Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ମହିଳା ମହାବିଦ୍ୟାଳୟରେ ଶୀତକାଳୀନ ଶିବିର ଉଦ୍ଘାଟିତ

କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) :ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନିକଟସ୍ଥ ପୋଷ୍ୟଗ୍ରାମ ରିଷି ଗାଁ ଗ୍ରାମଠାରେ ଜାତୀୟ ସେବା ଯୋଜନା ଅଧିକାରୀ ଡ. ରାଧାରାଣୀ ନାୟକଙ୍କ ତତ୍ତ୍ୱାବଧାନରେ ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୫୦ ଜଣ ବାଳିକା ସ୍ଵେଚ୍ଛାସେବୀଙ୍କୁ ନେଇ ତା ୦୫/୦୧/୨୦୨୪ରିଖ ଠାରୁ ଆରମ୍ଭ ହୋଇ ୧୧/୦୧/୨୦୨୪ ପର୍ଯ୍ୟନ୍ତ ଚାଲୁ ରହିବ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟର କୁଳପତି କର୍ଣ୍ଣଲ ପ୍ରଫେସର ସଞ୍ଜୟ କୁମାର ଶତପଥୀ ଉଦ୍ଘାଟନ କରିବା ସହିତ ଛାତ୍ରୀମାନଙ୍କୁ ମହାବିଦ୍ୟାଳୟରୁ ଗାଁ କୁ ଯାଇ ବିଭିନ୍ନ ବିଷୟରେ ଲୋକମାନଙ୍କୁ ସାହାଯ୍ଯ ତଥା ସଚେତନ କରିବା ପାଇଁ ଉଦବୋଧନ ଦେଇଥିଲେ। ଏହି ଶିବିରକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ତ୍ରିଲୋଚନ ଜେନା ସଭାପତିତ୍ୱ କରିଥିଲେ।
ଏହି ଶିବିରର ଉଦ୍ଘାଟନ ଉତ୍ସବରେ ସମ୍ମାନୀତ ଅତିଥି ରୂପେ ରିଷିଗାଁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଅନୀତା ମହାନ୍ତି ଯୋଗଦାନ କରିଥିଲେ। ଡ. ରାଧାରାଣୀ ନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଡ. ପ୍ରତାପ କୁମାର ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଶିବିରରେ ସ୍ବେଚ୍ଛାସେବୀମାନେ ଯଥା ସାତ୍ତ୍ବିକ ମାଝୀ, ଶିବାନୀ ବାଗ୍, ରିଙ୍କି ମେହେର, ସିପ୍ରା ପଟ୍ଟନାୟକ, କୁମୁଦିନୀ ଶବର ଆଦି ପ୍ରମୁଖ ଅଗ୍ରଣୀ ଭୂମିକା ଲିଭାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories