ଅମଳ ପରେ ଗଦା ହୋଇଥିବା ଧାନ ଖରି ରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ


ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ଗ୍ରାମରେ ଦୁବୁର୍ତ୍ତ ଚାଷ ଜମିରେ ନିଆଁ ଲଗାଇ ଦେବାରୁ ଅମଳ ପରେ ଗଦା ହୋଇଥିବା ଧାନ ଫସଲ ରେ ନିଆଁ ଲାଗି ୩ ଏକର ଧାନ ଫସଲ ଜଳି ଯାଇଛି । ସୂଚନା ଯେ ରବିବାର ଦିନ କୌଣସି ଦୁର୍ବୃତ୍ତ ଚାଷ ଜମିରେ ନିଆଁ ଲଗାଇ ଦେଇଥିଲା । ଫଳରେ ନିଆଁ ବ୍ୟାପି ଯାଇଥିଲା। ଗ୍ରାମବାସୀ ଓ ସ୍ଥାନୀୟ ଯୁବକମାନେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ମାତ୍ର ନିଆଁ ଲିଭାଇବାରେ ବିଫଳ ହେବାରୁ ଦମକଳ ବାହିନୀ କୁ ଖବର ଦିଆଯାଇଥିଲା । ବୀରମହାରାଜପୁର ଦମକଳ ବାହିନୀ ଲୁତୁରପଙ୍କ ଗ୍ରାମ କୁ ଆସିଥିଲେ ମଧ୍ୟ ନିଆଁ ଲାଗିଥିବା ସ୍ଥାନକୁ ଗାଡ଼ି ଯାଇ ପାରିଲା ନାହିଁ । ଅଗ୍ନିସମ ବାହିନୀ ନିଆଁ କୁ ଆୟତ୍ତ କରିବା କୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳକୁ ଗ୍ରାମର ଧରଣୀ ରଣା ନାମକ ଜଣେ ଭାଗ ଚାଷୀ ଙ୍କ ଅମଳ ପରେ ଗଦା ହୋଇଥିବା ୩ ଏକର ଚାଷ ଜମିର ଧାନ ଫସଲ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଧରଣୀ ଜଣେ ଭାଗ ଚାଷୀ । ସେ ଧାର ଉଧାର କରି ଚଳିତ ବର୍ଷ ଧାନ ଚାଷ କରିଥିଲେ । ସେ କେମିତି ଧାର , କରଜ ପରିଶୋଧ କାଇବେ ସେ ନେଇ ଚିନ୍ତା ରେ ଅଛନ୍ତି। ତେଣୁ ତାଙ୍କୁ କ୍ଷତି ପୂରଣ ପ୍ରଦାନ କରିବାକୁ ସାଧାରଣ ରେ ଦାବି ହେଉଛି।