Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆନ୍ଧ୍ରପ୍ରଦେଶରେ ଗଣବଳାତ୍କାରର ଶିକାର ହେଲେ କଳାହାଣ୍ଡିର ନାବାଳିକା : ଓଡ଼ିଶା ସରକାର ପଦକ୍ଷେପ ନେବାକୁ ଦାବି

କଳାହାଣ୍ଡି,୦୩/୦୧-ପରିବାର ସହିତ ଦାଦନ ଖଟିବାକୁ ଯାଇଥିବା କଳାହାଣ୍ଡି ଜିଲ୍ଲାର ଜଣେ ନାବାଳିକା ଆନ୍ଧ୍ରପ୍ରଦେଶର ବିଶାଖାପାଟଣାଠାରେ ଗଣବଳାତ୍କାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗତ ଡିସେମ୍ବର ୧୭ରୁ ୨୨ ତାରିଖ ମଧ୍ୟରେ ତାଙ୍କର ପୁରୁଷ ବନ୍ଧୁ ଓ ତାଙ୍କର ଜଣେ ସାଙ୍ଗ ତାଙ୍କୁ ବଳାତ୍କାର କରିସାରିବା ପରେ ବିଶାଖାପାଟଣା ଆର୍‌କେ ବେଳାଭୂମିକୁ ଆତ୍ମହତ୍ୟା କରିବାକୁ ଯାଇଥିବାବେଳେ ସେଠାରୁ ଉଦ୍ଧାର ବାହାନାରେ ଆହୁରି ୧୧ ଜଣ ଫଟୋଗ୍ରାଫର ତାଙ୍କୁ ଗଣବଳାତ୍କାର କରିଥିବା ଭଳି ଲଜ୍ଜାଜନକ ଘଟଣା ସମଗ୍ର ଆନ୍ଧ୍ରପ୍ରଦେଶରେ ହଇଚଇ ସୃଷ୍ଟି କରିଛି । ଏହି ମାମଲାରେ ଆନ୍ଧ୍ରପ୍ରଦେଶ ପୁଲିସ ୧୧ ଜଣଙ୍କୁ ଗିରଫ କରିଥିବାବେଳେ ଦୁଇଜଣ ଫେରାର ଥିବା ଜଣାପଡିଛି । ଏଇ ଲୋମହର୍ଷକ ଘଟଣା କଳାହାଣ୍ଡି ଜିଲ୍ଲାରେ ଅନ୍ତ ହେଉନଥିବା ଦାଦନର ଦାରୁଣ ଦୁଃଖକୁ ଜଳଜଳ କରି ଦେଖାଉଥିବାବେଳେ ଓଡିଶା ସରକାର ଏହି ମାମଲାରେ ହସ୍ତକ୍ଷେପ କରିବା ସହିତ ଆନ୍ଧ୍ରପ୍ରଦେଶ ସରକାର ସହିତ ଆଲୋଚନା କରି ପଦକ୍ଷେପ ନେବାକୁ ଦାବି କରିଛି ଓଡିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ । ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ସାଧାରଣ ସଂପାଦକ ସୂର୍ଯ୍ୟ ନାରାୟଣ କୁମାର, କାର୍ଯ୍ୟକାରୀ ସଭାନେତ୍ରୀ ରମଣୀ ଦୁରିଆ, ଉପଦେଷ୍ଟା ଏସ୍‌. ସୁଜାତାଙ୍କ ସମେତ ଫେଡେରେସନର ମହିଳା ବିଭାଗ ମୁଖ୍ୟ ବିଜୟଲକ୍ଷ୍ମୀ ସ୍ୱର୍ଣ୍ଣା, ଉପସଭାନେତ୍ରୀ ଅଞ୍ଜୁ କୁମାର ପ୍ରମୁଖ ଏନେଇ ଦାବି କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ