Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆମ ପୋଖରୀ – ମିଶନ୍ ଶକ୍ତି ଗ୍ରୁପ୍ ମହିଳାମାନଙ୍କ କାଯ୍ୟ ଦକ୍ଷତା ବୃଦ୍ଧି କର୍ମଶାଳା

ଭବାନୀପାଟଣା, ୦୫/୦୧ (ଜଗନ୍ନାଥ ନାଏକ) : ସ୍ଥାନୀୟ ଟାଉନହଲ ପରିସରରେ ଭବାନୀପାଟଣା ପୌରପାଳିକା ପକ୍ଷରୁ ମିଶନ ଶକ୍ତି ଗୃପ ମହିଳାମାନଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନ୍ତର୍ଗତ ଆମ ପୋଖରୀ ଯୋଜନା ମାଧ୍ୟମରେ ସାରା ଓଡିଶାର ୨୦୦୦ ଗୋଟି ପୋଖରୀକୁ ନବୀକରଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୃହ ଏବଂ ନଗର ଉନ୍ନୟନ ବିଭାଗକୁ ଦାଇତ୍ୱ ଦେଇଛନ୍ତି, ସେଥି ମଧ୍ୟ୍ୟରୁ ଭବାନୀପାଟଣା ପୌରପାଳିକା ଅଧୀନରେ ଥିବା ଆଶାସାଗର ଏବଂ ପୁରୁଣାପଡା ପୋଖରୀ ର ନବୀକରଣ ନିମନ୍ତେ ପ୍ରସ୍ତାବିତ ହୋଇଥିଲା l ତାଲିମ କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ଦକ୍ଷତା ବୃଦ୍ଧିର କୌଶଳ ଏବଂ ଜଳ ସଂରକ୍ଷଣ ସାଙ୍ଗକୁ ଜଳାଶୟ ଗୁଡିକର ରୂପାନ୍ତିକରଣ ପ୍ରକ୍ରିୟା ବିଷୟରେ ତାଲିମ ପ୍ରଦାନ କରିଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରାଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଦକ୍ଷତା ବୃଦ୍ଧି କର୍ମଶାଳାରେ ତାଲିମ ନେବାକୁ କାର୍ଯ୍ୟାଦେଶ ପାଇଥିବା ସ୍ୱୟଂ ସହାୟକ ଗୋଷ୍ଠିର ସଭାନେତ୍ରୀ, ସମ୍ପାଦିକା,କୋଷାଧ୍ୟକ୍ଷ ଏବଂ ଗ୍ରୁପର ଜଣେ ସଦସ୍ୟାଙ୍କୁ କାର୍ଯ୍ୟପ୍ରଣାଳୀ ବିଷୟରେ ଜାଣିବାକୁ ବ୍ୟବସ୍ଥା କରାଯାଇଥିଲା l ତାଲିମଦାତା ଭାବେ ଡ଼. ସୁବ୍ରତ ଦାସ, ଟିମ ଲିଡର,ଡବ୍ଲ୍ୟୁଆରୟୁ, ହାଡିବନ୍ଧୁ ବେହେରା,ପରାମର୍ଶଦାତା,ଡବ୍ଲ୍ୟୁଆରୟୁ, ବିକାଶ ମହାରଣା,ରାଜ୍ୟ ମିଶନ ପରିଚାଳକ ଓଡିଶା ସରକାର ଗୃହ ଏବଂ ନଗର ଉନ୍ନୟନ ବିଭାଗ ତରଫରୁ ଆସିଥିଲେ l ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ଅଧିକାରୀ ଡ଼. ସତ୍ୟ ସମ୍ପର୍ଣ୍ଣା ରାଉତ, ଉପାଧ୍ୟକ୍ଷ ବିଷ୍ଣୁ ପ୍ରଧାନ,ପରିଷଦ ବୃନ୍ଦ ପ୍ରାଣନାଥ ନାଏକ, ଭୁବନେ ବାଗ, ଶିବା ସାହୁ, ଜୟଶ୍ରୀ ଅଗ୍ରୱାଲ, ଗିରିଜା ଗହୀର, ହାରାମଣି ଗଣ୍ଡ, କ୍ଷୀରସିନ୍ଧୁ ନାଏକ,ପ୍ରଶାନ୍ତ ଠାକୁର, ପ୍ରମିତ ସିଂ,କନିଷ୍ଠ ଯନ୍ତ୍ରୀ ରାଧାମୋହନ ରାୟ,ଫଗୁ ମାରାଣ୍ଡି,ଦୀପାଞ୍ଜଳି ଦୀପ, କମଳ କରଳିୟା,ନୀଳାଦ୍ରି ବାହିନୀପତି, ମିଶନ ଶକ୍ତି ଗୃପର ମହିଳା ଗଣ,ମୁକ୍ତା ଏବଂ ଜଳଶୟନବୀକରଣ କାର୍ଯ୍ୟକ୍ରମରେ କାମ କରୁଥିବା ସମସ୍ତ କର୍ମଚାରୀ ଏବଂ ସହାୟକ ପ୍ରମୁଖ ଉପସ୍ଥିତ ଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ