Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜମିଦାର ସ୍ୱର୍ଗତ ଧନୁ ସିଂହ ମେମୋରିଆଲ ଟ୍ରଷ୍ଟ ଉଦଘାଟିତ

ଝାରସୁଗୁଡା ୬/୦୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ମଚିଦା ଗ୍ରାମର ଜମିଦାର ସ୍ବର୍ଗତ ଧନୁ ସିଂହଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଠିତ ଧନୁ ସିଂହ ମେମୋରିଆଲ ଟ୍ରଷ୍ଟର ଉଦଘାଟନୀ ଉତ୍ସବ ଗ୍ରାମର ମାଣିକେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିଲା ।
ସର୍ବ ପ୍ରଥମେ ନିମନ୍ତ୍ରୀତ ଅତିଥି ମାନେ ମଚିଦା ଗାଁର ଜମିଦାର ସ୍ବର୍ଗତ ଶ୍ରୀ ସିଂହ ଙ୍କ ଫଟୋଚିତ୍ର ସମ୍ମୁଖରେ ଦ୍ୱୀପ ପ୍ରଜ୍ବଳନ କରିବା ପରେ ଜିଲ୍ଲା ପରିଷଦ ସଭ୍ୟ ସନତ କୁମାର ସିଂହଙ୍କ ସଭାପତିତ୍ୱ ରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଧନୁ ସିଂହ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ କାହ୍ନୁ ଚରଣ ଭୋଇ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ ଉଦଘାଟନୀ ଉତ୍ସବରେ ଲଖନପୁର ତହସିଲଦାର ସଦାକର କୁମ୍ଭାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଚିଦା ହାଇସ୍କୁଲର ସହକାରୀ ଶିକ୍ଷକ ବିପ୍ଳବ ପାତ୍ର ମୁଖ୍ୟବକ୍ତା ଏବଂ ଜମିଦାର ବଂଶଜ ମୋହନ ସିଂହ, ପୂର୍ବତନ ସମିତି ସଭ୍ୟ ନରେନ୍ଦ୍ର ଗଡତିଆ, ପୂର୍ବତନ ସରପଞ୍ଚ ଉତ୍ତମ ନେଗୀ, ଅବସରପ୍ରାପ୍ତ ଶିକ୍ଷକ ଲବ ପଧାନ, ପ୍ରମେୟ ପ୍ରତିନିଧି ମହେନ୍ଦ୍ର କୁମାର ସାଏ, କତରବଗା ରାଜସ୍ୱ ନିରୀକ୍ଷକ ଜନ୍ମଜୟ ମିଶ୍ର, ସମାଜସେବୀ ମଙ୍ଗଳ ପ୍ରସାଦ ପଧାନ,ନାରାୟଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସ୍ବାଧୀନତା ସଂଗ୍ରାମୀ ତଥା ମଚିଦା ଗ୍ରାମର ଜମିଦାର ସ୍ବର୍ଗତ ଧନୁ ସିଂହଙ୍କ ସ୍ମୃତି ଚାରଣ କରିଥିଲେ । ଏହି ଅବସରରେ ଜମିଦାରଙ୍କ ଦାୟଦ ମୋହନ ସିଂହ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଶ୍ରୀ ସିଂହ ଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ମଚିଦା ଗ୍ରାମରେ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଏବଂ ଏହି ପ୍ରସ୍ତାବକୁ ନିମନ୍ତ୍ରୀତ ଅତିଥି ବୃନ୍ଦ ଓ ଉପସ୍ଥିତ ଜନ ସାଧାରଣ ସ୍ୱାଗତ କରିଥିଲେ । ଏହା ପରେ ଧନୁ ସିଂହ ମେମୋରିଆଲ ଟ୍ରଷ୍ଟ କାର୍ଯ୍ୟାଳୟ ଉଦଘାଟିତ ହୋଇଥିଲା । ଶେଷରେ ଉପ ସଭାପତି ଭୁବନେଶ୍ୱର ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଧନୁ ସିଂହ ମେମୋରିଆଲ ଟ୍ରଷ୍ଟ ସଭାପତି ମୋହନ ସିଂହ, ଉପ ସଭାପତି ଭୁବନେଶ୍ୱର ବିଶ୍ଵାଳ, ସମ୍ପାଦକ କାହ୍ନୁ ଚରଣ ଭୋଇ, ଈଶ୍ୱର ସିଂହ,ଦଶରଥ ସିଂହ,ଜନ୍ମଜୟ ଧୁରୁଆ,ଅନିରୁଦ୍ଧ ଧୁରୁଆ, ସନ୍ୟାସୀ ଧୁରୁଆ ପରିଚାଳନାରେ ସହଯୋଗ କରିଥିବା ବେଳେ ମଚିଦା ସମେତ ଅଞ୍ଚଳର ବିଭିନ୍ନ ଗ୍ରାମରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ