Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ସ୍ତ୍ରୀକୁ ନୃସଂଶ ଭାବେ ପିଟି ପିଟି ସ୍ଵାମୀ ହତ୍ୟା କଲା ପରେ ଡାକ୍ତରଖାନାରେ ମୃତ ଦେହ ଛାଡି ଫେରାର

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟl ଥାନା ଅନ୍ତର୍ଗତ ତିଳେଇମାଲ ଗ୍ରାମରେ ସ୍ବାମୀର ବର୍ବର କାଣ୍ଡ ଘଟାଇ ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ । ହତ୍ୟା ପରେ ଡାକ୍ତରଖାନାରେ ମୃତ ଦେହ ରଖି ଫେରାର ମାରିଲା ସ୍ବାମୀ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ତିଲେଇମାଲ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ ତିଲେଇମାଲ୍ ଗାଁ’ର ସାଗର ପଧାନ ଙ୍କ ପୁଅ ଗଣପତି ପଧାନ ବରପଦର ଗାଁର ରେଞ୍ଚା ପଧାନଙ୍କ ଝିଅ ମିତା ପଧାନଙ୍କୁ ୫ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ତିନି ବର୍ଷର ଏକ ଝିଅ ମଧ୍ୟ ଥିବା ବେଳେ ସେହି ଝିଅ କୁ ସମ୍ପର୍କୀୟ ଙ୍କ ଘରେ ଛାଡ଼ି ଦେଇ ଫେରାର ହୋଇଛି । ତେବେ ଆଜି ଭୋର ସକାଳୁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଫଳରେ ଗଣପତି ବିରକ୍ତ ହୋଇ ମିତାକୁ ନିର୍ଦ୍ଧୁମ ପିଟିଥିଲା । ସେ ଅଚେତ ହୋଇ ପଡିଯିବାରୁ ତାଙ୍କୁ ବୀରମହାରାଜପୁର ଡ଼ାକ୍ତରଖାନା କୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସେ ମୃତ୍ୟୁ ହୋଇଥିବା ଜାଣି ଗଣପତି ଡ଼ାକ୍ତରଖାନା ନିଜ ସ୍ତ୍ରୀର ମୃତ ଦେହକୁ ଛାଡି ଫେରାର ହୋଇଥିଲା । ଏନେଇ ଲୋକଙ୍କ ଠାରୁ ଖବର ପାଇ ମିତାଙ୍କ ଭାଇମାନେ ଡାକ୍ତରଖାନାରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ସେପଟେ ଟଙ୍କା ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ସୁବଳୟା ପୋଲିସ ପକ୍ଷରୁ ଏକ ହତ୍ୟା ମାମଲା ରୁଜୁ କରି କେଶ ନମ୍ବର ୨୪୦/୨୩ଦଫା ୪୯୮(ଏ) ୩୦୪(ବି) ୩୦୨/୪ଡ଼ିପି ଧାରା ୩୪ ଆଇପିସି ରେ ଅଭିଯୁକ୍ତ ଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଅଭିଯୁକ୍ତ ଫେରାର ରହିଛି । ସୁବଳୟା ପୁଲିସ ହତ୍ୟା ଘଟଣାର ଅଧିକ ତଦନ୍ତ ଜାରି ରଖିଥିବା ଜଣାଯାଇଛି।