Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ଉପଲକ୍ଷେ ମହୁଲପାଟଣା ଠାରେ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା

କଳାହାଣ୍ଡି, ୦୯/୦୧ (ଜଗନ୍ନାଥ ନାଏକ) : ୨୬ତମ କଳାହାଣ୍ଡି ଉତ୍ସବ ୨୦୨୪ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ମହୁଲପାଟଣା ନିକଟସ୍ଥ ସ୍ଥାନୀୟ ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟ ସ୍ଥାନ ରେ ସ୍ଵମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା।ଏଥିରେ ମୁଖ୍ୟଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ଯୋଗ ଦେବା ସହ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ ଙ୍କ ସହ ପି ଏ, ଆଇ ଟି ଡି ଏ ରାମକୃଷ୍ଣ ଗଣ୍ଡ, ମତ୍ସ୍ୟ ଉପ ନିର୍ଦ୍ଦେଶକ ଅରୁଣ ବେହେରା, ଜିଲ୍ଲା ପରିଷଦ ସଦସ୍ୟା ଟୁନୀ ଖୋସଲା,ଡି ଡ ବ୍ଲୁ ଓ ଅରବିନ୍ଦ ରାୟ, ଡି ସି ଓ ଅର୍ପିତା ବେହେରା, ଡି ଆଇ ପି ଆର୍ ଓ ମନୋଜ ବେହେରା, ନୌକା ଚାଳନା ଓ ତୀର ଚାଳନା କମିଟି ଅଧ୍ୟକ୍ଷ ପଦ୍ମ କିଶୋର ପୂଜାରୀ,ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ମଞ୍ଚାସିନ ଥିଲେ ।।ଏମ ଏମ ପି ଏସ୍ ମହାବିଦ୍ୟାଳୟ ଥୁଆମୂଳ ରାମପୁର ଅଧ୍ୟକ୍ଷ ସତ୍ୟ ନାରାୟନ ମୁଣ୍ଡଛିନା କାର୍ଯ୍ୟକ୍ରମ ପରିଚାଳନା ସହ ସଂଯୋଜନା କରିଥିଲେ । ସଭାରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ପୂଜାର୍ଚ୍ଚନା ପରେ ପି ଏ, ଆଇ ଟି ଡି ଏ ଏହି ପ୍ରତିଯୋଗିତା ଉପରେ ସମ୍ୟକ୍ ସୂଚନା ଦେଇ କଳାହାଣ୍ଡି ଉତ୍ସବ ଉପଲକ୍ଷେ ସ୍ଥାନୀୟ ଲୋକଙ୍କର ଆନ୍ତରିକତା ଓ ବହୁ ସଂଖ୍ୟାରେ ତୀର ଚାଳନା ଓ ନୌକା ଚାଳନା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କୁ ପ୍ରଶଂସା କରି ସମସ୍ତଙ୍କୁ ସ୍ବାଗତ କରିଥିଲେ। ମୂଖ୍ୟଅତିଥି ଜିଲ୍ଳାର ଲୋକ କଳା, ଲୋକ ସାହିତ୍ୟ, ଲୋକ ବାଦ୍ୟ,ଲୋକ ସଂସ୍କୃତି ର ଆହୁରି ଉନ୍ନତି ସହ ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ ପାଇଁ ଏହି ମଞ୍ଚ ଏକ ସୁଯୋଗ ବୋଲି କହିଥିଲେ।ବ୍ଲକ ଅଧ୍ୟକ୍ଷ ଶ୍ରୀ ମାଝୀ କୁଇ ଭାଷା ରେ ସମ୍ବୋଧନ କରି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।ନୌକା ଚାଳନା ରେ କର୍ଲାଗୁଡା ଗ୍ରାମର ଚକ୍ର ମାଝୀ ଓ ସୁରୁ ମାଝୀ ପ୍ରଥମ, ସାନ ଛତରଙ୍ଗ ଗ୍ରାମ ର ଫଗନୁ ମାଝୀ ଓ ଇନ୍ଦ୍ର ମାଝୀ ଦ୍ଵିତୀୟ, କମଲାଗୁଡ଼ା ଗ୍ରାମର ତ୍ରିନାଥ ମାଝୀ ଓ ସଦା ମାଝୀ ତୃତୀୟ ଏବଂ ସେଭଳି ତୀର ଚାଳନା ରେ ଉପରଛାବ୍ରି ର ହରି ମାଝୀ ପ୍ରଥମ, ଭେବ୍ଡ଼ାପଦର୍ ର ସୁରେନ୍ଦ୍ର ମାଝୀ ଓ ଡିସ୍କୋ ମାଝୀ ଦ୍ଵିତୀୟ ଏବଂ ଉପରଛାବ୍ରି ର ଲକ୍ଷ୍ମଣ ମାଝୀ ତୃତୀୟ ହୋଇ ମୂଖ୍ୟ ଅତିଥି ଙ୍କ ଠାରୁ ନଗଦ ଅର୍ଥ ପୁରସ୍କାର, ସାର୍ଟିଫିକେଟ ଓ ଟ୍ରଫି ଗ୍ରହଣ କରିଥିଲେ। ତୀରଚାଳନା ଓ ନୌକା ଚାଳନା ରେ ପ୍ରଥମ ପୁରସ୍କାର ୨୫୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୨୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୧୫୦୦ ଟଙ୍କା ପ୍ରଦାନ କରାଯାଇଥିଲା।ସେଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ମହୁଲପାଟଣା ସରକାରୀ ହାଇସ୍କୁଲ, ଗୋପାଳପୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟ,ମା ମାଣିକେଶ୍ଵରୀ ପଞ୍ଚାୟତ ହାଇସ୍କୁଲ, ସୁକାନ୍ତି ଡେ ନ୍ସ ଗ୍ରୁପ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସମ୍ବଲପୁରୀ, ଢେମସା ନୃତ୍ୟ, ସୋଲୋ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ।ଏହି ପ୍ରତିଯୋଗିତା କୁ ଭୀମସେନ ସାହୁ,ଭାରତ ଭୁଷଣ ଚଲାନ୍,ଭାରତ ଭୁଷଣ ପ୍ରଧାନ,ରଜନୀକାନ୍ତ ଶର୍ମା ପ୍ରମୁଖ ସହଯୋଗ କରିଥିଲେ । ସଭା ସ୍ଥଳ ରେ ଆଇ ସି ଡି ଏସ, ସ୍ଵାସ୍ଥ୍ୟ ବିଭାଗର ଷ୍ଟଲ ଖୋଲାଯାଇ ସୂଚନା ସହ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା।ସଭାରେ କେନ୍ଦୁଗୁଡା, ସାନଛତରଙ୍ଗ, ପୁକିଯାଲ , ମହୁଲପାଟଣା, କାଦେ ପଦର, କମଳାଗୁଡା ତଥା ଆଖ ପାଖ ପଞ୍ଚାୟତ ର ବହୁ ଜନ ସାଧାରଣ, ଥୁଆମୂଲ ରାମପୁର କଲେଜର ଛାତ୍ର ଛାତ୍ରୀ,ଗଣ ମାଧ୍ୟମ ପ୍ରତିନିଧି, ବିଭିନ୍ନ କମିଟି ର କର୍ମକର୍ତ୍ତା, ମତ୍ସ୍ୟ,ଆଇ ଟି ଡି ଏ କାର୍ଯ୍ୟାଳୟର କର୍ମଚାରୀ, ଅଗ୍ନିଶମ କର୍ମଚାରୀ,ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ