Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମପରାୟଣ ବ୍ୟକ୍ତିଙ୍କ ଦୁଃଖଦ ପରଲୋକ, ଅଞ୍ଚଳରେ ଶୋକର ଛାୟା

କଳାହାଣ୍ଡି,୦୩/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପାଣିମୁଣ୍ଡା ଗାଁର ଜଣେ ଧର୍ମ ପରାୟଣ ବ୍ୟକ୍ତି ଭୁବନେଶ୍ବର ଭୋଇ(୬୬)ଙ୍କ ଦୁଃଖଦ ପରଲୋକ ଘଟିଛି। ସେ ଜଣେ ଧର୍ମପରାୟଣ, ବନ୍ଧୁବତ୍ସଳ ଓ ପରୋପକାରୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ। ଆଧ୍ୟାତ୍ମିକ ଚିନ୍ତାଧାରାରେ ବ୍ରତୀ ରହି ଜନସମାଜର ଉନ୍ନତି ଦିଗରେ ସେ ସର୍ବଦା ଚେଷ୍ଟିତ ଥିଲେ। ନାମ ସଂକୀର୍ତ୍ତନ, ଭାଗବତ ପାରାୟଣ ଆଦି ଧର୍ମଧାରାରେ ସଂଶ୍ଲିଷ୍ଟ ରହିବା ସହିତ ସଂସ୍କାର ଭାରତୀର ଜଣେ ଆଗଧାଡ଼ିର ସଦସ୍ୟ ଭାବେ ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ଲୋକ ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ପ୍ରଯତ୍ନ କରୁଥିଲେ। ସେ ସାମାନ୍ୟ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯିବାବେଳେ ତାଙ୍କର ବିୟୋଗ ଘଟିଥିଲା। ଅତ୍ୟନ୍ତ ଶୋକାକୁଳ ପରିସ୍ଥିତିରେ ଗାଁ ଶ୍ମଶାନରେ ତାଙ୍କର ଦାହସଂସ୍କାର କରାଯାଇଥିବାବେଳେ ଦୁଇ ପୁଅ ରୋହିତ ଓ ପ୍ରଦୀପ ମୁଖାଗ୍ନି ଦେଇଥିଲେ। ତାଙ୍କ ଶବାଧାରରେ ପତ୍ନୀ ଗୋଲାପୀ, ଦୁଇ ପୁଅ, ଦୁଇ ଝିଅ, ମଝିଆ ଭାଇ ସୁବନ, ସାନଭାଇ ତପନଙ୍କ ସମେତ ପରିବାର, ବନ୍ଧୁବର୍ଗ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ବିୟୋଗ ଖବର ପ୍ରଚାରିତ ହେବାକ୍ଷଣି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିବାବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ସଂସ୍କାର ଭାରତୀର ଜିଲ୍ଲା ସଂଯୋଜକ ହରେକୃଷ୍ଣ ଭୋଇ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର ସାଧାରଣ ସଂପାଦକ ସୁଶୀଲ କୁମାର ବାଗ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।