Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋକସରା ବ୍ଲକ ର ୨୨ ପଞ୍ଚାୟତ ରେ ଅକ୍ଷତ କଲସ ଯାତ୍ରା କୁ ସବୁଠାରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା।

କୋକସରା:୦୮/୦୧
ଶ୍ରୀରାମ ମନ୍ଦିର ଅଯୋଧ୍ୟା ରୁ ଆସିଥିବା ଅକ୍ଷତ କଲସ କୁ ନେଇ ଅକ୍ଷତ କଲସ ଯାତ୍ରା କୋକସରା ବ୍ଲକ ର ୩ ଗୋଟି ମଣ୍ଡଳ କୋକସରା,ଆମପାଣି ଓ ମୋଟେର ର ୨୨ ପଞ୍ଚାୟତ ରେ ଭକ୍ତିମୟ ପରିବେଶ ମଧ୍ୟରେ ସଂକୀର୍ତ୍ତନ,ଘଣ୍ଟ ଦଳ ର ଭବ୍ୟ ଶୋଭାଯାତ୍ରାରେ ପରିକ୍ରମା କରିଥିବା ବେଳେ ଅଯୋଧ୍ୟା ରେ ଶ୍ରୀରାମ ମନ୍ଦିର ଉଦଘାଟନ ପୂର୍ବରୁ ଅକ୍ଷତ କଲସ ଯାତ୍ରା କୁ ସବୁଠାରେ ଶହ ଶହ ସଂଖ୍ୟା ରେ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରି ସ୍ୱାଗତ କରିଥିବା ଦେଖିବାକୁ ମିଳିଛି। ଏହି ଅକ୍ଷତ କଲସ ଯାତ୍ରା ରେ ବିଜେପି ର ବରିଷ୍ଠ ନେତା ଜନାର୍ଦ୍ଦନ ପଣ୍ଡା, ଜିଲ୍ଲା ସମ୍ପାଦକ ଗୋଦାବରୀଶ ପାତ୍ର, ସାଂସଦ ପ୍ରତିନିଧି ସୁଧୀର ପାତ୍ର, ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ଅର୍ଜୁନ ଭାଟି, ସ୍ୱୟଂବର ବାଗ, ମଣ୍ଡଳ ସମ୍ପାଦକ ତ୍ରିନାଥ ଶବର, ମଧୁବନ ପାତ୍ର, ମନୋଜ ନାଏକ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଭଜମନ ନାଏକ,, ଉପ ସଭାପତି ଗୋପାଳ ଅଗ୍ରୱାଲ, ରାଷ୍ତୀୟ ସ୍ୱୟଂ ସେବକ ସଙ୍ଘ ର ଲକ୍ଷ୍ମୀକାନ୍ତ ପଟ୍ଟନାୟକ, ଲକ୍ଷ୍ମୀକାନ୍ତ ପୁଝାରି, ସୁବାସ ଅଗ୍ରୱାଲ,ମୁରାରୀ ଅଗ୍ରୱାଲ ସମେତ ଆରଏସଏସ ଓ ବିଜେପି ର ଶତାଧିକ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ