Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ନବବର୍ଷ ଉପଲକ୍ଷେ ଶ୍ରୀ ପାତାଳୀ କ୍ଷେତ୍ର ରେ ବହୁ ଭକ୍ତ ଓ ପର୍ଯ୍ୟଟକ ଙ୍କ ସମାଗମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଏ ସ୍ଥିତ ପ୍ରସିଦ୍ଧ ପୀଠ ଶ୍ରୀ ପାତାଳୀ କ୍ଷେତ୍ର ରେ ନବବର୍ଷ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭକ୍ତମାନେ ଦର୍ଶନ କରିଛନ୍ତି । ଏହି ଅବସରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପାହାଡ଼ ଚଢିବା , ବୁଲିବାର ମଜା , ଭୋଜିଭାତର ଆସର , ବଣଭୋଜି , ଛୋଟ ଛୋଟ ଶିଶୁମାନଙ୍କୁ ପାର୍କ ବୁଲାଇବା ସହିତ ପ୍ରକୃତି ର ମନୋରମ ଉପଭୋଗ ନେଉଥିବା ଦେଖିବାକୁ ମିଳିଛି । ନବବର୍ଷ କୁ ସ୍ୱାଗତ ପାଇଁ ପାତାଳୀ କ୍ଷେତ୍ର ରାମାୟଣୀ ଗୋଷ୍ଠୀ ତରଫରୁ ଆଧ୍ୟାତ୍ମିକ ଭଜନ ସମାରୋହ ଏବଂ ସଙ୍କୀର୍ତ୍ତନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ନବବର୍ଷ ରେ ପ୍ରବଳ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ତା ସାଙ୍ଗେ ପାହାଡ ଚଢି ଗୁମ୍ଫାରେ ଥିବା ଶ୍ରୀ ଜଗନ୍ନାଥ ଙ୍କୁ ମଧ୍ୟ ଦର୍ଶନ କରିଥିଲେ। ତା ସଙ୍ଗେ ଠେଙ୍ଗୋ ଡେମ୍ (ହରିହର ଜୋର) ଓ ପାର୍କ ଆଦି ବୁଲିବା ସହ ବିଭିନ୍ନ ସ୍ଥାନରେ ଭୋଜି ଭାତର ଆସର ତଥା ବଣଭୋଜି କରୁଥିବା ଦେଖା ଯାଇଥିଲା । ପରିବାର ଶୁଖ ଶାନ୍ତି ପାଇଁ ନବବର୍ଷ ରେ ଉଲୁଣ୍ଡା ନିକଟସ୍ଥ ମେଟାକାନୀ ପୀଠ ରେ ମଧ୍ୟ ହଜାର ହଜାର ଭକ୍ତ ମାଆଙ୍କ ଦର୍ଶନ କରିଥିଲେ ।