Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ସମାଗମରେ ଚିପିଲିମା ୨ୟ ଧନୁଯାତ୍ରା ଷଷ୍ଠ ସନ୍ଧ୍ୟା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ, କୃଷ୍ଣବଳରାମଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ ପାଇଁ ଅକୁରଙ୍କୁ ଗୋପପୁର ଯିବାକୁ କଂସ ମହାରାଜଙ୍କ ନିର୍ଦ୍ଧେଶ

ଚିପିଲିମା, ସମ୍ବଲପୁର ବୁର୍ଲାଥାନା ଚିପିଲିମା ୨ୟ ଧନୁଯାତ୍ରାର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଆଜିର କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ।ଗ୍ରାମଞ୍ଚଳରେ ଏପରି ଧନୁଯାତ୍ରାର ବିଶାଳ ଆୟୋଜନ ଦେଖି ଆୟୋଜକ କମିଟି ଙ୍କୁ ଧନ୍ୟବାଦ ଦେଇଥିଲେ।ଏଥି ସହ କେନ୍ଦ୍ରସରକାର ଙ୍କ ନୂଆଁ ଶିକ୍ଷା ନୀତିରେ ଭାରତୀୟ ପରମ୍ପରା କୁ ସ୍ଥାନ ଦେବା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିବା ବେଳେ ଏହାର ଉପକାରିତା ନିଶ୍ଚିତ ରୂପେ ପିଲା ମାନେ ପାଇ ପାରିବେ ବୋଲି ନିଜର ବ୍ୟକ୍ତବ୍ୟ ରଖିଥିବାବେଳେ,ଆସନ୍ତା ୨୨ ତାରିଖ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉଦ୍ଦେଶ୍ୟରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ସମର୍ପଣ ଉଦ୍ଧେଶ୍ୟରେ ଘରେ ଘରେ ଦୀପପ୍ରଜ୍ବଳନ କରି ହନୁମାନ ଚାଲିଶା ପାଠ,ଭଜନ,କୀର୍ତ୍ତନ,ଦୀପାବଳୀ ସଦୃଶ ମାନିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ପଟେ କଂସ ମହାରାଜ ମନ୍ତ୍ରୀ ଙ୍କୁ ନାରୀ ଶିକ୍ଷା ଉପରେ ଗୁରୁତ୍ବ ଦେବାକୁ ଆଦେଶ ଦେଇଥିଲେ। ନାରୀ ଶିକ୍ଷିତ ହେଲେ ସାରା ଦେଶ ଉନ୍ନତି କରିବ। ଅନ୍ୟ ପଟେ ଚିପିଲିମା ଠାରୁ ସମ୍ୱଲପୁର କୁ ଲୋକେ ଯିବାକୁ ପ୍ରାୟ ତିରିଶ କିଲୋମିଟର ଅତିକ୍ରମ କରିବାକୁ ପଡୁଛି। ଏଣୁ ଏହାକୁ କମାଇବାକୁ ଅନ୍ୟ ଏକ ବିକଳ୍ପ ରାସ୍ତା ପାପଡେରା ପାୱାର ଚ୍ୟାନେଲ ଦେଇ କରାଯିବାକୁ କଂସ ମହାରାଜ ଆଦେଶ ଦେଇଥିଲେ। ପ୍ରତିବଦଳରେ ମନ୍ତ୍ରୀ ମହୋଦୟ ଏହି ପ୍ରସ୍ତାବ କୁ ସେ ନିଶ୍ଚିତ ରୂପେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରି ଙ୍କ ସହିତ କଥା ବାର୍ତ୍ତା କରି କିପରି ଏହାର ବ୍ୟବସ୍ଥା ହୋଇପାରିବ ସେ ନେଇ ନିଜର ଶତପ୍ରତିଶତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।ସମ୍ମାନୀୟ ଅତିଥିଭାବରେ ରେଙ୍ଗାଲି ବିଧାୟକ ତଥା ବିଜେପି ରାଜ୍ୟ ଉପ ସଭାପତି ଶ୍ରୀଯୁକ୍ତ ନାଉରୀ ନାୟକ, ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରୀପାଠୀ ,  ଜିଲା ସଭାପତି ଗିରିଶ ପଟେଲ , କୁଚିଣ୍ଡା ପୂର୍ବତନ ବିଧାୟକ ରବି ନାଏକ, ବିଜେପି ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ପ୍ରମୁଖ ରାଜ   ଅତିଥି ଭାବରେ ଯୋଗଦେଇ ଥିଲେ। ଷଷ୍ଠ ସଂଧ୍ୟାରେ ଅନ୍ୟତମ ନିମନ୍ତ୍ରିତ ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗତ ପ୍ରସାଦ ଦାଶ, ସାମ୍ବାଦିକ ପ୍ରଦୀପ କୁମାର ନାୟକ, ସାମ୍ବାଦିକ ସଞ୍ଜୟ ପାଗଡ଼
ସାମ୍ବାଦିକ ମନୋଜ ସାହୁ ଯୋଗଦାନ କରିଥିଲେ। ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ପୁଷ୍ପମାଲ୍ୟ ଉପଢୌକନ ଦେଇ କମିଟି ପକ୍ଷରୁ ସମ୍ମାନିତ କରାଯାଇଥିଲା।ରାଜ ଦରବାରରେ ମହାରାଜା କଂସ ତଥା ଉପସ୍ଥିତ ଅତିଥି ତଥା ଦର୍ଶକଙ୍କ ମନୋରଞ୍ଜନ ପାଇଁ ନାଚ,ଗୀତ,ଦଳଗତ ନୃତ୍ୟ,ଘୁବୁକୁଡୁ ନୃତ୍ୟ ଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ ହୋଇଥିଲା।ଆଜିର ସନ୍ଧ୍ୟାରେ ୫ହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ଭିଡ଼ ପରିଲିକ୍ଷିତ ହୋଇଥିବାବେଳେ,ବୁର୍ଲା ପୋଲିସ ପକ୍ଷ୍ୟରୁ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପ୍ରଧାନଙ୍କ ତତ୍ୱବାଧାନରେ ବ୍ୟାପକ ପୋଲିସ ମୁତୟନ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ