Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନର୍ଲା ପୋଲିସକୁ ବଡ଼ ସଫଳତା ଗଞ୍ଜେଇ ମାଫିଆ କୁ ଗିରଫ କଲା ନର୍ଲା ପୋଲିସ ୨ ଜଣ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ

କଳାହାଣ୍ଡି, ୧୦/୦୧ (ଜଗନ୍ନାଥ ନାଏକ) : ମାଦକ ଦ୍ରବ୍ୟ ଜୀବନ ପ୍ରତି ବିପଦ ବୋଲି ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ ସରକାରୀ ତଥା ବେସରକାରୀ ସଂସ୍ଥା ପକ୍ଷରୁ ବାର୍ତ୍ତା କଲେ ମଧ୍ୟ ଆଜିର ମଣିଷ ମାଦକ ଦ୍ରବ୍ୟ ପ୍ରତି ଅଧିକ ଆକୃଷ୍ଟ ହେଉଥିବାରୁ ଏହାର ଚୋରା ଚାଲାଣ କଳାହାଣ୍ଡି ଜିଲ୍ଲା ରେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ପାଇଁ ନର୍ଲା ପୋଲିସ ଅହରହ ପ୍ରୟାସ କରୁଥିବା ବେଳେ ଗତ କାଲି ମଙ୍ଗଳବାର ଦିନ ସକାଳ ସମୟରେ କୌଣସି ସୂତ୍ରରୁ ଖବର ପାଇଁ ବଳିପଡ଼ା ଏକ ଢ଼ାବା ନିକଟରେ ପୋଲିସ ହାବୁଡ଼ାରୁ ବର୍ତ୍ତି ପାରି ନଥିଲେ ଗଞ୍ଜେଇ ଚୋରା ଚାଲାଣ କାରି ମାନେ । ଦୁଇଜଣ ଗଞ୍ଜେଇ ବେପାରୀ ଅଭିଯୁକ୍ତ ଙ୍କୁ ପୋଲିସ କାବୁ କରି ତାଙ୍କ ପାଖରୁ ପାଖାପାଖି ବାଇଶି କେଜି ରୁ ଉର୍ଦ୍ଧ ଗଞ୍ଜେଇ, ସମେତ ୨ ଗୋଟି ଦାମୀ ମୋବାଇଲ ଫୁନ, ସହିତ ଦୁଇଟି ବାଇକ୍ ଜବତ କରିଛି ଏବଂ ନଗଦ ୧୭ ହଜାର ୮୫୦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଏହା ପ୍ରଥମ ଥର ନୁହେଁ ଆଗକୁ ମଧ୍ୟ ଏଭଳି କାରବାର କରି ଆସୁଥିଲେ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଦୁଇ ଅଭିଯୁକ୍ତ ବର୍ଷ ବର୍ଷ ଧରି କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳରୁ ବାଇକ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୋଲିସ ଆଗରେ ସ୍ଵୀକାର କରିଥିବା ସୁଚନା ମିଳିଛି ଅଭିଯୁକ୍ତ ଙ୍କୁ ଆଜି ୬୨୫ କେଶ୍ ନମ୍ବରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ନର୍ଲା ପୋଲିସ ପକ୍ଷରୁ ସୁଚନା ରହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ