Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡମ୍ ବାଜାର ତାଳେତାଳେ ଦୁଲୁକିଲା ମଞ୍ଚ : ଗୋବର୍ଦ୍ଧନପୁରଠାରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ

କଳାହାଣ୍ଡି,୦୮/୦୧-କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପଟାନ୍ତର ନାହିଁ । ଏଠାରେ ମାଟି, ପାଣି, ପବନ କଥା କହେ, ଗୀତ ଗାଏ । ଆତ୍ମୀୟତାର ସହିତ ଡାକିଦେଲେ ପାହାଡ ବି ‘ଓ’ କରେ । ହଜାର ହଜାର ବର୍ଷର ଲୋକ କଳା ଓ ଲୋକ ସଂସ୍କୃତି ଏ ମାଟିକୁ ରୁଦ୍ଧିମନ୍ତ କରିଥିବାବେଳେ ଏଠାକାର ମଣିଷକୁ କଳାର ପୂଜାରି ଭାବେ ଗଢି ତୋଳିଛି । ଏଠାକାର ଅଧିବାସୀ ଢାପ, ଘୁଡକା, ଡମ୍ ବାଜା ବାଜିଲେ ପାଦ ତାର ଥିରିଥିରି ହୋଇ ନାଚିଉଠେ । ଦୁଃଖ, ଶୋକ, ଅଭାବ, ଅସୁବିଧା ତାର ବାଟରେ ବାଧକ ସାଜିପାରେନି । ଯୁଗଯୁଗ ଧରି କଳା ଓ କଳାକାର ଏଇମାନଙ୍କ ପାଇଁ ବଞ୍ôଚ ରହିଛି ବୋଲି ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଗୋବର୍ଦ୍ଧନପୁର ପଞ୍ଚାୟତ ମୁଖ୍ୟାଳୟଠାରେ ଆୟୋଜିତ ପଞ୍ଚାୟତ ସ୍ତରୀୟ କଳାହାଣ୍ଡି ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବେ ସମିତିସଭ୍ୟା ସୁଚିତ୍ରା ମାଝୀ, ମଧୁପୁର ସ୍ୱାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା. ରାଜେଶ କୁମାର ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ସରପଞ୍ଚ ବୈଦେହୀ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନୀ ଉତ୍ସବ ପୂର୍ବରୁ ମଧୁପୁର ଶୈବପୀଠରୁ ମଶାଲ ଅଣାଯାଇ ଉତ୍ସବସ୍ଥଳରେ ସ୍ଥାପନ ପରେ ଉଦ୍‌ଘାଟନୀ ଉତ୍ସବର ଶୁଭାରମ୍ଭ ହୋଇଥିଲା । ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିବାବେଳେ ପାଣିମୁଣ୍ଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ବିଶିକେଶନ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ମଧୁପୁର କନ୍ୟାଶ୍ରମର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ, ସେବାଶ୍ରମର ପ୍ରଧାନଶିକ୍ଷକ ଗିରିଧାରୀ ବାରିକ, ବରିଷ୍ଠ ନାଗରିକ ପ୍ରସନ୍ନ ପରିଡା, ପୂର୍ବତନ ସରପଞ୍ଚ ସୁରେନ୍ଦ୍ର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା । ବରିଷ୍ଠ ଶିକ୍ଷକ ଦୁଃଶାସନ ଦାସ, ଚିନ୍ତାମଣି ବିଶ୍ୱାଳ, ମହେଶ୍ୱର ମାଝୀ, ସନ୍ତୋଷ ପାତ୍ର, ମାନସ ରଞ୍ଜନ ଦୀପ, ରଞ୍ଜନ ବୁଦ୍ଧିଆ, ଦୈତାରୀ ମାଝୀ, ବେଣୁଧର ଶବର, ସୁଜିତ ସାହୁ, ଲୋକନାଥ କର, ପାର୍ଥ ଶବର, ସରସ୍ୱତୀ ଜେନା, ବୈଷ୍ଣବ ବାଗ ପ୍ରମୁଖ ବିଭିନ୍ନ ପ୍ରତିଯୋଗିତା ପରିଚାଳନା କରିଥିଲେ । ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମର ସିଂ ପୁଝାରୀ, ସରପଞ୍ଚ ପ୍ରତିନିଧି ତପନ କୁମାର ମାଝୀ, ବିଏଫ୍‌ଟି ରାମସାଗର ମାଝୀ, ଯୋଗାଣ ସହାୟକ କମଲ ମାଝୀ, ୱାର୍ଡସଭ୍ୟ ସଦାଶିବ ମାଝୀ, ମହିଳା ସ୍ୱାସ୍ଥ୍ୟ କର୍ମୀ ରସବତୀ ସୁନାନୀ, ପଞ୍ଚାୟତସ୍ତରୀୟ ମହିଳା ସଂଘର ସଭାନେତ୍ରୀ ନୀଳେନ୍ଦ୍ରୀ ସାଗର, ଏସ୍‌ଇଏମ୍ ଜଗମୋହନ ଛତର, ଦିତିବାହନ ପଧାନ, ସହଦେବ ଛତର, ଜିତୁ ଗଉଡ, ରୂପାଧର ମାଝୀଙ୍କ ସମେତ ପଞ୍ଚାୟତ ଅଞ୍ଚଳର ସିଆର୍‌ପି, ଅଙ୍ଗନବାଡି, ଆଶା କର୍ମୀ, ଗାଁ ସାଥୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଡମ ବାଜାର କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ବଜାଶାଲ ପରିବେଷଣ ହୋଇଥିବାବେଳେ ଡମବାଜାର ତାଳେତାଳେ ଉତ୍ସବ ମଞ୍ଚ ଦୁଲୁକି ଉଠିଥିଲା । ସେହିପରି ମଧୁପୁର ସେବାଶ୍ରମର ଅତିଥି ଶିକ୍ଷକ ମଧୁସୂଦନ ରାଉତଙ୍କ ନବାକ୍ଷରୀ କଳାହାଣ୍ଡି ଉତ୍ସବ କବିତା ବେଶ୍ ପ୍ରଶଂସନୀୟ ହୋଇଥିଲା । ଶେଷରେ ମଧୁପୁର କନ୍ୟାଶ୍ରମ ଓ ସେବାଶ୍ରମ ତଥା ପଞ୍ଚାୟତର ଅନ୍ୟ ସ୍କୁଲର ଆସିଥିବା ଛାତ୍ରୀମାନେ ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ ।