ବିକଳପୁର , ମା’ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ; ବୌଦ୍ଧ ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟ ବିବେଚିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଲପୁର ଗ୍ରାମରେ ମାହେଶ୍ୱରୀ କ୍ରିକେଟ କ୍ଲବ ଆନୁକୁଲ୍ୟରେ ୧୭ତମ ମା ‘ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ର ସଭାପତି ରାମ ପ୍ରସାଦ କର୍ଣ୍ଣ ଅଧ୍ୟକ୍ଷତା କରିଥିଲେ । ସ୍ଥାନୀୟ ସରପଞ୍ଚ ଅନୁଷୟା ପଧାନ ମୁଖ୍ୟ ଅତିଥି ଏବଂ କେନଝିରିଆପାଲି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରବିନାରାୟଣ ବେହେରା ଓ ସମାଜସେବୀ ଧରଣୀଧର ପାଢ଼ୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ। ଉଦଘାଟନୀ ମ୍ୟାଚ ଟି ଏ ଏଫ ସି ସି ବଲାଙ୍ଗୀର ଓ ବୌଦ୍ଧ ମଧ୍ୟରେ ହୋଇଥିଲା । ମ୍ୟାଚ ଦୁଇଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ବୌଦ୍ଧ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୭ ଉଇକେଟ ହରାଇ ୧୦୮ ରନ କରିଥିଲା । ଦଳର ଋଷି ମେହେର ୩୬ , ପ୍ରକାଶ ଝା ୨୬ ଓ ବିଭୂତି ମଲ୍ଲିକ ୧୫ ରନ କରିଥିଲେ । ବିପକ୍ଷ ବଲାଙ୍ଗୀର ର ସତ୍ୟଜିତ ସିଂଦେଓ , ସନ୍ତୋଷ ଯାଦବ ଓ ବିଜ୍ଞାନ ମିଶ୍ର ପ୍ରତେକ ୨ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ବଲାଙ୍ଗୀର ଦଳ ନିର୍ଦ୍ଧାରିତ ୧୫ ଓଭର ରେ ୯ ଉଇକେଟ ହରାଇ ୧୦୪ ରନ କରିଥିଲା । ଦଳର ରାଜା ସିକ୍କା ୨୪ , ବାଦଲ ଖମାରୀ ୨୩ ଓ ବିଜ୍ଞାନ ମିଶ୍ର ୨୨ ରନ କରିଥିଲେ । ବିପକ୍ଷ ବୌଦ୍ଧ ର ରଜନିଶ ଯାଦବ ୩ ଟି ଏବଂ ଦେବାଶିଷ ବାଗ ଓ ତାପସ ପଣ୍ଡା ୨ ଟି ଲେଖାଏଁ ଉଇକେଟ ନେଇଥିଲେ । ଦ୍ଵିତୀୟ ଫର୍ମାଟ ରେ ବୌଦ୍ଧ ଦଳ ନିର୍ଦ୍ଧାରିତ ୫ ଓଭର ରେ ଗୋଟିଏ ଉଇକେଟ ହରାଇ ୫୬ ରନ କରିଥିଲା । ଦଳର ଋଷି ମେହେର ଓ ହେମନ୍ତ ଚମ୍ପତି ପ୍ରତ୍ୟେକ ୨୪ ରନ ଲେଖାଏଁ କରିଥିଲେ । ବଲାଙ୍ଗୀର ର ବିଜ୍ଞାନ ମିଶ୍ର ଗୋଟିଏ ଉଇକେଟ ନେଇଥିଲେ । ଜବାବରେ ବଲାଙ୍ଗୀର ଦଳ ନିର୍ଦ୍ଧାରିତ ୫ ଓଭର ରେ ୨ ଉଇକେଟ ହରାଇ ୪୭ ରନ କରିଥିଲା । ଦଳର ରାହୁଲ ସାହୁ ୩୦ ରନ କରିଥିଲେ । ବିପକ୍ଷ ତାପସ ପଣ୍ଡା ଓ ଦେବାଶିଷ ବାଘ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଉଭୟ ଫର୍ମାଟ ରେ ବିଜୟୀ ହୋଇ ବୌଦ୍ଧ ଦଳ ମ୍ୟାଚ୍ କୁ ଜିଣି ସେମିଫାଇନାଲ ରେ ପ୍ରବେଶ କରିଛି । ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୌଦ୍ଧ ର ଋଷି ମେହେର ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା । ମ୍ୟାଚଟିକୁ ସୁରେଶ ବିଶି ଓ ଅଚ୍ୟୁତାନନ୍ଦ ସାହୁ ପରିଚାଳନା କରିଥିବା ବେଳେ ପରକ୍ଷିତ କର୍ଣ୍ଣ ଅନ ଲାଇନ ସ୍କୋରିଂ , ଚନ୍ଦ୍ର ଶେଖର ପଧାନ ସ୍କୋରିଂ ଏବଂ ଶ୍ରୀନିବାସ ପ୍ରଧାନ ଓ ବି ଏସ ରାଓ ଧରାବିବରଣୀ ପ୍ରଦାନ କରିଥିଲେ । ବୁଧୁବାର ପ୍ରଥମ ମ୍ୟାଚଟି ସିଣ୍ଢୋଲ ଓ ବିକଳପୁର ମଧ୍ୟରେ ହେବାକୁ ଥିବା ବେଳେ ଦ୍ଵିତୀୟ ମ୍ୟାଚ୍ ଟି ଏହି ମ୍ୟାଚ୍ ର ବିଜେତା ଓ ମହାବୀର ଲାୟନ୍ ରାଉରକେଲା ମଧ୍ୟରେ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ ।