Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ହରିହର ଯୋର (ଠେଙ୍ଗୋ ଡେମ )ରେ ଇକୋ ଟୁରିଜିମ ପ୍ରକଳ୍ପ ଉଦଘାଟିତ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଦୁରଜତୈଲା ପଞ୍ଚାୟତ ଅନ୍ତର୍ଗତ ହରିହର ଜୋର ସ୍ଥିତ ଠେଙ୍ଗୋ ଡ୍ୟାମ ଠାରେ ସରକାରଙ୍କ ପକ୍ଷରୁ ପର୍ଯ୍ୟଟକ ମାନଙ୍କ ପାଇଁ ଇକୋ ଟୁରିଜିମ୍ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ‌ବଣ ଭୋଜି ସହ ବୋଟ ରେ ବୁଲି ମଜା ନେଇପାରିବେ । ଗୁରୁବାର ଜିଲ୍ଲାପାଳ ବିମଳେନ୍ଦୁ ରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ପର୍ଯ୍ୟଟକଙ୍କ ନୌକା ବିହାର ପାଇଁ ଦୁଇଟି ବୋଟ ଆସିଥଲା l ଉକ୍ତ ବୋଟର ଗତକାଲି କିଛି ଦୁର୍ବୁତ୍ତ କାଚ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା l ବୋଟ ର କାଚ କୁ ବନବିଭାଗ ଯଥା ଶୀଘ୍ର ମରାମତି କରି ଗୁରୁବାର ସାମୁହିକ ଭାବେ ତାର ଉଦଘାଟନ ହୋଇଯାଇଛି l ଏଥିରେ ପୋଲିସ ବିଭାଗ ର ବୀରମହାରାଜପୁର ଆଇ ଆଇ ସି ରାଜେଶ୍ୱରୀ ଭୋଇ , ଆର ଶିସି ଏଫ ଅଶ୍ୱନୀ କୁମାର କର , ଡ଼ି ଏଫ ଓ ମଦନ ଲାଲ ଶର୍ମା , ରେଞ୍ଜର ସଞ୍ଜୀବ ରାଉତ , ଏସିଏଫ ଗିରିଧାରୀ ନାଗ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଥିଲେ l ଏଥିରେ ସମସ୍ତ ପୋଲିସ କର୍ମଚାରୀ ସମେତ ବନବିଭାଗ କର୍ମଚାରୀ ମାନେ ଉପସ୍ଥିତ ରହି ବେlଟିଂ ର ମଜା ନେଇଥିଲେ l ବୋଟ ଦୁଇଟିକୁ ଚଳାଇବା ପାଇଁ ଦୁଇ ଜଣ ତାଲିମ ପ୍ରାପ୍ତ ଡ୍ରାଇଭର ଆସିଥିବା ସୂଚନା ମିଳିଛି l ଏ ଅଞ୍ଚଳ ତଥା ସୁବର୍ଣ୍ଣପୁର ଜିଲ୍ଲା ରେ ଏହା ପ୍ରଥମ ହୋଇଥିବାରୁ ଚାରିଆଡ଼େ ଲୋକଙ୍କ ମନରେ ଉତ୍ସାହ ଖେଳିଯାଇଛି I