Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବ୍ଲକ ମିଶନ ଶକ୍ତି ଏମ୍ ବି କେ ତାଲିମ ଶିବିର ଉଦଯାପିତ

ବୀରମହାରାଜପୁର : ( ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ନାଇସେଟ କମ୍ପ୍ୟୁଟର ଶିକ୍ଷାନୁଷ୍ଠାନ ରେ ୨୦ ଦିନ ବ୍ୟାପି ଚାଲିଥିବା ବ୍ଲକ ମିଶନ ଶକ୍ତି ଏମ.ବି.କେ ତାଲିମ ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି l ସୂଚନା ଅନୁସାରେ ମିଶନ ଶକ୍ତି ଦ୍ଵାରା ନିୟୋଜିତ ଏମ ବି କେ ମାନଙ୍କ ନିମନ୍ତେ ଉଦିଷ୍ଠ କଂପ୍ୟୁଟର ଦକ୍ଷତା ବୃଦ୍ଧି ତଥା ବିକାଶ ଉଦ୍ଦେଶ୍ୟରେ ସମଗ୍ର ବ୍ଲକରେ କାର୍ଯ୍ୟରତ ସଦସ୍ୟ ମାନକୁ ତାଲିମ ପ୍ରଦାନ କରାଯାଇ ଥିଲା l ଏହି ତାଲିମ ର ମୁଖ୍ୟ ଲକ୍ଷ୍ୟ ଅଞ୍ଚଳରେ ଥିବା ସ୍ଵଂୟସହାୟକ ଗୋଷ୍ଠୀ ଗୁଡ଼ିକର ଆର୍ଥିକ ଦେଣ ନେଣ ଆଦି କାର୍ଯ୍ୟକୁ କଂପ୍ୟୁଟର ତଥା ମୋାଇଲରେ ଅତି ଶୀଘ୍ର ଓ ସହଜରେ ନିର୍ଭୁଲ ଭାବରେ ଏମ ବି କେ ମାନେ କିପରି କରିପାରିବେ ସେ ନେଇ ତାଲିମ ନେଇଥିଲେ । ଏଥିରେ ୧୫ ଗୋଟି ପଞ୍ଚ୍ୟାୟତ ରୁ ୧୫ ଜଣ ଏମ ବି କେ ଅତି ସହଜ ରେ କଂପ୍ୟୁଟର ଶିକ୍ଷା ଗ୍ରହଣ କରିଥିଲେ l ଆଗାମୀ ଦିନରେ ଏହାକୁ ନିଜ କର୍ମକ୍ଷେତ୍ରରେ ଠିକ୍ ଭବେ ବିନିଯୋଗ କରିପାରିବେ ବୋଲି କଂପ୍ୟୁଟର ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ ଅନନ୍ତ କୁମାର ପଣ୍ଡା କହିଛନ୍ତି l ଉଦଯାପନୀ ଉତ୍ସବରେ ବ୍ଲକ ମିଶନ ଶକ୍ତି ପରିଚାଲନା ରେ ରାଜ୍ୟ ପ୍ରୋଗ୍ରାମ ମେନେଜର ବିଷ୍ଣୁ ପ୍ରସାଦ ସ୍ୱାଇଁ , ଜିଲ୍ଲା କୋଷାଧ୍ୟକ୍ଷ ଶଶିକାନ୍ତ ସେଠୀ , ରମାକାନ୍ତ ହରିପାଲ ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗଦେଇଥିଲେ l