ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଳପୁର ଗ୍ରାମରେ ହେଉଥିବା ୧୭ତମ ଆନ୍ତଃରାଜ୍ୟ ମା ‘ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶନିବାର ମ୍ୟାଚ୍ ରେ ବ୍ଲୁ ଡ଼ାଇମଣ୍ଡ ବରଗଡ଼ କୁ ହରାଇ ବ୍ଲାକ କେପ୍ ଅନୁଗୁଳ ଦଳ ବିଜୟୀ ହୋଇ ସେମି ଫାଇନାଲ ରେ ପ୍ରବେଶ କରିଛି । ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ଅନୁଗୁଳ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୯ ଉଇକେଟ ହରାଇ ୧୩୨ ରନ କରିଥିଲା । ଦଳର ବଳରାମ ବେହେରା ୩୦ ଓ ତସରିଫ ଖାଁ ୨୮ ରନ କରିଥିଲେ। ବିପକ୍ଷ ବରଗଡ଼ ର ସେକ୍ ହାୟତ ୩ ଟି ଏବଂ ହିମାଂଶୁ ବିଷ୍ଟ ଓ ସୁମିତ ରାଏ ପ୍ରତ୍ୟେକ ୨ ଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ବରଗଡ଼ ଦଳ ୧୩.୨ ଓଭର ରେ ସମସ୍ତ ଉଇକେଟ ହରାଇ ୮୬ ରନ କରିଥିଲା । ଦଳର ସୁମିତ ରାଏ ୫୧ ରନ କରିଥିଲେ। ବିପକ୍ଷ ଅନୁଗୁଳ ର ବଳରାମ ବେହେରା ୪ ଟି , ବିନାୟକ ମହାକୁର ୨ଟି ଉଇକେଟ ନେଇଥିଲେ । ଦ୍ଵିତୀୟ ଫର୍ମାଟ ରେ ଅନୁଗୁଳ ଦଳ ନିର୍ଦ୍ଧାରିତ ୫ ଓଭର ରେ ୭ ଉଇକେଟ ହରାଇ ୪୨ ରନ କରିଥିଲା । ଦଳର ବଳରାମ ବେହେରା ୨୦ ରନ କରିଥିବା ବେଳେ ବରଗଡ଼ ର ମିତ୍ର ପଧାନ ୩ ଟି ଉଇକେଟ ନେଇଥିଲେ। ଜବାବରେ ବରଗଡ଼ ଦଳ ୩.୪ ଓଭର ରେ ୨ ଉଇକେଟ ହରାଇ ୪୩ ରନ କରିଥିଲା । ଦଳର ରାକେଶ ସିଂ ୧୮ ଓ ହିମାଂଶୁ ବିଷ୍ଟ୍ ୧୭ ରନ କରିଥିଲେ । ଅନୁଗୁଳ ର ବଳରାମ ବେହେରା ଓ ଦୁଷ୍ମନ୍ତ ଦାସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ। ଉଭୟ ଦଳ ଗୋଟିଏ ଲେଖାଏଁ ଫର୍ମାଟ ରେ ବିଜୟୀ ହେବାରୁ ସୁପର ଓଭର ମ୍ୟାଚ୍ ଖେଳା ଯାଇଥିଲା । ଏଥିରେ ବରଗଡ଼ ଦଳ ୮ ରନ କରିଥିବା ବେଳେ ଅନୁଗୁଳ ଦଳ ୯ ରନ କରି ଥିଲା। ଅନୁଗୁଳ ଦଳ ଦୁଇଟି ଫର୍ମାଟ ରେ ବିଜୟୀ ହୋଇ ମ୍ୟାଚ୍ କୁ ଜିଣି ସେମି ଫାଇନାଲ ରେ ପ୍ରବେଶ କରିଛି। ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ବୀରମହାରାଜପୁର ଜୋନ -୧ ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସହୁ ମୁଖ୍ୟ ଅତିଥି ଏବଂ କମିରା ସରପଞ୍ଚ ପ୍ରତିନିଧି ସପନ ପଧାନ ଓ କ୍ରୀଡାବିତ ରାମଚନ୍ଦ୍ର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅନଗୁଳ ର ବଳରାମ ବେହେରା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଟି କୁ ଓସିଏ ମାନ୍ୟତାପ୍ରାପ୍ତ ଆମ୍ପାୟାର ଶ୍ୟାମ ସୁନ୍ଦର ପଣ୍ଡା ଓ ଶ୍ରୀବନ୍ତ ନାୟକ ପରିଚାଳନା କରିଥିବା ବେଳେ ଚନ୍ଦ୍ର ଶେଖର ପ୍ରଧାନ ସ୍କୋରର , ପରକ୍ଷିତ କର୍ଣ୍ଣ ଅନଲାଇନ ସ୍କୋରିଙ୍ଗ ଏବଂ ବି. ଏସ.ରାଓ ଏବଂ ଦେବେନ୍ଦ୍ର ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ। ରବିବାର ମ୍ୟାଚ୍ ଟି ବ୍ଲାକ୍ କପ୍ ଅନୁଗୁଳ ଦଳ ଓ ଏସ ଡି ସି ଏ ସୋନପୁର ମଧ୍ୟରେ ଅନ୍ତିମ ସେମି ଫାଇନାଲ ମ୍ୟାଚ୍ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ ।
ବିକଲପୁର, ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଶନିବାର ଖେଳରେ ବରଗଡ଼ କୁ ହରାଇ ଅନୁଗୋଳ ସେମି ଫାଇନାଲରେ ପ୍ରବେଶ
