ବୀରମହାରାଜପୁର ମହିଳା କଲେଜରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର ) ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୧୨ ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।‌ ପୂର୍ବାହ୍ନ ସମୟରେ ନିକଟସ୍ଥ ଚନ୍ଦ୍ରମଣି ମଠ ଓ ହନୁମାନ ବାଟିକାରୁ ଏକ ମଶାଲ ଶୋଭାଯାତ୍ରା ବାହାରି ଖେଳ ପଡିଆରେ ପହଞ୍ଚି ଥିଲା ।‌ ଉଦଘାଟନୀ ଉତ୍ସବରେ ସ୍ଥାନୀୟ ସରପଞ୍ଚ ନିରୁପମା ବଗର୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ସଭାରେ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ଆଶୁତୋଷ ହୋତା ସଭାପତିତ୍ୱ କରିଥିବା ବେଳେ ବୀରମହାରାଜପୁର କଲେଜର ଅବସର ପ୍ରାପ୍ତ ଖେଳ ଶିକ୍ଷକ ନରେନ୍ଦ୍ର ଚାନ୍ଦ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ଲମ୍ବ ଡିଆଁ , ସଟଫୁଟ ଥ୍ରୋ , ଡିସ୍କସ ଥ୍ରୋ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଅପରାହ୍ନରେ ଉଦଯାପନୀ ଉତ୍ସବରେ ଶ୍ରୀ ହୋତାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବୀରମହାରାଜପୁର ଥାନା ଅଧିକାରୀ ରାଜେଶ୍ୱରୀ ଭୋଇ ମୁଖ୍ୟ ଅତିଥି , ପୂର୍ବତନ ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶ ଦାତା ଡ଼ଃ ପ୍ରଫୁଲ୍ଲ କୁମାର ରଥ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ପାଠ ପଢା ସହ କ୍ରୀଡା ର ମହତ୍ୱ ବିଷୟ ରେ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । କାର୍ଯ୍ୟକ୍ରମ କୁ ଅଧ୍ୟାପିକା ସନ୍ତୋଷିନୀ ନାୟକ ସଂଯୋଜନା କରିଥିବା ବେଳେ ଶେଷ ରେ କଲେଜ ର ଖେଳ ଶିକ୍ଷୟତ୍ରୀ ସରିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀ ଲିଲି ବିଶ୍ୱାଳ ୩ ଟି ଇଭେଣ୍ଟ ରେ ପ୍ରଥମ ସ୍ଥାନ ଅଧିକାର କରି ଏ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ ଭାବେ ପୁରସ୍କୃତ ହୋଇଥିଲା। ଏହି ଅବସରରେ କଲେଜ ର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହିବା ସହ ସକ୍ରିୟ ଭାବେ ସହଯୋଗ କରିଥିଲେ ।