Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାମଣ୍ଡା କପ୍ ଉଦ୍ ଯାପିତ ଜିମଖାନା ରାଉରକେଲା କୁ ହରାଇ ରାଞ୍ଚି ସେଲ୍ ଚାମ୍ପିଅନ

ଦେବଗଡ଼: ସ୍ଥାନୀୟ ଇନ୍ଦିରା ଗାନ୍ଧି ଷ୍ଟାଡିୟମ୍ ଠାରେ ଚାଲିଥିବା ୩୩ ତମ ବାମଣ୍ଡା କପ୍ କ୍ରିକେଟ ପ୍ରତିଯୋଗିତା ଆଜି ଉଦ୍ ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ ଜିମଖାନା ରାଉରକେଲା ସହିତ ରାଞ୍ଚି ସେଲ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚ୍ ରେ ଜିମଖାନା ରାଉରକେଲା କୁ ୩ ଉଇକେଟ ରେ ପରାସ୍ତ କରି ରାଞ୍ଚି ସେଲ୍ ଚାମ୍ପିଅନ ହୋଇଛି । ରାଉରକେଲା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍ ରେ ୬ ୱିକେଟ୍ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଦେବରାଜ ମଲ୍ଲିକ ୩୪ , ଆଶିଷ ପରିଜା ଅପରାଜିତ ୩୩ , ସତିଶ କଂଶାରି ୩୨ ଓ ବଣ୍ଟି ନାଏକ ୨୬ ରନ୍ ସଂଗ୍ରହ କରିଥିବା ବେଳେ ରାଞ୍ଚି ଦଳର ବିକାଶ ୟାଦବ ଓ ଶ୍ୟାମ ଶର୍ମା ୨ଟି ୱିକେଟ ନେଇଥିଲେ। ଏହାର ଜବାବ ରେ ରାଞ୍ଚି ଦଳ ବ୍ୟାଟିଂ କରି ୧୭.୫ ଓଭର୍ ରେ ୭ଟି ୱିକେଟ୍ ହରାଇ ୧୫୪ ରନ୍ କରି ଚାମ୍ପିଅନ ହୋଇଥିଲା। ଦଳ ପକ୍ଷରୁ ଇସୁ ଆର୍ୟନ ୬୪ ଓ କରନ୍ କୁମାର୍ ୨୬ ରନ୍ ସଂଗ୍ରହ କରିଥିଲା ବେଳେ ରାଉରକେଲା ଦଳ ର ଅଙ୍କିତ ମହାନ୍ତି ୨ ଟି ୱିକେଟ୍ ନେଇଥିଲେ । ସତ୍ୟ ପ୍ରସାଦ ରଥ ଓ ସୌମ୍ୟ ଦର୍ଶନ ମହାନ୍ତି ଖେଳକୁ ପରିଚାଳନା କରିଥିବାବେଳେ ରୋମି ନାୟକ ଓ ରିତିକ୍ ଦେହୁରୀ ସ୍କୋରର ଥିଲେ । ମେରିଓ ଫ୍ରାନସିସ ,ବେଣୁଧର ଗଡନାଏକ,ସଂକୀର୍ତ୍ତନ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ । କ୍ଲବର ସଭାପତି ସୁବାସ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ତଥା ପୁରସ୍କାର ବିତରଣି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୋମେଶ ଉପଧାୟ , ଡିଏଫ୍ଓ ମଗର ଧାନଜି ରାଓସୋ, ଓସିଏ ସହ ସଂପାଦକ ପ୍ରଭାତ ଭୋଳ, ଓଡ଼ିଶା ଅଲମ୍ପିକ ସଂଘର ଉପ ସଭାପତି ଦୁଲାଲ ଚନ୍ଦ୍ର ପ୍ରଧାନ ଓ ଓଡ଼ିଶାର ପୂର୍ବ ଖେଳାଳି ରାକେଶ ମହାନ୍ତି ଯୋଗ ଦେଇ ବିଜେତା ରାଞ୍ଚି ଦଳକୁ ନଗଦ ୫୦ ହଜାର ନଗଦ ଅର୍ଥ ରାଶି ସହ ଟ୍ରଫି ଏବଂ ଉପ ବିଜେତା ଜିମଖାନା ରାଉରକେଲା ଦଳକୁ ନଗଦ ୩୦ହଜାର ଅର୍ଥ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା ।ଏହାସହିତ ରାଞ୍ଚି ଦଳର ଇଶୁ ଆର୍ୟନଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ଵେଷ୍ଟ୍ ବ୍ୟାଟସମ୍ୟାନ୍ ,ଶ୍ୟାମ ଶର୍ମା ଙ୍କୁ ଶ୍ରେଷ୍ଠ ଖେଳାଳି ଓ ବେଷ୍ଟ୍ ବୋଲର ଏବଂ ସୁରଜ୍ ସୌର୍ୟା ଙ୍କୁ ବେଷ୍ଟ ଫିଲ୍ଡର ଭାବେ ପୁରସ୍କୃତ କରାଯାଇଥିଲା । ସଂପାଦକ ସୁଜିତ୍ ପ୍ରଧାନ ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ସତ୍ୟ ନାରାୟଣ ପାଣି ଧନ୍ୟବାଦ୍ ଦେଇଥିଲେ । ଉପ ସଭାପତି ଅଶୋକ ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ ।