Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଂସ୍କାରଭାରତୀ ପକ୍ଷରୁ ନର୍ଲାରେ ବିଶାଳ ରଙ୍ଗୋଲି ପ୍ରଦର୍ଶନୀ

କଳାହାଣ୍ଡି,୦୬/୦୧-ସଂସ୍କାର ଭାରତୀର ପ୍ରତିଷ୍ଠାତା ସଦସ୍ୟ ତଥା ପ୍ରଥମ ସଂଗଠନ ସମ୍ପାଦକ ବାବା ଯୋଗେନ୍ଦ୍ର ଜୀଙ୍କ ଶତବାର୍ଷିକୀ ଉପଲକ୍ଷେ ନର୍ଲା ପେସିଫିକ୍ ଇଂଲିଶ ମିଡିୟମ ସ୍କୁଲ ସମ୍ମୁଖରେ ଏକ ବିଶାଳ ରଙ୍ଗୋଲି ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ମାରୱାଡି ମହିଳା ସମିତି ଅଧ୍ୟକ୍ଷା ସସ୍ମିତା ଅଗ୍ରୱାଲ ଅତିଥି ଭାବେ ଯୋଗଦେଇ ଏଇ ପ୍ରଦର୍ଶନୀର ଉଦଘାଟନ କରିଥିଲେ l ଏଇ ଅବସରରେ ସଂସ୍କାର ଭାରତୀ ଜିଲ୍ଲା ସଭାପତି ଭାଗିରଥି ବେହେରା, ଜିଲ୍ଲା ସମ୍ପାଦକ ପ୍ରମୋଦ କୁମାର ପରିଡା, ଉପସଭାପତି କ୍ଷୀରୋଦ ପାତ୍ର, ପଶ୍ଚିମ ପ୍ରାନ୍ତ ସଂଯୋଜକ ହରେକୃଷ୍ଣ ଭୋଇ, ନର୍ଲା ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାସ, ପ୍ରଭାସ ମିଶ୍ର, ଭାରତୀ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମୀର ରଞ୍ଜନ ନାଏକ ସହଯୋଗ କରିଥିଲେ l ପ୍ରଦର୍ଶନୀରେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ଭାଗ ନେଇ ନିଜ ନିଜର ରଙ୍ଗୋଲି ଉପସ୍ଥାପନ କରିଥିଲେ !