ବୀରମହାରାଜପୁର : ( ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଳପୁର ଗ୍ରାମରେ ହେଉଥିବା ୧୭ତମ ରାଜ୍ୟସ୍ତରୀୟ ମା ‘ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ରବିବାର ମ୍ୟାଚଟି ଏସଡିସିଏ ସୋନପୁର ଓ ବ୍ଲାକ କ୍ୟାପ୍ ଅନୁଗୋଳ ମଧ୍ୟରେ ହୋଇଥିଲା । ଏଥିରେ ବ୍ଲାକ କ୍ୟାପ୍ ଅନୁଗୋଳ କୁ ହରାଇ ଏସ ଡି ସି ଏ ସୋନପୁର ଦଳ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି । ରବିବାର ମ୍ୟାଚ୍ ଟି ତିନୋଟି ଫର୍ମାଟ ରେ ହୋଇଥିଲା । ପ୍ରଥମ ଫର୍ମାଟ ରେ ଅନୁଗୋଳ ଦଳ ପ୍ରଥମେ ବ୍ୟାଟିଂ କରି ୧୪.୪ ଓଭର ରେ ସମସ୍ତ ଉଇକେଟ ହରାଇ ୯୨ ରନ କରିଥିଲା । ଦଳର ଚନ୍ଦନ ସାହୁ ୩୧ ରନ ଓ ଜଗନ ବେହେରା ୨୪ ରନ କରିଥିଲେ। ସୋନପୁର ର କେଜି କ୍ରିଷ୍ଣା ୩ ଟି ଏବଂ ବିକି ନାଗ ଓ ଉମାଶଙ୍କର ହୋତା ପ୍ରତ୍ୟେକ ୨ଟି ଲେଖାଏଁ ଉଇକେଟ ନେଇଥିଲେ । ଜବାବରେ ସୋନପୁର ଦଳ ୧୩.୪ ଓଭର ରେ ୪ ଉଇକେଟ ହରାଇ ୯୩ ରନ କରିଥିଲା । ଦଳର ରାକେଶ ସାହୁ ୩୨ ରନ , ଅଭିଳାଷ ନାୟକ ୨୦ , ଉମାଶଙ୍କର ହୋତା ୧୭ ଓ ବରୁଣ ଦାସ ୧୩ ରନ କରିଥିଲେ । ବିପକ୍ଷ ଅନୁଗୋଳ ର ଦୁଷ୍ମନ୍ତ ଦାସ ୨ ଟି ଏବଂ ବଳରାମ ବେହେରା ଓ ଜଗଦୀଶ ରକି ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ଅନୁଗୋଳ ଦଳ ନିର୍ଦ୍ଧାରିତ ୮ ଓଭର ରେ ୩ ଉଇକେଟ ହରାଇ ୮୭ ରନ କରିଥିଲା । ଦଳର ବିନାୟକ ମହାନ୍ତି ୨୭ ବଲରୁ ୫୧ ରନ ଓ ବଳରାମ ବେହେରା ୧୨ ରନ କରିଥିବା ବେଳେ ସୋନପୁର ର କେଜି କ୍ରିଷ୍ଣା ୨ ଟି ଓ ରାକେଶ ସାହୁ ଗୋଟିଏ ଉଇକେଟ ନେଇଥିଲେ । ଜବାବରେ ସୋନପୁର ଦଳ ୭ ଓଭର ରେ ୨ ଟି ଉଇକେଟ ହରାଇ ଆବଶ୍ୟକୀୟ ୮୮ରନ କରିଥିଲା । ଦଳର ଅଭିଳାଷ ନାୟକ ୩୬ ଓ ଶଙ୍କର ସେଠୀ ୩୧ ରନ କରିଥିଲେ । ଅନୁଗୋଳ ର ବଳରାମ ବେହେରା ଓ ଦୁଷ୍ମନ୍ତ ଦାସ ପ୍ରତ୍ୟେକ ଗୋଟିଏ ଲେଖାଏଁ ଉଇକେଟ ନେଇଥିଲେ । ଉଭୟ ଫର୍ମାଟ ରେ ବିଜୟୀ ହୋଇ ଏସ ଡି ସି ଏ ସୋନପୁର ଦଳ ମ୍ୟାଚ୍ କୁ ଜିଣି ଫାଇନାଲ ରେ ପ୍ରବେଶ କରିଛି। ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ର ସଭାପତି ରାମ ପ୍ରସାଦ କର୍ଣ୍ଣ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ହିଲୁଙ୍ଗ ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ମହେନ୍ଦ୍ର ମହାଲିକ, ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଦୀପ କୁମାର ସେଠୀ , ସମାଜସେବୀ ଧରଣିଧର ପାଢ଼ୀ , ପୂର୍ବତନ ସମିତି ସଭ୍ୟ ପୀତାମ୍ବର ସାହୁ , କ୍ରୀଡାବିତ ସୁଶିଲ ପ୍ରଧାନ , ବିଶ୍ୱଜିତ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏସଡିସିଏ ସୋନପୁର ର କେ.ଜି.କ୍ରିଷ୍ଣା ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ। ମ୍ୟାଚ୍ ଟି କୁ ଓସିଏ ମାନ୍ୟତାପ୍ରାପ୍ତ ଆମ୍ପାୟାର ଚୂଡ଼ାମଣି ପାଢ଼ୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ଚନ୍ଦ୍ର ଶେଖର ପ୍ରଧାନ ସ୍କୋରର ,ପରକ୍ଷିତ କର୍ଣ୍ଣ ଅନଲାଇନ ସ୍କୋରିଙ୍ଗ ଏବଂ ବି. ଏସ.ରାଓ ଏବଂ ଦେବେନ୍ଦ୍ର ଭୋଇ ଧାରାବିବରଣୀ ପ୍ରଦାନ କରିଥିଲେ । ସୋମବାର ଟୁର୍ଣ୍ଣାମେଣ୍ଟର ଫାଇନାଲ ଏସଡିସିଏ ସୋନପୁର ଓ ବୌଦ୍ଧ ମଧ୍ୟରେ ହେବ ବୋଲି ଆୟୋଜକ ଙ୍କ ସୂତ୍ରରୁ ପ୍ରକାଶ ।
ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ସୋମବାର ଫାଇନାଲ ଖେଳ ହେବ ସୋନପୁର ଓ ବୌଦ୍ଧ ମଧ୍ୟରେ
