Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତୁଳୁ ରେ ଅନୁଷ୍ଠିତ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେଲେ ଉତ୍ତରାଖଣ୍ଡ ରାଜ୍ୟ ସଭା ସାଂସଦ ଡ଼ କଳ୍ପନା ସୈନି।

ଗୋପାଳପୁର,୧୦/୦୧
ରଂଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ତୁଳୁ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବିଜେପି ପକ୍ଷରୁ ବିକଶିତ ଭାରତ ସଂକଳ୍ପ ଯାତ୍ରା’ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ ରାଜ୍ୟର ରାଜ୍ୟସଭା ସାଂସଦ ତଥା ବିଜେପିର ବରିଷ୍ଠ ନେତ୍ରୀ ଡ଼ଃ କଳ୍ପନା ସୈନି ଯୋଗଦେଇ ‘ବିକଶିତ ଭାରତ ସଂକଳ୍ପ ଯାତ୍ରା’ର ରଥ ଉପରେ ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ କୁ ନେଇ ମତ ରଖି ଥିଲେ। ସଚେତନତା ରଥକୁ ଦେଖି ସ୍ଥାନୀୟ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍କଣ୍ଠା ଦେଖିବାକୁ ମିଳିଥିଲା ଏବଂ ପଞ୍ଚାୟତରେ ସଂକଳ୍ପଯାତ୍ରାର ସଚେତନତା ରଥକୁ ଭବ୍ୟ ସ୍ୱାଗତ କରାଯାଇ ଥିଲା। ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ରର ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇ ଥିଲେ।ବିଜେଡି ନେତୃତ୍ବାଧୀନ ସରକାର ଦୀର୍ଘ ୨୩ ବର୍ଷ ହେଲା କ୍ଷମତାରେ ରହିଥିବା ବେଳେ ଅନେକ ସମୟରେ କେନ୍ଦ୍ରର ଅବହେଳା ଦର୍ଶେଇ ନିଜର ଫାଇଦା ନେଉଛନ୍ତି। ତୃଣମୂଳ ସ୍ତରରେ ଉନ୍ନୟନ ମୂଳକ କାମ ପାଇଁ ପାଣ୍ଠି କେଉଁଠାରୁ ଅନୁଦାନ ମିଳିଛି ଜନସାଧାରଣ ତାହା ଜାଣନ୍ତି ନାହିଁ। ତେଣୁ ବିଜେଡି ସରକାର ଲୋକଙ୍କୁ ନବୀନ ପଟ୍ଟନାୟକଙ୍କ ନାମ ନେଇ ହୃଦୟ ଜିତିବାକୁ ଉଦ୍ୟମ କରିଥାଆନ୍ତି। ଏଥର କିନ୍ତୁ ନିର୍ବାଚନ ପୂର୍ବରୁ ବିଜେପି ବିସ୍ତୃତ ଯୋଜନା କରିଛି।ବିକଶିତ ଭାରତ ସଂକଳ୍ପ ଯାତ୍ରା ମାଧ୍ୟମରେ କେନ୍ଦ୍ର ସରକାରଙ୍କ ପ୍ରମୁଖ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଉଛି। ଏହି କାର୍ଯ୍ୟକ୍ରମରେ ସରକାରୀ ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କର ପଞ୍ଜୀକରଣ କରାଯାଇଥିଲା। ଘର ପାଖରେ ସରକାରୀ ଯୋଜନାର ଲାଭ ପାଇବାର ସୁବିଧା ପହଞ୍ଚି ଥିବାରୁ ପଞ୍ଚାୟତରେ ସ୍ଥାନୀୟ ମହିଳା ଓ ପୁରୁଷମାନେ ସଂକଳ୍ପ ଯାତ୍ରାର ସଚେତନତା ରଥକୁ ପାରମ୍ପରିକ ଢଙ୍ଗରେ, ଘଣ୍ଟଘଣ୍ଟା, ହୁଳହୁଳି ଓ ବାଦ୍ୟ ବଜାଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ସଚେତନତା ବାହନରେ ଲାଗିଥିବା ଏଲଇଡି ପରଦାରେ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସାରଣ କରାଯାଇ ଲୋକଙ୍କୁ ସଚେତନ କରାଇବା ସହ ସ୍ଥାନୀୟ ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା, ଅଙ୍ଗନୱାଡ଼ି କର୍ମୀ, ବିଭିନ୍ନ ଯୋଜନାର ନୋଡାଲ ଅଧିକାରୀ, ବ୍ୟାଙ୍କ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ, କୃଷି ବିଭାଗ କର୍ମଚାରୀମାନେ ସଭା ସ୍ଥଳରେ ଉପସ୍ଥିତ ରହି ସାଧାରଣ ଲୋକଙ୍କୁ ସଚେତନ କରିବା ସହ ସେମାନଙ୍କୁ ସରକାରୀ ଯୋଜନାରେ ସାମିଲ କରାଇଥିଲେ। ସଂକଳ୍ପ ଯାତ୍ରାର ସଚେତନତା ରଥଦ୍ୱାରା କେନ୍ଦ୍ର ସରକାରଙ୍କ ପିଏମ ଆବାସ, ଉଜ୍ଜ୍ୱଳା, ବୀମା ଯୋଜନା, ଗରିବ କଲ୍ୟାଣ ଅନ୍ନ ଯୋଜନା, କୃଷି ବିଭାଗ, ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ପ୍ରମୁଖ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ସ୍ଥାନୀୟ ସାଧାରଣ ହିତାଧିକାରୀମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏଥିରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର, ସିଡ଼ିପିଓ ଜୋତ୍ସ୍ନl ରାଣୀ ପାଢ଼ୀ,ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ବିଜେପି ଜିଲ୍ଲା ସଭାପତି ଡ଼ଃ ସୁବାଷ ସାହୁ,ବିଜେପି ଜିଲ୍ଲା ସଭାନେତ୍ରୀ ରତ୍ନଗଭା ସରସ୍ଵତୀ ଦେବୀ,କୋଳଥିଗାଁ ସରପଞ୍ଚ ଜଗମୋହନ ପାତ୍ର, ବାଳକୃଷ୍ଣ ସାମନ୍ତରା, ଗଙ୍ଗାଧର ଶତପଥୀ, ସୁଶାନ୍ତ ନାୟକ ଇନ୍ଦ୍ରାଖି ସରପଞ୍ଚ ଯୋଶବନ୍ତି ସେଠୀ, ସମିତି ସଭ୍ୟl ମାମାଲି ସେଠୀ , କାଳିଆ ବେହେରା ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ସ୍ଥାନୀୟ ସ୍କୁଲର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories