Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆକାଶବାଣୀ କେନ୍ଦ୍ର, ଭବାନୀ ପାଟଣା ର ୩୦ ତମ ପ୍ରସ୍ତାପନ ଦିବସ ପାଳନ

କଳାହାଣ୍ଡି, ୩୦/୧୨ (ଜଗନ୍ନାଥ ନାଏକ) : ଆକାଶବାଣୀ ଭବାନୀପାଟଣା କେନ୍ଦ୍ରର 30 ତମ ପ୍ରସ୍ଥାପନ ଦିବସ ଆଜି ପାଳନ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ଯୋଗ ଦେଇ ଆଗାମୀ ଦିନରେ ଆକାଶବାଣୀକୁ ଆହୁରି ଲୋକାଭିମୁଖୀ କରିବା ପାଇଁ ସାମୁହିକ ଉଦ୍ୟମ ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟ ଅତିଥି ମଧ୍ୟରେ ମଂଚାସୀନ ଥିଲେ କେନ୍ଦ୍ରର ଭାରପ୍ରାପ୍ତ କାର୍ଯ୍ୟକ୍ରମ ମୁଖ୍ୟ ସଚ୍ଚିଦାନନ୍ଦ ମଲ୍ଲିକ, ଉପ ନିର୍ଦେଶକ ଅଭିଯାନ୍ତ୍ରିକ ଭୁବନେନ୍ଦ୍ରଣ ଭି. ପି., ଦୁରଦର୍ଶନ କେନ୍ଦ୍ର ମୁଖ୍ୟ ଅଶୋକ କୁମାର ରାଉତ, ମଞ୍ଚ ସଂଯୋଜନା କରିଥିଲେ ପାଠାଗାର ନିରୀକ୍ଷକ ଦିଲ୍ଲୀପ କୁମାର ପାତ୍ର।ସମସ୍ତ ସାମୟିକ ଉଦଘୋଶକ, ଉଦ୍ଘାସିକା, ଉପସ୍ଥାପକ, ଉପସ୍ଥାପିକା ଯୋଗ ଦେଇ ଥିଲେ। ସମସ୍ତେ ଆଗକୁ ଆହୁରି ସରସ ସୁନ୍ଦର କାର୍ଯ୍ୟକ୍ରମ ପ୍ରସାରଣରେ ବ୍ରତୀ ରହିବା ସହ ଜିଲ୍ଲାର ଶିକ୍ଷା ,ସଂସ୍କୃତି, କଳା,ଲ ୋକ ବାଦ୍ୟ, ଲୋକ ନାଟକ, ସଙ୍ଗୀତ,ଯୁବ ବିକାଶ, ମହିଳା ସଶକ୍ତିକରଣ, କୃଷି, ସାକ୍ଷାତକାର, ଜୀବନଧାରା, ସମ୍ବାଦ, ଦର୍ଶନ ଏଭଳି ବିଭିନ୍ନ କାର୍ଯ୍ୟକ୍ରମ ଦ୍ଵାରା ଶ୍ରୋତା ଙ୍କୁ ଶିକ୍ଷଣୀୟଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଯୋଗାଇଦେବେ ବୋଲି ସଂକଳ୍ପବଦ୍ଧ ହୋଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ