Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟପାଳ ଙ୍କ ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ।ରଙ୍ଗେଇଲୁଣ୍ଡା ବିମାନ ପଡ଼ିଆରେ ଗାର୍ଡ ଅଫ ଅନର ପ୍ରଦାନ।

ଗୋପାଳପୁର,୧୦/୦୧
ମହାମହିମ ରାଜ୍ୟପାଳ ରଘୁବର ଦାସ ଦୁଇ ଦିନିଆ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ ରହିଥିବା ବେଳେ ଆଜି ସକାଳ ୧୧.୧୫ ସମୟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ ଠାରେ ବିମାନ ଯୋଗେ ଆସି ଅବତରଣ କରିଥିଲେ l ଏୟାର ଷ୍ଟ୍ରିପ ପରିସରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭି, କିର୍ତ୍ତୀ ଭାସନ, ବ୍ରହ୍ମପୁର ଏସ.ପି ଡା ଶ୍ରବଣା ବିବେକ ଏମ ପ୍ରମୁଖ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ l ପରେ ଏୟାର ଷ୍ଟ୍ରିପରେ ରାଜ୍ୟପାଳଙ୍କୁ ଗାର୍ଡଅଫ ଅନର ଦିଆଯାଇଥିଲା l ପରେ ଜାତୀୟ ରାଜପଥ ଦେଇ ପାରଳାଖେମୁଣ୍ଡି ଗସ୍ତ କରିଥିଲେ lରାତିରେ ରାଜ୍ୟପାଳ ଗୋପାଳପୁର ପ୍ରତ୍ୟାବର୍ତ୍ତନ କରିବା ସହ ସର୍କିଟ ହାଉସ ରେ ରାତ୍ରିଯାପନ କରିବା ସହ
ଗୁରୁବାର ଗଞ୍ଜାମ ଜିଲ୍ଲାର ମା ତାରାତାରିଣୀ ଦର୍ଶନ ପରେ ହୁମ୍ମା, ଛତ୍ରପୁର, ଚମାଖଣ୍ଡି, କୁକୁଡାଖଣ୍ଡି ଗସ୍ତ କରି ଅପରାହ୍ନ ୪.୫୦ ସମୟରେ ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପରୁ ବିମାନ ଯୋଗେ ଭୁବନେଶ୍ୱର ଗସ୍ତ କରିବେ ବୋଲି ସୂଚନା ରହିଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories