Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ କବାଡି (ମହିଳା ) ଦଳ କଲିକତା ଗସ୍ତ

ଗୋପାଳପୁର ୮/୧ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ କବାଡି (ମହିଳା )ଦଳ ଆଜି କଲିକତା ଗସ୍ତ କରିଛନ୍ତି l କଲିକତା ୟୁନିଭରସିଟିରେ ଚଳିତ ମାସ ୧୦ ତାରିଖ ଠାରୁ ୧୩ ପର୍ଯ୍ୟନ୍ତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃ ବିଶ୍ଵବିଦ୍ୟାଳୟ କବାଡି ମହିଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ l ଦଳରେ ପିପୁଲ୍ସ କଲେଜ ବୁଗୁଡ଼ା ଲିମା ବେହେରା, ସନ୍ତୋଷିନୀ ନାୟକ, ଲିଜା ବେହେରା, କେ. ରୋଜା ପାତ୍ର, ଅର୍ପିତା ସେଠୀ, ଶର୍ମିଳା ସ୍ୱାଇଁ, ଆସିକା ସାଇନ୍ସ କଲେଜ ବର୍ଷାରାଣୀ ନାହାକ, ବି. ମନୀଷା ରେଡି, ବାଲିପଦର ଆଞ୍ଚଳିକ ସାଇନ୍ସ କଲେଜର ପ୍ରିୟଙ୍କା ନାୟକ, ଅଙ୍କିତା ବିଷୋୟୀ, ଶିବାନୀ ବିଷୋୟୀ, ଆଦିବାସୀ କଲେଜ ବାଲିଗୁଡା ଆରତୀ ଘଡେଇ ରହିଥିବା ବେଳେ ମେନେଜର ଆଞ୍ଚଳିକ ସାଇନ୍ସ କଲେଜ ପିଇଟି ବାଲିପଦର ଭଞ୍ଜ କିଶୋର ଗୌଡ଼,କୋଚ ଭାବେ ବାଲିପଦର ଅହଲ୍ୟା ଦେବୀ କଲେଜର ପିଇଟି ସୋନିଆ ମହାନ୍ତି ରହିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories