Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବୀରମହାରାଜପୁର କଲେଜ ର ଭିତ୍ତିଭୂମି ବିକାଶ ପାଇଁ ପୁଣି 51 ଲକ୍ଷ ଟଙ୍କା ମଞ୍ଜୁରୀ

ବୀରମହାରାଜପୁର ( ସୌମିତ୍ରି ମେହେର) : ବୀରମହାରାଜପୁର ମହାବିଦ୍ୟାଳୟରେ ନିର୍ମାଣ ହେବ ନୂତନ ପ୍ରଶାସନିକ ଭବନ । କଲେଜର ପ୍ରଶାସନିକ ଭବନ ଓ ପାଚେରୀ ନିର୍ମାଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୫୧ଲକ୍ଷ ୫୦ହଜାର ଟଙ୍କା ମଞ୍ଜୁର ହୋଇଥିବା ଜଣାଯାଇଛି । ବିଭାଗର ପତ୍ର ସଂଖ୍ୟା ୫୭୧୫୦ ରେ ଏହି ସୂଚନା ମିଳି ଥିବା ପ୍ରକାଶ । ଖୁବଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ହୋଇ ନିର୍ମାଣ କାର୍ଯ୍ଯ ଆରମ୍ଭ ହେବ। ଜୁଲାଇ ମାସ ଶେଷସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସରିବ ବୋଲି କଲେଜ କର୍ତ୍ତୃପକ୍ଷ ଜାଣଇଛନ୍ତି। ଏବେ କଲେଜର ପୃରୁଣା କୋଠାରେ ପ୍ରଶାସନିକ ବିଭାଗ ରହିଛି। ଏହି କୋଠାରେ ଉଭୟ ଯୁକ୍ତଦୁଇ ଓ ଯୁକ୍ତ ତିନିର ପ୍ରଶାସନିକ କାର୍ଯ୍ୟ ଚାଲୁରହିଛି । ଉକ୍ତ ନୂତନ କୋଠାକୁ ସ୍ଥାନାନ୍ତରିତ ହେଲେ ପ୍ରଶାସନିକ କାର୍ଯ୍ଯ ସରଳ ହେବ ବୋଲି କଲେଜ କର୍ତ୍ତୃପକ୍ଷ କହିଛନ୍ତି। ସେହିପରି ଶ୍ରେଣୀଗୃହର ଅଭାବ ମଧ୍ଯ ପୂରଣ ହୋଇପାରିବ । ନୂତନ ପ୍ରଶାସନିକ ଭବନରେ ଅଧ୍ୟକ୍ଷଙ୍କ ପ୍ରକୋଷ୍ଠ ସହ ପ୍ରଶାସନିକ କାର୍ଯ୍ଯାଳୟ ସବୁ ରହିବ। ଏହା ସହ ଏହି ଭବନରେ ଅଧ୍ୟକ୍ଷଙ୍କ ସମ୍ମିଳନୀ କକ୍ଷ ରହିବ। ଏହିସବୁ ନିର୍ମାଣ ହେବାପରେ କଲେଜର ଅନେକ ଅଭାବ ପୂରଣ ହୋଇପାରିବ ବୋଲି କଲେଜ ଅଧ୍ୟକ୍ଷ ସୂଚନା ଦେଇଛନ୍ତି। ଏବେ ୫ଟି ଅଧିନରେ ୧କୋଟି ଟଙ୍କା ବିନିମୟରେ କଲେଜର ରୂପାନ୍ତିକରଣ ଜାରିରହିଛି । ପ୍ରଶାସନିକ ଭବନ ପାଇଁ ଅର୍ଥ ମଞ୍ଜୁର ପରେ ପରିଚାଳନା କମିଟି ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ଓ କଲେଜ ଅଧ୍ୟକ୍ଷ ସୁଦାମ ସାହୁ ରାଜ୍ଯ ସରକାର ତଥା ଉଚ୍ଚଶିକ୍ଷା ବିଭାଗକୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।