Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ : ପ୍ରମୋଦ କୁମାର ମହାନ୍ତି ସଭାପତି, ଏମ. ସୁନ୍ଦର ଶେଖର ସାଧାରଣ ସଂପାଦକ

କଳାହାଣ୍ଡି,୦୬/୦୧-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସାଂଗଠନିକ ସମ୍ମିଳନୀ ଓ ସଂଘର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏଇ ଅବସରରେ ଲାଞ୍ଜିଗଡ଼ ବ୍ଲକ ପ୍ରାଥମିକ ସଂଘର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସଂପାଦକ ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଉପସଭାପତି ବୀରେନ୍ ବାଗ, ଉପସଭାନେତ୍ରୀ ଅର୍ଚ୍ଚନା ମିଶ୍ର, ଯୁଗ୍ମ ସଂପାଦକ ଉପେନ୍ଦ୍ର ପଧାନ, ଜିଲ୍ଲା କୋଷାଧ୍ୟକ୍ଷ ଶିବ ପ୍ରସାଦ ଦାସ, ଜିଲ୍ଲା କୋର କମିଟି ସଦସ୍ୟ ଶ୍ରୀନିବାସ ଆଚାରୀ, ଅମରେନ୍ଦ୍ର ପଟ୍ଟନାୟକ, ଯୋଗେଶ୍ବର ମିଶ୍ର, ବେଣୁଧର ବିଶ୍ବାଳ, ସୁବାସ ବିଶ୍ବାଳ, ତପନ କୁମାର ବେହେରା, ଥୁଆମୂଳ ରାମପୁର ବ୍ଲକ ସଭାପତି ଅଜିତ କୁମାର ନାୟକ, ନର୍ଲା ବ୍ଲକ ସଂପାଦକ ଅମିତ ଶର୍ମା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଲାଞ୍ଜିଗଡ଼ ବ୍ଲକ କଦମ୍ବଗୁଡ଼ା କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ତଥା ଗୋବର୍ଦ୍ଧନପୁର ସିଆରସିସି ତପନ କୁମାର ଭୋଇ ସଭାପତିତ୍ବ କରିଥିବାବେଳେ ଏମ୍. ସୁନ୍ଦର ଶେଖର ସଭା ପରିଚାଳନା ଓ ବରିଷ୍ଠ ଶିକ୍ଷକ ଦୁଃଶାସନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏଇ ଅବସରରେ ଅନୁଷ୍ଠିତ କର୍ମକର୍ତ୍ତା ନିର୍ବାଚନରେ ନୂତନ ସଭାପତି ଭାବେ ପ୍ରମୋଦ କୁମାର ମହାନ୍ତି, ସାଧାରଣ ସଂପାଦକ ଭାବେ ଏମ୍. ସୁନ୍ଦର ଶେଖର, ଉପସଭାପତି ଭାବେ ରତ୍ନାକର ଦୋରା, ପ୍ରକାଶ ଚନ୍ଦ୍ର ପଧାନ, ସୁନୀଲ ମଲ୍ଲିକ, ଉପସଭାନେତ୍ରୀ ଭାବେ ମୋନାଲିସା ଜେନା, ଯୁଗ୍ମ ସଂପାଦକ ଭାବେ ଜଳନ୍ଧର ମାଝୀ, ଶରତ ଚନ୍ଦ୍ର ସାହାଣୀ, ଚିନ୍ମୟ ପ୍ରସାଦ ମୁଦୁଲି, ବ୍ଲକ ସଂଯୋଜକ ଭାବେ ସୌଭାଗ୍ୟ ରଞ୍ଜନ ସାହୁ, କୋଷାଧ୍ୟକ୍ଷ ଭାବେ ଗୁରୁ ଗୋବିନ୍ଦ ମହାନ୍ତି ପ୍ରମୁଖ ନିର୍ନ୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲା ସାଧାରଣ ସଂପାଦକ ଶ୍ରୀ ପଟ୍ଟନାୟକ ଦାୟିତ୍ବ ତୁଲାଇଥିଲେ। ଏଇ ଅବସରରେ ଲାଞ୍ଜିଗଡ଼ ବ୍ଲକର ୧୩ଟି କ୍ଲଷ୍ଟର ଅଞ୍ଚଳରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ।