Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଏଣିକି ଓଡ଼ିଆରେ ଲେଖିବାକୁ ପଡ଼ିବ ନାମଫଳକ; ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଦ

ଭୁବନେଶ୍ବର: ଏଣିକି ଓଡ଼ିଆରେ ଲେଖିବାକୁ ପଡ଼ିବ ନାମଫଳକ। ଚଳିତ ମାସରୁ ରାଜ୍ୟରେ ଏ ନେଇ କଡାକଡି ହେବ ନିୟମ। ସବୁ ଦୋକାନ, ବ୍ୟାବସାୟିକ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସଂସ୍ଥାରେ ଓଡିଆରେ ଲେଖାଯିବ ନାମଫଳକ। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନିୟମ ଉଲ୍ଲଘଂନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ବ୍ୟବସାୟୀକ ପ୍ରତିଷ୍ଠାନର ଲାଇସେନ୍ସ ରଦ୍ଦ କରାଯିବ।

ନିର୍ଦ୍ଦେଶନାମା ଅନୁସାରେ, ଯେଉଁମାନେ ନିୟମ ଉଲ୍ଲଘଂନ କରିବେ ସେମାନଙ୍କୁ ୭ ଦିନିଆ ନୋଟିସ୍ ପଠାଯାଇ ଚେତବନୀ ଦିଆଯିବ। ଏହାପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରଥମ ଥର ଖିଲାପକାରୀଙ୍କୁ ୫ ହଜାର ଟଙ୍କା ଫାଇନ୍ ଦେବାକୁ ପଡ଼ିବ ଏବଂ ଦ୍ୱିତୀୟ ଥର ନିୟମ ଖିଲାପ କଲେ ୨୫ ହଜାର ଟଙ୍କା ଫାଇନ୍‌ ଦେବାକୁ ପଡ଼ିବ। ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମାବିଭାଗ ପକ୍ଷରୁ ଏହି ନିୟମର କଡ଼ାକଡ଼ି ନିରୀକ୍ଷଣ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରିଛି।