Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚିପିଲିମା ଧନୁଯାତ୍ରା ଚତୁର୍ଥ ସନ୍ଧ୍ୟା:ଷଡ଼ମଲ୍ଲ ନିଧନରେ କଂସ ମର୍ମାହତ,ନାରଦମୁନିଙ୍କ ପରାମର୍ଶରେ ରାଣୀ ପଦ୍ମାବତୀଙ୍କ ଧନଶ୍ରୀ ଓଷା

ଚିପିଲିମା,୬|୧: ଚିପିଲିମା ଧନୁଯାତ୍ରାର ଚତୁର୍ଥ ସନ୍ଧ୍ୟାରେ ରେ ଦିଗ ବିଜୟୀ କଂସ ମହାରାଜ ଙ୍କ ନଗର ଭ୍ରମଣ ପରେ ଦିଗବିଜୟ ରେ ବାହାରି ମଗଧ ରାଜା ଜରାସନ୍ଧ ଙ୍କୁ ପରାସ୍ତ କରି ତାଙ୍କ କନ୍ୟା ହେତି , ପ୍ରହେତି ଙ୍କୁ ବିବାହ, ଗୋବୋଧ ଶିଶୁ କୁ ହତ୍ୟା କରିବାକୁ ଯାଇଥିବା ପୁତନା ଓ ସଢ଼ମଲ୍ଲ ଙ୍କ ନିଧନରେ କଂସ ଅତ୍ୟନ୍ତ ମର୍ମାହତ ହେବା ଦେବର୍ଷି ନାରଦ ଙ୍କ ପରାମର୍ଶ ରେ ପଦ୍ମାବତୀ ଙ୍କ ଦ୍ବାରା ନିଜ ସ୍ବାମୀ ଙ୍କ ଦୀର୍ଘାୟୁ ପାଇଁ ଧନଶ୍ରୀ ଓଷା ଆୟୋଜନ ପାଇଁ ମନ୍ତ୍ରୀ ପରିଷଦ ସହିତ ବିଚାର ବିମର୍ଶ କରିବା, ଲକ୍ଷେ ଭାର ପଦ୍ମ ଫୁଲ ଯୋଗାଣ ପାଇଁ ଗୋପପୁର ନନ୍ଦ ରାଜା ଙ୍କ ପାଖକୁ ଲକ୍ଷେ ଭାର ପଦ୍ମ ଫୁଲଯୋଗାଡ ପାଇଁ ଚିତାଉ ପ୍ରେରଣ ସହିତ ମନକୁ ହାଲୁକା କରିବା କରିବା ପାଇଁ ନାଚ,ଗୀତ,ଭଳି ସାଂକୃତିକ କାର୍ଯ୍ୟକ୍ରମ କଂସ ରାଜ ଦରବାର ରେ ଅନୁଷ୍ଠିତ ହୋଇଥିଲା। ରାଜଅତିଥି ଭାବେ ବୁର୍ଲା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ,ବୁର୍ଲା ଅଗ୍ନିଶମ ଅଧିକାରୀ ଲୋକେଶ୍ୱର ପଟେଲ, ଚିପିଲିମା ଫାଣ୍ଡି ଅଧିକାରୀ ତପନ କୁମାର ପ୍ରଧାନ, ସମାଜ ସେବୀ ଛତ୍ରପତି ଦୀପକ ପାଣ୍ଡେ, ଜିଲା ରେଡ କ୍ରସ ସଦସ୍ୟ କୈଳାଶ ସାହୁ, ସମ୍ବଲପୁର ସୋସିଆଲ ଷ୍ଟାର ଗ୍ରୁପ ସୁଦିପ ପଟ୍ଟନାୟକ, ପ୍ରମୁଖ ରାଜ ଅତିଥି ଭାବେ ଯୋଗଦେଇ ଥିବା ବେଳେ ମହା ପ୍ରତାପୀ କଂସ ମହାରାଜ ଙ୍କ ନିର୍ଦେଶରେ ଅତିଥି ମାନଙ୍କ ମାନପତ୍ର, ଫୁଲଗୁଛ ସହିତ ଔପଢୌକନ ଦେଇ ରାଜକୀୟ ସମ୍ମାନିତ କରିଥଲେ। ଏହି ଅବସରରେ ଥାନା ଅଧିକାରୀ ଆଜିକାଲି ଘଟୁଥିବା ସାଇବର କ୍ରାଇମ୍ ଉପରେ ଲୋକଙ୍କୁ ସଚେତନ ବାର୍ତ୍ତା ଦେବା ସହିତ ଚାରିଦିନ ଧରି ଶୃଙ୍ଖଲା ର ସହିତ କାର୍ଯ୍ୟକ୍ରମ ହେଉଥିବାରୁ ଖୁସି ପ୍ରକଟ କରିଥଲେ ଏହା ଛଡା ପୁଲିସ ପ୍ରଶାସନ ପକ୍ଷରୁ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ ଥିବା ବେଳେ ଆହୁରି ଅଧିକ ଫୋର୍ସ ମୁତୟନ ଏବଂ ସାଧା ପୋଷାକ ରେ ଏକ ସ୍ବତନ୍ତ୍ର ଟିମ୍ ତଦାରଖ କରୁଥିବା ସୂଚନା ଦେଇଥିଲେ। ତେବେ ଯାତ୍ରା ଶେଷ ପର୍ଯ୍ୟନ୍ତ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରିବା ସହିତ ସମସ୍ତ ଶୃଙ୍ଖଳା ବ୍ୟବସ୍ଥା କରିବାକୁ ମହା ପ୍ରତାପୀ କଂସ ଥାନା ଅଧିକାରୀ ଙ୍କୁ ଆଦେଶ ଦେଇଥିଲେ।ଚତୁର୍ଥ ସନ୍ଧ୍ୟାରେ ପ୍ରବଳ ଭିଡ ପରିଲିକ୍ଷିତ ହୋଇଥିଲା।

More Stories