Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନ ତରଫରୁ ମାତା ସାବିତ୍ରୀବାଇ ଫୁଲେଙ୍କ ୧୯୩ତମ ଜନ୍ମଜୟନ୍ତୀ ପାଳିତ

କଳାହାଣ୍ଡି,୦୩/୦୧-ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ତଥା ଦେଶରେ ମହିଳା ଶିକ୍ଷାର ପ୍ରଦୀପ ପ୍ରଜ୍ଜଳନ କରିଥିବା ମାତା ସାବିତ୍ରୀବାଇ ଫୁଲେଙ୍କ ତ୍ୟାଗ ଓ ବଳିଦାନ ଆଜି ବି ଉଦାହରଣ ହୋଇ ରହିଛି। ତାଙ୍କ ପ୍ରଦର୍ଶିତ ମାର୍ଗରେ ଚାଲିବା ସହିତ ତାଙ୍କଠୁ ପ୍ରେରଣା ନେବା ଆଜି ସମୟର ଆବଶ୍ୟକତା ବୋଲି ଓଡ଼ିଶାର ଅଗ୍ରଣୀ ସାମାଜିକ ଓ ବୈଚାରିକ ସଂଗଠନ ଅଲ ଓଡ଼ିଶା ସିଡ୍ୟୁଲଡ କାଷ୍ଟ ଫେଡେରେସନର ମହିଳା ବିଭାଗ ତରଫରୁ ଆୟୋଜିତ ମାତା ସାବିତ୍ରୀ ବାଇ ଫୁଲେଙ୍କ ୧୯୩ତମ ଜନ୍ମଜୟନ୍ତୀ ସମାରୋହରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ରେଡ଼କ୍ରସ କଲ୍ୟାଣ ମଣ୍ଡପଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ସୁନୀତା ଦୁର୍ଗା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପ୍ରଫେସର ବୈଜୟନ୍ତୀ ନାଏକ ଯୋଗଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପ୍ରଜ୍ଞା ପରିମିତା ମଲ୍ଲିକ, ପ୍ରିୟଙ୍କା ବେମାଲ, ସରୋଜିନୀ କୁମାର, ଇନ୍ଦୁରେଖା ବାଗ, ଅଲ୍ ଓଡ଼ିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନର ସଭାପତି ଶ୍ରୀବତ୍ସ ତାଣ୍ଡି, ମହାସଚିବ ସୂର୍ଯ୍ୟ ନାରାୟଣ କୁମାର, ଉପଦେଷ୍ଟା ତଥା ଅବସରପ୍ରାପ୍ତ ଜେଲ୍ ଅଧୀକ୍ଷକ ପ୍ରେମାନନ୍ଦ ବାଗ ପ୍ରମୁଖ ମଞ୍ଚାସୀନ ଥିଲେ। ଫେଡେରେସନ ମହିଳା ବିଭାଗର ସଭାନେତ୍ରୀ ବିଜୟଲକ୍ଷ୍ମୀ ସ୍ବର୍ଣ୍ଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋହରେ ଫେଡେରେସନର କାର୍ଯ୍ୟକାରୀ ସଭାନେତ୍ରୀ ରମଣୀ ଦୁରିଆ, ଉପସଭାନେତ୍ରୀ ଅଞ୍ଜୁ କୁମାର ମଞ୍ଚ ପରିଚାଳନା କରିଥିବାବେଳେ ଉପଦେଷ୍ଟା ଏସ. ସୁଜାତା ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ରୀନା କରୁଆଁ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବାବେଳେ ଡମ୍ ବଜା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ ପାଲଟିଥିଲା। କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ଫେଡେରେସନର ଉପଦେଷ୍ଟା ଏସ୍. ସୁଜାତା, ସଦସ୍ୟା ସରସ୍ବତୀ ନାଏକ, ପୁଷ୍ପଲତା ବାଗ, ଆରତୀ ନାଏକ, ସ୍ନେହଲତା ନାଏକ, ଲୀନା କୁମାର, ଅହଲ୍ୟା ଦୁର୍ଗା, ପେନୁଜା ନାଏକ, ଜ୍ୟୋତିର୍ମୟୀ ନାଏକ, ରଞ୍ଜିତା ମହାନନ୍ଦ, ଲକ୍ଷ୍ମୀ କରୁଆଁ, ଉଷା ବାଗଙ୍କ ସମେତ ଉପଦେଷ୍ଟା ଯୋଗେଶ୍ବର ସାଗର, କାର୍ଯ୍ୟକାରୀ ସଭାପତି ଋଷିସୂଦନ ଛତ୍ରପାଲ, କୋଷାଧ୍ୟକ୍ଷ ଦେବେନ୍ଦ୍ର ନାଏକ, ଯୋଜନା ଓ ସମ୍ମନ୍ବୟ ବିଭାଗର ସଂଯୋଜକ ବିଭୀଷଣ ନାଏକ, ଯୁବ ବିଭାଗ ମୁଖ୍ୟ ଚନ୍ଦନ ନାଏକ, ନଗର ସଭାପତି ପୃଥ୍ଵୀରାଜ ଛତ୍ରିଆ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏଇ ଅବସରରେ କଳାହାଣ୍ଡି ଜିଲ୍ଲାର ୧୩ଟି ବ୍ଲକ, ୩ଟି ଏନଏସି ଓ ଗୋଟିଏ ମ୍ୟୁନିସିପାଲିଟି ଅଞ୍ଚଳରୁ ଛଅଶହରୁ ଉର୍ଦ୍ଧ୍ବ ମହିଳା ସଦସ୍ୟା ଯୋଗ ଦେଇଥିଲେ।