କେସିଙ୍ଗା ସ୍ଥିତ ଆମ୍ବେଦକର ଭବନ ଠାରେ ଅନୁସୂଚିତ ଜାତି ବିକାଶ ପରିଷଦ କଳାହାଣ୍ଡି ଅଧ୍ୟକ୍ଷ କ୍ଷେତ୍ରମଣୀ ସେନାପତିଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ


କଳାହାଣ୍ଡି, ୦୫/୦୧ (ଜଗନ୍ନାଥ ନାଏକ) : କେସିଙ୍ଗା ସ୍ଥିତ ଆମ୍ବେଦକର ଭବନ ଠାରେ ଅନୁସୂଚିତ ଜାତି ବିକାଶ ପରିଷଦ କଳାହାଣ୍ଡି ଅଧ୍ୟକ୍ଷ କ୍ଷେତ୍ରମଣୀ ସେନାପତିଙ୍କ ସଭାପତିତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି ସମ୍ମିଳନୀରେ ଓଡିଶା ରାଜ୍ୟ କେଉଟ, କୈବର୍ତ୍ତ ଓ ଧୀବର ହଟାଓ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ଡିଙ୍ଗର କୁମ୍ଭାର ଉପସ୍ଥିତ ରହି ବୈଠକର ଆଭିମୁଖ୍ୟ ପ୍ରକାଶ କରିଥିଲେ l ଏହି ବୈଠକର ନିଷ୍ପତି କ୍ରମେ ଆସନ୍ତା ଜାନୁଆରୀ ମାସ ୧୦ ତାରିଖରୁ ଏକ ଅନୁସୂଚିତ ଜାତି ଏକତା ରଥ କଳାହାଣ୍ଡି ଜିଲ୍ଲା ଅମlଠ ଛକରୁ ବାହାରି କେସିଙ୍ଗା ଅଭିମୁଖେ ଯାତ୍ରା କରିବ l କେସିଙ୍ଗାରେ ଏକ ପଥପ୍ରାନ୍ତ ସଭା କରି ବିଭିନ୍ନ ଗ୍ରାମ ଦେଇ ଯିବାପରେ ଭବାନୀପାଟଣାରେ ପହଂଚିବ l କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗ୍ରାମ ଓ ସହରରୁ ଲୋକେ ଆସି ଏକତ୍ରିତ ହେlଇ ଭବାନୀପାଟଣା ସହର ସ୍ଥିତ ଦୟାନିଧି ଛକରୁ ନୂଆପଡା ଜିଲ୍ଲା ଅଭିମୁଖେ ରଥ ଯାତ୍ରା କରିବ l ଯାତ୍ରାର ପରବର୍ତ୍ତୀ ପର୍ଯ୍ୟାୟରେ ନୂଆପଡା ଜିଲ୍ଲା ୧୧ ଜାନୁଆରୀ , ୧୨ଓ ୧୩ଜାନୁଆରୀ ବଲାଙ୍ଗୀର ଜିଲ୍ଲା, ୧୪ ଜାନୁଆରୀ ସୋନପୁର ଜିଲ୍ଲା, ୧୫ ଜାନୁଆରୀ ବୌଦ୍ଧ ଜିଲ୍ଲା, ୧୬ ଜାନୁଆରୀ ବରଗଡ ଜିଲ୍ଲା ଓ ଶେଷରେ ୧୭ ଜାନୁଆରୀ ସମ୍ବଲପୁର ଜିଲ୍ଲାରେ ପହଁଞ୍ଚି ଆରଡିସି କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନ ଓ ଗଣଧାରଣା ଦିଆଯିବ l ସରକାରଙ୍କ ପାଖରେ କରିଆସୁଥିବା ୯୨ ଗୋଟି ଅନୁସୂଚିତ ଜାତି ସମୂହ ଯେଉଁମାନେ ଓଡିଶାର ୧୬ ଭାଗରୁ ଉର୍ଦ୍ଧ୍ବ ଅର୍ଥାତ ପ୍ରାୟ ଅସ୍ପୃଶ୍ୟ ୮୫ ଲକ୍ଷ ଲୋକ ସ୍ପୃଶ୍ୟ କେଉଁଟ, କୈବର୍ତ୍ତ ଓ ଧୀବର ଯେଉଁମାନେ ମାତ୍ର 0.0୬% ଥାଇ ସୁଦ୍ଧା ୪୦% ଭାଗ ସଂରକ୍ଷଣ ସୁବିଧାକୁ ହାତଉ ଥିବା ବିରୁଦ୍ଧରେ ଆମରଣ ଅନଶନ ଓ ଗଣଧାରଣା ଜାରି ରଖିବାକୁ ନିଷ୍ପତି ନିଆଯାଇଛି l ଏହାର ସମାଧାନ ସ୍ୱରୂପ ଓଡିଶା ସରକାର ତୁରନ୍ତ କେନ୍ଦ୍ରସରକାରଙ୍କୁ ଉକ୍ତ ଜାତିକୁ ଅନୁସୂଚିତ ଜାତି ତାଲିକାରୁ ବାଦ ଦେବାକୁ ଯଦି ପ୍ରସ୍ତାବ ନ ଦିଅନ୍ତି ତା ହେଲେ ଆସନ୍ତା ୧୮ଜାନୁଆରୀରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ହଜାରରୁ ଉର୍ଦ୍ଧ ସଂଖ୍ୟାରେ ସାମୁହିକ ଭୁକ ହଡତାଳରେ ବସି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯିବ l ଆମର ଏହି କାର୍ଯ୍ୟକ୍ରମ ୧୦ ରୁ ୧୭ ଜାନୁଆରୀ ପର୍ଯ୍ୟନ୍ତ ଶାନ୍ତିପୂର୍ଣ ଓ ଅହିଂସା ନୀତିରେ ଆୟୋଜିତ ହେବ l ସମ୍ମିଳନୀ ସଭାରେ ଶଙ୍କର ମେହେର (ଜିଲ୍ଲା ସଭାପତି ରବିଦାଶ ସମାଜ), ସୁରେଶ ମହାନନ୍ଦ , ଉପେନ୍ଦ୍ର ତାଣ୍ଡି (ଟିଟିଲାଗଡ଼), ଚିଦାନନ୍ଦ ସୁନା (ବଲାଙ୍ଗୀର), ଟିକେମନ ଦୀପ(ସମାଜସେବୀ କେସିଙ୍ଗା ) ପ୍ରତାପ ବାଗ (ସଭାପତି କେସିଙ୍ଗା), ଅନଙ୍ଗ ତାଣ୍ଡି (ଉପସଭାପତି), କୃଷ୍ଣଚନ୍ଦ୍ର ନାଗ (ଆଇନ ପରାମର୍ଶଦାତା ), ବଳଦେବ ହରପାଳ (ସମ୍ପାଦକ),ସୁରେନ୍ଦ୍ର ବିନିଆ, ଗୋପାଳ ନାଏକ ଓ ବାପି ବେହେରା ଉପସ୍ଥିତ ଥିଲେ l