Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ବେଳାଭୂମି ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଗୋପାଳପୁର୫/୧ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜନ ପାଇଁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଆଜି ସ୍ଥାନୀୟ ଏନ୍ ଏ ସି କାର୍ଯ୍ୟାଳୟ ରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ଚଳିତ ମାସ ଶେଷ ସପ୍ତାହ ରେ ବେଳାଭୂମି ମହୋତ୍ସବ ଆୟୋଜନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହମତି ପ୍ରକାଶ ପାଇଛି ।ଏହି କ୍ରମରେ ବେଳାଭୂମି ପରିସରରେ ଉଠା ଦୋକାନୀ ମାଲିକ ଏଵଂ ମତ୍ସ୍ୟଜୀବୀ ଙ୍କ ସହ ଏନ ଏ ସି କାର୍ଯାଳୟ ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା। ମହୋତ୍ସବ ଆୟୋଜନ ପାଇଁ ସାହାଯ୍ୟ ସହଯୋଗ କରିବାକୁ ମତ୍ସ୍ୟଜୀବୀ ମାନଙ୍କୁ କୁହାଯାଇଥିଲା। ଆବଶ୍ୟକ ବେଳେ ବିଚ୍ ରେ ରଖୁଥିବା ଡଙ୍ଗା କୁ ସ୍ଥାନାନ୍ତର କରିବା ନେଇ ଆଲୋଚନା କରାଯାଇଥିଲା। ଏ ନେଇ ମତ୍ସ୍ୟଜୀବୀ ଓ ଉଠା ଦୋକାନୀ ମାନେ ବିଚ୍ ଫେଷ୍ଟିଭାଲ କୁ ସ୍ବାଗତ କରିବା ସହ ସମ୍ପୂର୍ଣ ସହଯୋଗ କରିବେ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories