କଳାପଥର କଲେଜରେ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ସତ୍ୟବାଦୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରାୟୋଜିତ ‘ନୂଆ-ଓ’ ର ସମନ୍ୱିତ ଯୁବ ବିକାଶ ଓ ଦକ୍ଷତା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା । ଉକ୍ତ ସମାରୋହରେ ସଭାପତି ତଥା ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀକାନ୍ତ ପଧାନ ସ୍ୱପ୍ନ ରାତିରେ ଶୋଇ ନୁହେଁ ଦିନବେଳେ ଖୋଲା ଆଖିରେ ଦେଖ ଏବଂ ଜିତିବା ପାଇଁ ସ୍ୱପ୍ନ ଦେଖ ବୋଲି ଶିକ୍ଷାର୍ଥି ମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ମୁଖ୍ଯବକ୍ତା ଭାବେ ବୀରମହାରାଜପୁରର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ଼ ପ୍ରଫୁଲ୍ଲ କୁମାର ରଥ ପୈାରାଣିକ ଆଧାର ରେ ଗୁରୁଶିଷ୍ୟର ସଂପର୍କ ଭବିଷ୍ୟତ ନିର୍ମାଣର ମାଧ୍ୟମକୁ ଉପସ୍ଥାପନା କରିଥିଲେ । ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରି ଡ. ରାଧାକାନ୍ତ ଗର୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜୀବନର ମଲ୍ୟବୋଧକୁ ବୁଝିବା ସହ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଚେଷ୍ଟା ବଜାୟ ରଖିବାକୁ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଝସକେତନ ବଘାର ଅନୁଷ୍ଠାନର ବିଭିନ୍ନ ସଫଳତାର ଭୁୟସି ପ୍ରଶଂସା କରିଥିଲେ। କଲେଜ ‘ନୂଆ-ଓ ‘ ର ନୋଡାଲ ଅଫିସର‌ ଅଧ୍ୟାପିକା ପ୍ରତିମା ବାରିକ କାର୍ଯ୍ୟକ୍ରମର ବିବରଣି ପାଠ କରିଥିବା ବେଳେ ଅଧ୍ୟାପକ କିଶୋର କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅଧ୍ୟାପିକା ଦେବଯାନୀ ମେଶୁଆ ସଭାକୁ ପରିଚାଳନା କରିଥିଲେ । ‘ନୂଆ-ଓ’ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାରେ କ୍ରୁତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଧ୍ୟକ୍ଷଙ୍କ ତରଫରୁ ଉଚ୍ଚକୋଟିର କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଭାଗ ‘ନୂଆ-ଓ’ ଅନ୍ତର୍ଗତ ନୋଡାଲ୍ ଅଫିସର ପ୍ରତିମା ବାରିକ , ସାମାଜିକ କର୍ମର ପ୍ରୋଗ୍ରାମ୍ ଅଫିସର୍ ଶ୍ରୀଯୁକ୍ତ କିଶୋର କୁମାର ସାହୁ ସାହିତ୍ୟିକ ଓ ସାଂସ୍କ୍ରୁତିକ କର୍ମର ପ୍ରୋଗ୍ରାମ୍ ଅଫିସର ଦେବଯାନୀ ମେଶୁଆ ପ୍ରମୁଖ ଉପସ୍ଥିତ ଥିଲେ I