Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରଣ୍ଢାରେ ୧୧ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ

ଗୋପାଳପୁର,୦୭/୦୧ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଏବଂ ରଣ୍ଢା ଗ୍ରାମବାସୀଙ୍କ ପକ୍ଷରୁ ୧୧ କୁଣ୍ଡିୟ ବିଶ୍ଵଶାନ୍ତି ଗାୟତ୍ରୀ ମହାଯଜ୍ଞ ରଣ୍ଢା ବଡ଼ ସାହିରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଗ୍ରାମର ଶତାଧିକ ମହିଳା ପୋଖରୀରୁ ଜଳ କଳସ ଧରି ଗାଁ ପରିକ୍ରମା କରି ଯଜ୍ଞ ସ୍ଥଳରେ ପହଁଚି ଥିଲେ।ପରେ ଗାୟତ୍ରୀ ମନ୍ତ୍ର ସହ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା। ଉକ୍ତ ବିଶ୍ୱଶାନ୍ତି ଗାୟତ୍ରୀ ଯଜ୍ଞ ଦ୍ୱାରା ଅଞ୍ଚଳରେ ଏକ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥିଲା । ଏହି ଯଜ୍ଞରେ ରମ୍ଭା ଶକ୍ତି ପୀଠର ବରିଷ୍ଠ ପ୍ରତିନିଧି ଗୋକୁଳି ଆଜ୍ଞା ଯୋଗ ଦେଇ ଯଜ୍ଞ ସଂଚାଳନ କରିଥିଲେ। ରଣ୍ଢା ଗ୍ରାମବାସୀମାନଙ୍କ ପକ୍ଷରୁ ୧୧ ଜଣ କର୍ତ୍ତା ଭାବେ ନିଜ ସହଧର୍ମିଣୀଙ୍କ ସହ ଯଜ୍ଞ କୁଣ୍ଡରେ ବସିଥିଲେ। ଯଜ୍ଞର ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ କରାଯାଇଥିଲା। ଏଥିରେ ଗ୍ରାମ ତଥା ସ୍ଥାନୀୟ ଅଞ୍ଚଳରୁ ଶତାଧିକ ଗାୟତ୍ରୀ ପରିବାର, ରଣ୍ଢା ଗ୍ରାମବାସୀ ଏବଂ ଭକ୍ତମାନେ ଯୋଗ ଦେଇଥିଲେ ।