Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମରଣ ଯନ୍ତା ରେ ପୁରୁଣା ପଡାରୁ ଭୂଇଗୁଡ଼ା ରାସ୍ତା

କଳାହାଣ୍ଡି, ୦୯/୦୧ (ଜଗନ୍ନାଥ ନାଏକ) : ଭବାନୀପାଟଣା ପୌରସଂସ୍ଥା ଅନ୍ତର୍ଗତ ୧୫ ନମ୍ବର ୱାର୍ଡ ର ୟୁ ପି ସ୍କୁଲ ରୁ ଭୂଇଗୁଡ଼ା ରାସ୍ତା ଗତ ୫ ବର୍ଷ ହେବ ଖାଲ ଖମା ରେ ପୂର୍ଣ ହୋଇଛି.ଏଣୁ ଏହି ଅଞ୍ଚଳ ଦେଇ ପ୍ରତିଦିନ ପୁରୁଣା ପଡା,ଶମ୍ଭୁନଗର ସମେତ ରିସିଙ୍ଗା ପଂଚାୟତ ର ୮ ଗୋଟି ଗ୍ରାମର ଲୋକେ ଯାତାୟାତ କରନ୍ତି.ରାସ୍ତାର ଦୟନୀୟ ଅବସ୍ଥା ଯୋଗୁ ଅନେକ ସମୟ ରେ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି.ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବୀ ପରେ ମଧ୍ୟ ପ୍ରଶାସନ ଓ ପୌର ପରିଷଦ ର ନିଦ୍ରାଭଙ୍ଗ ହେଉନାହିଁ.ରାସ୍ତା ନିର୍ମାଣ ପାଇଁ ଏକ ବର୍ଷ ପୂର୍ବରୁ ପୌରପରିଷଦ ତରଫରୁ ଓସାରିଆ ରାସ୍ତା ନିର୍ମାଣ ପାଇଁ ଚି଼ହ୍ନଟ ପ୍ରକ୍ରିୟା ଶେଷ ହୋଇଯାଇଛି.ଗତ ୨୯ ମଇ ୨୦୨୩ ରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ୧୩ ଜୁନ ୨୦୨୩ ରେ ଟେଣ୍ଡର ଓପନ କରାଯାଇଥିଲା.ପୁରୁଣା ପଡା ଯୁପି ସ୍କୁଲ ରୁ ତ୍ରୀନାଥ ମନ୍ଦିର ପର୍ଯ୍ୟନ୍ତ ୨୮୫ ମିଟର ଓ ୬ ମିଟର ଓସାର ଏବଂ ତ୍ରିନାଥ ମନ୍ଦିର ଠାରୁ ମାଲସୁ ଦୋକାନ ପର୍ଯ୍ୟନ୍ତ ୨୮୫ ମିଟର ଲମ୍ବ ଓ ୬ ମିଟର ଓସାର ର ପିଚୁ ରାସ୍ତା ନିର୍ମାଣ ପାଇଁ ଦୁଇଟି ଟେଣ୍ଡର ରେ ୩୨ ଲକ୍ଷ ରୁ ଉର୍ଧ୍ଵ ଟଙ୍କା ର ବ୍ୟୟ ଅଟକଳ ରେ ରାସ୍ତା କରାଯିବାର ସ୍ତିରୀକୃତ ହୋଇଛି.ଟେଣ୍ଡର ହେବାର ଦୀର୍ଘ ୬ ମାସ ହୋଇଯାଇଥିଲେ ବି ରାସ୍ତା ନିର୍ମାଣ ରେ ବିଳମ୍ବ ହେଉଛି.ଚି଼ହ୍ନଟ ହୋଇଥିବା ଗୃହଗୁଡିକ ଭାଙ୍ଗି ଟେଣ୍ଡର ପ୍ରକ୍ରିୟା ଅନୁଯାୟୀ ଉନ୍ନତ ମାନର ରାସ୍ତା ତୁରନ୍ତ ନିର୍ମାଣ କରିବା ପାଇଁ ଅଂଚଳବାସି ଦାବୀ କରୁଛନ୍ତି.