ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ରେ ଆଜି ଅଯୋଧ୍ୟା ରୁ ଆସିଥିବା ପୂଜିତ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ଉଲୁଣ୍ଡା ଖଣ୍ଡ ତରଫରୁ ପ୍ରତି ପଞ୍ଚାୟତକୁ କଳସ ଓ ନିମନ୍ତ୍ରଣ ପତ୍ର ପଠାଯାଇଛି । ଏହି କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳ ସିଣ୍ଢୋଳ , ବିଶ୍ଵ ହିନ୍ଦୁ ପରିଷଦ ଚଡାଇପଙ୍କ ସଂଘ ସାମିଲ ଥିଲେ। ଏଥିରେ ହୃଷିକେଶ ଭୋଇ , ରାଜିନ୍ଦ୍ର ନାୟକ , ଧର୍ମ ନିରଞ୍ଜନ ପଣ୍ଡା ସହଯୋଗ କରିଥିଲେ । ଆସନ୍ତା ଜାନୁୟାରୀ ୧୫ ତାରିଖ ମଧ୍ୟରେ ସମସ୍ତ ପରିଵାରକୁ ପୂଜିତ ଅକ୍ଷତ ଚାଉଳ , ନିମନ୍ତ୍ରଣ ପତ୍ର , ଫଟୋ ପ୍ରଦାନ କରାଯିବ ବୋଲି ଜଣାପଡିଛି ।
ଅଯୋଧ୍ୟା ରୁ ଆସିଥିବା ପୂଜିତ ଅକ୍ଷତ କଳସ ଓ ନିମନ୍ତ୍ରଣ ପତ୍ର ଉଲୁଣ୍ଡା ବ୍ଲକ ର ସମସ୍ତ ପଞ୍ଚାୟତ ଅଞ୍ଚଳରେ ବିତରଣ
