Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡ଼କ ଦୁର୍ଘଟଣା ରେ ମୃତକ କୋଠାରସିଂ ର ରୂପାଙ୍କ ଙ୍କ ପରିବାର ଙ୍କୁ ଭେଟି ସମବେଦନା ଜଣାଇଲେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା

ଗୋପାଳପୁର,୦୫/୦୧ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁଠାରସିଂ ପଞ୍ଚାୟତର ଖୁବ କମ ବୟସର ରୁପାଙ୍କ ନାୟକ ଙ୍କ ଜାତୀୟ ରାଜପଥର ଗୋଳନ୍ଥରା ଚଟି ଠାରେ କାର ଧକ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାଣ ହରାଇଥିବା ବେଳେ, ଅନ୍ୟ ଜଣେ ବଡ଼ ଡାକ୍ତରଖାନାରେ ଚିକିତ୍ସଧୀନ ଥିବା ଖବର ପାଇ ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ସ୍ଥାନୀୟ ବିଜେଡି ନେତୃବୃନ୍ଦ ତଥା ସରପଞ୍ଚ, ସମିତି ସଭ୍ୟ, ସଭ୍ୟା ଓ କର୍ମୀ ମାନଙ୍କୁ ସାଙ୍ଗରେ ନେଇ ମୃତକଙ୍କ ଘରକୁ ଯାଇ, ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ସାହାଯ୍ୟର ହାତବଢ଼ାଇବା ସହିତ ଆଗାମୀ ଦିନରେ ସମସ୍ତ ଆବଶ୍ୟକୀୟ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇ ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କର ଶ୍ରୀପୟରରେ ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ଏବଂ ଦୁର୍ଘଟଣାରେ ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଯୁବକର ଆଶୁ ଆରୋଗ୍ୟ କାମନା କରିଥିଲେ।