡେମି ଆହ୍ଲାବାଦ ଚାମ୍ପିଅନ ହୋଇଛି । ଆଜି ଅନୁଷ୍ଠିତ ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା । ଆହ୍ଲାବାଦ ଦଳ ପ୍ରଥମ ଫର୍ମାଟ ରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ରେ ୬ ଉଇକେଟ ହରାଇ ୧୭୯ ରନ କରିଥିଲା । ଦଳର ଏମ ଡି ଉମର ୫୪ ଓ ରୁଦ୍ର ପ୍ରତାପ ୫୧ ରନ କରିଥିଲେ। ବିପକ୍ଷ ର ନିତିଶ ୱାଣିକଲ୍ୟା ଓ ନିହାଲ ସେକ୍ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ କର୍ଣ୍ଣାଟକ ଦଳ ୧୫.୧ ଓଭର ରେ ସମସ୍ତ ଉଇକେଟ ହରାଇ ୧୦୦ ରନ କରିଥିଲା । ଦଳର ସନ୍ତୋଷ ହାଟି ୨୭ ଓ ମହେଶ ରେଡ୍ଡୀ ୨୫ ରନ କରିଥିଲେ। ବିପକ୍ଷ ଏମ ଡି ଉମର ୩ ଟି ଓ ସୌରଭ ଶୁକ୍ଳା ୨ଟି ଉଇକେଟ ନେଇଥିଲେ । ଦ୍ଵିତୀୟ ଫର୍ମାଟ ରେ ଆହ୍ଲାବାଦ ୮.୨ ଓଭର ରେ ସମସ୍ତ ଉଇକେଟ ହରାଇ ୬୯ ରନ କରିଥିଲେ । ଦଳର ବିପିନ ତ୍ରିପାଠୀ ୩୩ ରନ କରିଥିଲେ । ବିପକ୍ଷ ନିହାଲ ସେକ ୫ ଟି ଉଇକେଟ ନେଇଥିଲେ। ଜବାବରେ କର୍ଣ୍ଣାଟକ ଦଳ ୯.୫ ଓଭର ରେ ସମସ୍ତ ଉଇକେଟ ହରାଇ ୬୮ରନ କରିଥିଲା । ଦଳର ଅଭିଷେକ କୁମାର ୩୩ ରନ କରିଥିଲେ। ବିପକ୍ଷ ସୁଭମ୍ ମିଶ୍ର ୨ ଟି ଉଇକେଟ ନେଇଥିଲେ । ଉଭୟ ଫର୍ମାଟ ରେ ବିଜୟୀ ହୋଇ ଆହ୍ଲାବାଦ ଦଳ ଚାମ୍ପିଅନ ହୋଇଥିଲା । ଆୟୋଜକ ସଭାପତି ସୁଶିଲ ପ୍ରଧାନ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ କୁ ପ୍ରାଣବନ୍ଧୁ ସାହୁ ସଂଯୋଜନା କରିଥିଲେ । ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂ ଦେଓ ମୁଖ୍ୟ ଅତିଥି ଏବଂ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା , ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟ ନନ୍ଦ , ବିଜେପି ରାଜ୍ୟ କାର୍ଯ୍ୟ କାରିଣୀ ରଘୁନାଥ ଜଗଦଲା , ଗ୍ରାମ୍ୟ କମିଟି ସଭାପତି ବିଭୀଷଣ ବାରିକ , ଜୟଶ୍ରୀ ଜୁବିଲି ବାଘ , ରମଣ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଆହ୍ଲାବାଦ ର ଏମ ଡି ଉମର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ , କର୍ଣ୍ଣାଟକ ର ନିତିଶ ୱାଣିକଲ୍ୟା ଙ୍କୁ ମ୍ୟାନ ଅଫ ଦି ସିରିଜ , ନିହାଲ ସେକ ଙ୍କୁ ଶ୍ରେଷ୍ଠ ବୋଲର , ନିଶାନ୍ତ ସିଂ ଙ୍କୁ ଶ୍ରେଷ୍ଠ ଵ୍ୟାଟର ଭାବେ ପୁରସ୍କୃତ କରାଯାଇଥିଲା । ଫାଇନାଲ ମ୍ୟାଚ୍ କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଚୂଡ଼ାମଣି ପାଢ଼ୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ବାଙ୍କା ବିହାରୀ ମହକୁର ସ୍କୋରର , ଚମାରୁ ମହାକୁର ଅନ ଲାଇନ ସ୍କୋରର ଏବଂ ଆଶିଷ ଦେଓ , ମ୍ୟାକମିଲନ ମହାକୁର , ପୀତାମ୍ବର ସାହୁ ଓ ପ୍ରାଣବନ୍ଧୁ ସାହୁ ଧାରାବିବରଣି ପ୍ରଦାନ କରିଥିଲେ।