ବୁଲିଲା ଜଗନ୍ନାଥ ମନ୍ଦିର ପରିକ୍ରମା ରଥ


ଅସ୍ତରଙ୍ଗ,,ଶନିବାର ଦିନ ଦଶ ଘଟିକା ସମୟରେ ଅସ୍ତରଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ଉଘାଟିତ୍ ହୋଇ ଯାଇ ଅଛି । ପାଞ୍ଚଟି ଭାଗରେ ବିଭକ୍ତ ହୋଇଥିବା ଏହି ରଥକୁ ଅସ୍ତରଙ୍ଗ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ କର୍ଣ୍ଣଦେବ ସମାଦ୍ଧାର , ବ୍ଲକ ଉପାଧ୍ୟକ୍ଷ ଦୃଜୟ କୁମାର ମିଶ୍ର,ଓ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୋଗେନ୍ଦ୍ର ମହାକୁଡ ପ୍ରମୁଖ ହଳଦିଆ ରଙ୍ଗର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ୬ ତାରିଖରୁ ବାହାରି ୧୫ ତାରିଖ ପର୍ଯ୍ୟନ୍ତ ବ୍ଲକ ଅଞ୍ଚଳର ୧୫ ଗୋଟି ଗ୍ରାମ ପଞ୍ଚାୟତ ର ସମସ୍ତ ରାଜ୍ୱସ ଗ୍ରାମ ପରିଭ୍ରମଣ କରି ପ୍ରତି ଘରୁ ମୁଠେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବ ବୋଲି ଜଣା ପଡିଛି । ପରିକ୍ରମା ରଥ ଯେଉଁ ଗ୍ରାମରେ ରେ ପହଞ୍ଚିବ ସେହି ଠାରେ କୀର୍ତ୍ତନ ମଣ୍ଡଳି ଓ ଭକ୍ତ ମାନେ ସାମିଲ ହୋଇ ରଥକୁ ପାଛୋଟି ନେବେ । ଜଗନ୍ନାଥ ସଂସ୍କତିର ଉଦ୍ଦେଶ୍ୟ ଓ ସଦ୍ ଭାବନା ସୃଷ୍ଟି , ପାଇଁ ବୁଲୁଥିବା ପରିକ୍ରମା ରଥଟି ରୁ ସଂଗୃହିତ ହୋଇଥିବା ଚାଉଳ ଓ ଗୁଆ କୁ ପଞ୍ଚାୟତ ସ୍ତରରେ ଚିହ୍ନଟ ହୋଇଥିବା ଏକ ଦେବାଳୟ ପରିସରରେ ରଖାଯିବା ପରେ, ୧୭ ତାରିଖରେ ଉଦଘାଟିତ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପୂର୍ବରୁ ପଞ୍ଚାୟତ ସ୍ତରରେ ସଂଗୃହିତ ଚାଉଳ ଓ ଗୁଆକୁ ବ୍ଲକ କୁ ଅଣାଯାଇ ବ୍ଲକ ସ୍ତରରେ ଠିକ୍ କରାଯାଇ ଥିବା ମନ୍ଦିର ରେ ରଖାଯିବ ବୋଲି ସୂଚନା ମିଳିଛି । ୧୭ତାରିଖରେ ପୁରୀ ରେ ଉଦ୍ଘାଟିତ ହେବାକୁ ଥିବା ଜଗନ୍ନାଥ ମନ୍ଦିରର ପରିକ୍ରମା କୁ ଯେଉଁ ମାନେ ନ ଯାଇ ପାରିବେ ,ସେହି ଭକ୍ତ ମାନଂକ ଉଦ୍ଦେଶ୍ୟରେ ବ୍ଲକ କାର୍ଯ୍ୟାଳୟ ପରିସରରେ ଜଗନ୍ନାଥ ସଂସ୍କୃତି ସମ୍ଭଦୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ, ଉଦ୍ଘାଟିତ ପ୍ରକଳ୍ପ ର ସମସ୍ତ ଧାରା ବିବରଣୀ ବ୍ଲକ ପରିସରରେ ଏ ଲ ସି ଡି, ଦ୍ବାରା ପ୍ରଦର୍ଶନ କରାଯିବ ବୋଲି ଅତିରିକ୍ତ ବି ଡି ଓ, ଶ୍ରୀ ମହାକୁଡ ଉକ୍ତ ପ୍ରତିନିଧି ଙ୍କକନିକଟରେ ପ୍ରକାଶ କର ଛନ୍ତି । ଏହି ମହତ୍ ପୂର୍ଣ୍ଣ କାର୍ଯ୍ୟକ୍ରମ ରେ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ସମସ୍ତ ଲୋକ ପ୍ରତିନିଧି , ସରକାରୀ କର୍ମଚାରୀ ,ସାଧାରଣ ଜନତା ପ୍ରମୁଖ ଉପସ୍ଥିତ ରହି ପରିକ୍ରମା ରଥକୁ ସ୍ଵାଗତ ଜଣାଇଥିଲେ । ପ୍ରଥମ ଦିବସରେ ରଥ ଅସ୍ତରଙ୍ଗ, ଆଳଙ୍ଗପୂର, ନଇଗୁଅଁ,ଆଳସହି ,ନଗର ଗ୍ରାମ ପଞ୍ଚାୟତ ର ସମସ୍ତ ଗ୍ରାମ ପରିକ୍ରମା କରିଅଛି ।