Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

17 ତମ ରାଜ୍ୟ ସ୍ତରୀୟ ମା ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳରେ ବୌଦ୍ଧ କୁ ହରାଇ ଏସ୍ ଡି ସି ଏ ସୋନପୁର ଚମ୍ପିଆନ୍

ବୀରମହାରାଜପୁର : (ସୌମିତ୍ରି ମେହେର )
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତ ର ବିକଳପୁର ଗ୍ରାମରେ ହେଉଥିବା ୧୭ତମ ମା’ ମାହେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ରେ ବୌଦ୍ଧ କୁ ହରାଇ ଏସ ଡି ସି ଏ ସୋନପୁର ଚାମ୍ପିଅନ ହୋଇଛି । ମ୍ୟାଚ୍ ଟି ଦୁଇଟି ଫର୍ମାଟ ରେ ହୋଇଥିଲା। ପ୍ରଥମ ଫର୍ମାଟ ରେ ବୌଦ୍ଧ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭର ରେ ୯ ଉଇକେଟ ହରାଇ ୮୯ରନ କରିଥିଲା। ଦଳର ଦେବାଶିଷ ବାଗ ୩୭ ଓ ବିଭୂତି ମଲ୍ଲିକ ୧୪ ରନ କରିଥିଲେ । ବିପକ୍ଷ ସୋନପୁର ର ବିକି ନାଗ , ପୁରୁଷୋତ୍ତମ ପାତ୍ର ଓ ରାକେଶ ସାହୁ ପ୍ରତ୍ୟେକ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ଏସ ଡି ସି ଏ ସୋନପୁର ଦଳ ଆବଶ୍ୟକୀୟ ୯୦ ରନ କୁ ୧୦.୧ ଓଭର ରେ ୭ ଉଇକେଟ ହରାଇ ସଂଗ୍ରହ କରିଥିଲା । ଦଳର ଶଙ୍କର ସେଠୀ ୪୧ ରନ ଓ ଅଭିଳାଷ ନାୟକ ୧୨ ରନ କରିଥିଲେ। ବୌଦ୍ଧ ର ଦେବାଶିଷ ବାଗ ୪ଟି ଓ ଲକ୍ଷ୍ମୀଧର ପ୍ରଧାନ ୨ ଟି ଉଇକେଟ ନେଇଥିଲେ। ଦ୍ଵିତୀୟ ଫର୍ମାଟ ରେ ବୌଦ୍ଧ ଦଳ ନିର୍ଦ୍ଧାରିତ ୧୦ ଓଭର ରେ ୬ ଉଇକେଟ ହରାଇ ୭୩ ରନ କରିଥିଲା। ଦଳର ବିଭୂତି ମଲ୍ଲିକ ୪୧ ରନ ଓ ତାପସ ପଣ୍ଡା ୧୩ ରନ କରିଥିଲେ। ବିପକ୍ଷ ସୋନପୁର ର ରାକେଶ ପଣ୍ଡା ଓ ପୁରୁଷୋତ୍ତମ ପଣ୍ଡା ପ୍ରତ୍ୟେକ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ଜବାବରେ ସୋନପୁର ଦଳ ଆବଶ୍ୟକୀୟ ୭୪ ରନ କୁ ୫ ଉଇକେଟ ବିନିମୟରେ ସଂଗ୍ରହ କରିଥିଲା । ଦଳର କେ.ଜି.କ୍ରିଷ୍ଣା ୩୧ ରନ ଓ ସୌରଭ ବେଦବାକ ୨୭ ରନ କରିଥିଲେ । ବିପକ୍ଷ ବୌଦ୍ଧ ର ଲକ୍ଷ୍ମୀଧର ପ୍ରଧାନ ଓ ଦେବାଶିଷ ବାଗ ପ୍ରତ୍ୟେକ ଦୁଇଟି ଲେଖାଏଁ ଉଇକେଟ ନେଇଥିଲେ। ସୋମବାର ପୀତାମ୍ବର ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବ ରେ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟି ର ସଭାପତି ରାମ ପ୍ରସାଦ କର୍ଣ୍ଣ ଙ୍କ ଅଧ୍ୟକ୍ଷତା କରିଥିଲେ । କମିରା ସରପଞ୍ଚ ଅନୂଷୟା ପ୍ରଧାନ ମୁଖ୍ୟ ଅତିଥି ଏବଂ ପୂର୍ବତନ ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଂଘ ର ସଭାପତି ପଠାନ ପଣ୍ଡା , ଜିଲ୍ଲା କୃଷକ ସଂଗଠନ ର ଉପସଭାପତି ଧରଣୀ ଧର ପାଢ଼ୀ , ଶ୍ରମିକ ସଂଗଠନ ର ସଭାପତି କର୍ଣ୍ଣରାଜ ପ୍ରଧାନ , କ୍ରୀଡା ସଂଗଠକ ତଥା ବରିଷ୍ଠ ଶିକ୍ଷକ ପ୍ରାଣବନ୍ଧୁ ସାହୁ , ସମାଜସେବୀ ସପନ ପ୍ରଧାନ , ଆୟୋଜକ ସମ୍ପାଦକ ବିଶ୍ୱଜିତ ପାଢ଼ୀ , ପ୍ରାଣବନ୍ଧୁ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ବୌଦ୍ଧ ର ଋଷି ମେହେର ଙ୍କୁ ଶ୍ରେଷ୍ଠ ଫିଲ୍ଡର୍ , ଦେବାଶିଷ ବାଗ ଙ୍କୁ ଶ୍ରେଷ୍ଠ ବୋଲର ଏବଂ ମ୍ୟାନ ଅଫ ଦି ସିରିଜ , ଋଷି ମେହେର ଙ୍କୁ ଶ୍ରେଷ୍ଠ ବେଟର ଓ ସୋନପୁର ର ଅଭିଳାଷ ନାୟକ ଙ୍କୁ ଶ୍ରେଷ୍ଠ ଉଇକେଟ କିପର ଓ କେ. ଜି. କ୍ରିଷ୍ଣା ଙ୍କୁ ମ୍ୟାନ ଅଫ ଦି ଫାଇନାଲ ଭାବେ ପୁରସ୍କୃତ କରାଯାଇଥିଲା । ଚାମ୍ପିଅନ ସୋନପୁର ଦଳକୁ ନଗଦ ୨୦ ହଜାର ଟଙ୍କା ସହିତ ଟ୍ରଫି ଏବଂ ରନର୍ସ ଅଫ ବୌଦ୍ଧ ଦଳ କୁ ନଗଦ ୧୫ ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚ୍ କୁ ଓସିଏ ମାନ୍ୟତାପ୍ରାପ୍ତ ଅମ୍ପାୟାର ଚୂଡ଼ାମଣି ପାଢ଼ୀ ଓ ଶ୍ୟାମ ସୁନ୍ଦର ପଣ୍ଡା ପରିଚାଳନା କରିଥିବା ବେଳେ ଚନ୍ଦ୍ର ଶେଖର ପ୍ରଧାନ ସ୍କୋରର , ପରୀକ୍ଷିତ କର୍ଣ୍ଣ ଅନ ଲାଇନ ସ୍କୋରର ଏବଂ ବି. ଏସ୍. ରାଓ, ଦେବେନ୍ଦ୍ର ଭୋଇ ଓ ପୀତାମ୍ବର ସାହୁ ଧରାବିବରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ