Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦଶହଜାରରୁ ଉର୍ଦ୍ଧ୍ଵ ଦର୍ଶକଙ୍କ ସମାଗମ ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ୭ଦିନ ବ୍ୟାପି ୨ୟ ଧନୁଯାତ୍ରା ଉଦଯାପିତ,କଂସ ନିଧନରେ ମଥୁରାନଗରୀ ଉଲ୍ଲସିତ

ଚିପିଲିମା,ସମ୍ବଲପୁର ବୁର୍ଲାଥାନା ଚିପିଲିମା ରେ ୭ଦିନ ବ୍ୟାପି ଅନୁଷ୍ଠିତ ଧନୁଯାତ୍ରା ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଥିବାବେଳେ,ଶେଷ ରଜନୀରେ କୃଷ୍ଣଙ୍କ ହାତରେ କଂସ ନିଧନରେ ମଥୁରାରେ ଖୁସିର ଲହରୀ ଖେଳିଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ବିଧାୟକ ନାଉରୀ ନାଏକ ଯୋଗଦାନ କରି ଦୀପ ପ୍ରଜ୍ବଳନ କରିଥିବାବେଳେ,ଏହି ଅନୁଷ୍ଠାନ ପାଇଁ ଯଥାସାଧ୍ୟ ସହଯୋଗ କରିବେ ବୋଲି କହି ଆସନ୍ତା ବର୍ଷରେ ଏହା ୯ଦିନ ବ୍ୟାପି କରିବାକୁ ପରାମର୍ଶ ଦେଇଥିଲେ।ସମ୍ମାନୀୟ ଅତିଥି ଭାବରେ ସମାଜସେବୀ ଚିତ୍ତରଞ୍ଜନ ବାରିକ ଯୋଗଦାନ କରିଥିଲେ।ଅନ୍ୟତମ
ନିମନ୍ତ୍ରିତ ଅତିଥି ମଧ୍ୟରେ ସମାଜସେବୀ ରାଧାକାନ୍ତ ଦାସ,ସନ୍ତୋଷ ଅଗ୍ରୱାଲ,ଗୋପାଳ ମୋରେ,ରାଜୀବ ଦାସ,ଅରୁଣ ମିଶ୍ର ,ଆଲୋକ ବେହେରା,ହରିଶ୍ଚନ୍ଦ୍ର ଦଳାଇ ପ୍ରମୁଖ ଯୋଗଦାନ କରିଥିଲେ।ସମସ୍ତ ଅତିଥୀମାନଙ୍କୁ ଉପଢୌକନ ଦେଇ କମିଟି ପକ୍ଷ୍ୟରୁ ସମ୍ମାନିତ କରାଯାଇଥିଲା।କମିଟି ସଭାପତି ଚନ୍ଦ୍ରକାନ୍ତ ଗୌଡ଼,ସମ୍ପାଦକ କହ୍ନା ପଣ୍ଡା,ସହସମ୍ପାଦକ ସନ୍ତୋଷ ବିଶ୍ୱାଳ,କୋଷାଧ୍ୟକ୍ଷ ଅଶୋକ ସ୍ୱାଇଁ ପ୍ରମୁଖଙ୍କ ତତ୍ୱବାଧାନରେ ତଥା ଅଞ୍ଚଳବାସୀଙ୍କ ସହଯୋଗରେ ଅନୁଷ୍ଠିତ ୭ ଦିନ ଧନୁଯାତ୍ରା ସମାରୋହ ଶାନ୍ତିଶୃଙ୍ଖଳା ମଧ୍ୟରେ ଅନୁଷ୍ଠିତ ହୋଇଯାଇଥିବା ବେଳେ କମିଟିର ସଦସ୍ୟ ସଦସ୍ୟା ତଥା ଅଞ୍ଚଳବାସୀ, କଂସ ଭୂମିକାରେ ଅଭିନୟ କରିଥିବା ଭୁବନେଶ୍ୱର ପ୍ରଧାନ ଏବଂ ତାଙ୍କ ସମସ୍ତ କଳାକାର,ବାଦ୍ୟଯନ୍ତ୍ର ରେ ସହଯୋଗ କରିଥିବା କଳାକାର,କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ଶିକ୍ଷ୍ୟୟତ୍ରୀ ସରିତା ଦାସ ଓ ଶିକ୍ଷକ ସୁଦର୍ଶନ ତ୍ରିପାଠୀଙ୍କୁ କମିଟି ପକ୍ଷ୍ୟରୁ ଉପଦେଷ୍ଟା ଭୀଷ୍ମଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକାଶ ଥାଉକି ଆୟୋଜିତ ଧନୁଯାତ୍ରା ରେ ସମଗ୍ର ଚିପିଲିମା ଅଞ୍ଚଳ ୭ଦିନ ବ୍ୟାପି ମଥୁରାନଗରୀ ଭାବରେ ତଥା କଂସରାଜରେ ଚଳଚଂଚଳ ହୋଇଥିବାବେଳେ,ଗୋପପୁର ଭାବରେ ଚିପିଲିମା ପୁରୁଣା ମାର୍କେଟ ଅଞ୍ଚଳ ଚଳଚଞ୍ଚଳ ହୋଇଥିଲା।ପ୍ରତ୍ୟହ ଧନୁଯାତ୍ରା ସନ୍ଧ୍ୟାରେ ଶହସ୍ରାଧିକ ଦର୍ଶକଙ୍କ ଭିଡ଼ ପରିଲିକ୍ଷିତ ହୋଇଥିବାବେଳେ,ଶେଷ ସନ୍ଧ୍ୟାରେ ୧୦ ହଜ଼ାରରୁ ଉର୍ଧ୍ବ ଦର୍ଶକଙ୍କ ସମାଗମ ଦେଖିବାକୁ ମିଳିଥିଲା।ଶାନ୍ତିଶୃଙ୍ଖଳା ପାଇଁ ବୁର୍ଲାଥାନା ପକ୍ଷ୍ୟରୁ ଚିପିଲିମା ଫାଣ୍ଡି ଅଧିକାରୀ ତପନ ପ୍ରଧାନଙ୍କ ତତ୍ୱବାଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଥିଲେ।ଚିପିଲିମା ପ୍ରଥମ ଧନୁଯାତ୍ରାରେ ମିନାବଜାର ରେ ବ୍ୟାପକ ଜୁଆଖେଳ ହୋଇଥିଲା,ଯାହାକି ଅଂଚଳବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା।ହେଲେ ଚଳିତ ଧନୁଯାତ୍ରା ମିନାବଜାରରେ ବିନା ଜୁଆ ଖେଳରେ ସୁନ୍ଦର ପରିଚାଳନା ମଧ୍ୟରେ ଅତିସୁନ୍ଦର ଭାବରେ ଧନୁଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ,ସଚେତନ ବୁଦ୍ଧିଯିବି ମହଲରେ ଭୁରିଭୁରି ପ୍ରଶଂସା କରାଯାଇଛି।