Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କିଡିଙ୍ଗ ଗ୍ରାମ ଠାରେ ନାଗରିକ ବିକାଶ ସଂଗଠନ ପକ୍ଷରୁ ସ୍ବର୍ଗତ ରାଷ୍ଟ୍ରମାତା ସାବ୍ରିତୀ ବାଈ ଫୁଲେଙ୍କ ଜନ୍ମଦିବସ ମହାସମାରୋହରେ ପାଳିତ

କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) : ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ କିଡିଙ୍ଗ ଗ୍ରାମ ଠାରେ ନାଗରିକ ବିକାଶ ସଂଗଠନ ପକ୍ଷରୁ ସ୍ବର୍ଗତ ରାଷ୍ଟ୍ରମାତା ସାବ୍ରିତୀ ବାଈ ଫୁଲେଙ୍କ ଜନ୍ମଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ମହିଳା ମାନେ କିପରି ସମାଜର ବହୁବିଧ ଉନ୍ନତିରେ ନିଜକୁ ସାମିଲ କରି ପାରିବେ ଏବଂ ସମଗ୍ର ଭାରତ ବର୍ଷରେ ନିଜକୁ ସର୍ବାଙ୍ଗୀନ ଉନ୍ନତି ପଥେ ଉଚ୍ଚ ପ୍ରତିଷ୍ଠିତ କରିପାରିବେ ତାହା ଥିଲା ମୁଖ୍ୟ ଆଲୋଚନା ପ୍ରସଙ୍ଗ। ଏହି ଅବସରରେ ସାବିତ୍ରୀ ବାଈ ଫୁଲେଙ୍କ ଜୀବନକୁ ଆଧାର କରି ତାଙ୍କର କାର୍ଯ୍ୟକଳାପ ଉପରେ ଆଲୋଚନା ହୋଇଥିଲା। ଏଥିରେ ଉର୍ମୀ ସଭ୍ୟା ମାନସୀ ଗହିର, ପୂର୍ଣ୍ଣିମା ବଗର୍ତ୍ତୀ,ଝିଲ୍ଲୀ ବଗର୍ତ୍ତୀ ଏବଂ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛତିଶ ଜଣ ମହିଳାନେତ୍ରୀ ସର୍ବୋପରି ଗ୍ରାମର ଭଦ୍ରଲୋକ ବହୁ ସଂଖ୍ୟାରେ ମହିଳା ମାନେ ଉପସ୍ଥିତ ରହି ସାବିତ୍ରୀ ବାଈ ଫୁଲେଙ୍କ ଜନ୍ମଦିବସଟି ପାଳନ କରିଥିଲେ ।