ଗୋପାଳପୁର ୭/୧ ଗୋପାଳପୁର ସ୍ଥିତ ସେଣ୍ଟ ଭିଲସାଣ୍ଟ ରିଟ୍ରିଟରେ ଆଜି ଏଫ ସି ଟି ବୋରଦା, ଏସ ଏ ଏଲ ସି ଏଫ ବ୍ରହ୍ମପୁର ଓ ସହିଦ ଭଗତ ସିଂ ଡିଗ୍ରୀ କଲେଜର ଖଣ୍ଡଦେଉଳି ସହ ଭାଗିତାରେ ଅନ୍ତଃଜାତୀକ ଖ୍ୟାତି ସମ୍ପର୍ଣ୍ଣ କବି ଜୟନ୍ତ ମହାପାତ୍ରଙ୍କ ଶ୍ରଦ୍ଧାଞ୍ଜଳି ସମ୍ପର୍କିତ ଏକ ଦୁଇ ଦିନିଆ ଜାତୀୟ ଆଲୋଚନା ଚକ୍ର ଉଦଘାଟନ ହୋଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗ ଦେଇ ଉଦଘାଟନ କରି ଜୟନ୍ତ ମହାପାତ୍ରଙ୍କ ସାହିତ୍ୟିକ ପ୍ରତିଭା ଏବଂ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ମତ ପ୍ରଦାନ କରିଥିଲେ l ତାହାସହ ସେ କିପରି ଲିଖିତ ସମସ୍ତ ପୁସ୍ତକ ଓ ସମ୍ମାନ ଫକୀର ମୋହନ ବିଶ୍ଵବିଦ୍ୟାଳୟକୁ ୨୦୧୧ରେ ଦାନ କରିଥିଲେ ଏବଂ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରତିଷ୍ଠା ଦିବସରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନିତ କରାଯାଇଥିବା କହିଥିଲେ l ଯୋଗ ଦେଇଥିବା ଉଦବୋଧନ କରିଥିଲେ l ଏବଂ ସାହିତ୍ୟ ଏବଂ ସଂସ୍କୃତି କ୍ଷେତ୍ରରେ ଜୟନ୍ତ ମହାପାତ୍ରଙ୍କ ଅବଦାନ ସଦାସର୍ବଦା ଚିର ସ୍ମରଣୀୟ ଓ ବନ୍ଦନୀୟ, ସାହିତ୍ୟକୁ ଅନ୍ୟ ଏକ ଉଲ୍ଲେଖନିୟ ପରିଚୟ ଦେବାକୁ ସଦାସର୍ବଦା ଅନ୍ତରହ ପରିଶ୍ରମ କରିଥିଲେ l ଏହି ଉତ୍ସବରେ ଏସ ସି ଏ ଏଲ ଏଫ ର ସଭାପତି ପ୍ରଫେସର ଇ. ରାଜାରାଓ ଅତିଥି ପରିଚୟ ପ୍ରଦାନ କରିବା ସହ ମଞ୍ଚ ପରିଚାଳନା କରି ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଏଫ ସି ଟି ବୋରଦାର ନିର୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର କର ଯୋଗ ଦେଇ ସଂଘଠନର ଆଭିମୁଖ୍ୟର ସୂଚନା ଦେଇ କବିତାର ଗତିବିଧିର ଧାରା ଉପରେ କହିଥିଲେ l ଡ଼. ଗୀତା ବିଶ୍ଵନାଥ, ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଏନ. ନାଗାରାଜୁ,ହାଇଦ୍ରାବାଦର ପ୍ରଫେସର କୈଳାଶ ଚନ୍ଦ୍ର ବରାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସହିଦ ଭଗତ ସିଂ ଡିଗ୍ରୀ କଲେଜର ଅଧକ୍ଷା ଡ଼. ମିନତୀ ପଟ୍ଟନାୟକ,ଏସ ଏ ଏଲ ସି ଏଫ ର ସମ୍ପାଦକ ଡ଼. ଅମୁଲ୍ୟ କୁମାର ତ୍ରିପାଠୀ, ଯୋଗ ଦେଇ ଜୟନ୍ତ ମହାପାତ୍ରଙ୍କ ସ୍ମୃତି ଉପରେ ନିଜ ନିଜ ମତ ରଖିଥିଲେ l ଏହି ଅବସରରେ ଡ଼. ଲମ୍ବୋଧର ପାଣିଗ୍ରାହୀଙ୍କ ଲିଖିତ ଓଡ଼ିଆରୀତି ସାହିତ୍ୟ ଲାବଣ୍ୟ ତରଙ୍ଗଣୀ ପୁସ୍ତିକାକୁ ଉନ୍ମୋଚନ କରାଯାଇଥିଲା l ଡ଼. ମୋନାଲିସା ଦାଶ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ଏସ ଏ ଏଲ ସି ଏଫ ର ଯୁଗ୍ମ ସମ୍ପାଦକ ଡ଼. ଭଗବାନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ଅବସରରେ ଅତିଥି ମାନଙ୍କୁ ପୁଷଗୁଛ ଓ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ପ୍ରଥମ ଅଧିବେଶନରେ ପ୍ରଫେସର ଇ. ରାଜାରାଓଙ୍କ ସଭାପତିତ୍ୱରେ ପ୍ରଫେସର କୈଳାଶ ଚନ୍ଦ୍ର ବରାଳ ଜୟନ୍ତ ମହାପାତ୍ରଙ୍କ କାବ୍ୟକ ପ୍ରତିଭା ସମ୍ପର୍କ ଭିତ୍ତିକ ପ୍ରବନ୍ଧ ପାଠ କରିଥିଲେ l କାର୍ଯ୍ୟକ୍ରମରେ ପ୍ରଫେସର ବଳଭଦ୍ର ତ୍ରିପାଠୀ, ଡ଼. ଇଶ୍ୱର ରାଓ, ଡ଼. ପ୍ରସନ୍ନ ବିଷୋୟୀ, ଡ଼. ପିନାକୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l