Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଦର ବ୍ଲକରେ ଅର୍ଥ ଅଭାବରୁ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କାର୍ଯ୍ୟ ଆଶାନୁରୂପକ ହୋଇ ନାହିଁ

ଭବାନୀପାଟଣା, ୧୧/୦୧ (ଜଗନ୍ନାଥ ନାଏକ) : ଆସନ୍ତା ୧୭ ତାରିଖରେ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ର ଉଦଘାଟନ କରାଯିବ। ଏହି ଉଦ୍ଦେଶ୍ୟରେ ରାଜ୍ୟର ସମସ୍ତ ଗ୍ରାମ ଓ ସହର ଗୁଡିକର ୱାର୍ଡ ରୁ ଗୁଆ ଓ ଚାଉଳ ସଂଗ୍ରହ ରଥ ପରିକ୍ରମା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମ ପାଇଁ ପ୍ରତି ପଞ୍ଚାୟତକୁ କୁ ସରକାରୀ ଅନୁଦାନ ୨ ଲକ୍ଷ୍ୟ ଟଙ୍କା ଦେବାର ବ୍ୟବସ୍ଥା ହୋଇଛି। ହେଲେ ଭବାନୀପାଟଣା ସଦର ବ୍ଲକ ଅର୍ନ୍ତଗତ ୩୬ ଗୋଟି ପଞ୍ଚାୟତ ରୁ ସଂଖ୍ୟାଧିକ ପଞ୍ଚାୟତ କୁ ବ୍ଲକ୍ କାର୍ଯ୍ୟାଳୟ ତରଫରୁ ଏହି କାର୍ଯ୍ୟକ୍ରମ ବାବଦକୁ ଆସିଥିବା ଅର୍ଥ ଦିଆ ନ ଯାଇ ପଞ୍ଚାୟତ କର୍ମଚାରୀମାନେ ନିଜେ ନିଜେ ଖର୍ଚ କରି କାର୍ଯ୍ୟକ୍ରମ କରିଥାନ୍ତୁ ପରେ ଅର୍ଥ ଆସିଲେ ଅର୍ଥ ଦିଆଯିବ ବୋଲି ବ୍ଲକ୍ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଯାହା ଦ୍ୱାରା ଅର୍ଥ ଅଭାବରୁ ଏହି କାର୍ଯ୍ୟକ୍ରମ ଅଧିକାଂଶ ପଞ୍ଚାୟତ ରେ ସମ୍ପୂର୍ଣ୍ଣ ଭାବେ ସଫଳ ହୋଇ ପାରି ନଥିବାରୁ ଜଗନ୍ନାଥ ପ୍ରେମୀ ମାନେ ଦୁଃଖିତ ହୋଇପଡିଛନ୍ତି। ଅନେକ ଗ୍ରାମକୁ ଜୟ ଜଗନ୍ନାଥ ଅର୍ପଣ ରଥ ପହଂଚି ପାରି ନଥିବାରୁ ବ୍ଲକ ର ଶହ ଶହ ଭକ୍ତ ନିଜ ନିଜ ଘର ସମ୍ମୁଖ ରେ ଗୁଆ ଓ ଅରୁଆ ଚାଉଳ ଧରି ଜଗନ୍ନାଥ ଅର୍ପଣ ରଥଙ୍କୁ ଚାଉଳ ଦେବାରୁ ବଂଚିତ ହେଲେ। ଏହି ବଞ୍ଚିତ ଘଟଣା ଭକ୍ତ ଙ୍କୁ ଦୁଃଖିତ କରିଦେଇଛି। ଏ ସମ୍ପର୍କରେ କେତେକ ପଞ୍ଚାୟତ ର ନୋଡାଲ ଅଧିକାରୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଆମ ପଂଚାୟତ କୁ ୨ ଲକ୍ଷ ଟଙ୍କା ଆସିଛି ପରେ ଦିଆଯିବ ନିଜେ ନିଜେ ଖର୍ଚ କରିଥାନ୍ତୁ ବୋଲି ବ୍ଲକ୍ କାର୍ଯ୍ୟାଳୟ ରୁ କୁହାଯାଇଛି ହେଲେ ଆମେ ଏତେ ଟଙ୍କା କେଉଁଠୁ ଆଣିବୁ। ଆମ ସାଧ୍ୟମତେ କମ୍ ଟଙ୍କା ଖର୍ଚ କରି ବି କାର୍ଯ୍ୟ ଚଳାଇ ଦେଲୁ। ପରେ ଏହି ଅର୍ଥ ମିଳିବ କି ନାହିଁ ଏହି ସନ୍ଦେହ ରେ କେମିତି ବି କାମ ଚଳାଇ ଦେଲୁ। ବ୍ଲକ୍ ପ୍ରଶାସନ ଆଗୁଆ ଅର୍ଥ ଦେଇଥିଲେ କାର୍ଯକ୍ରମ ଖୁବ୍ ସୁନ୍ଦର ଭାବେ କରାଯାଇ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ ପାରିଥାନ୍ତେ। ଏହି ବିଫଳ ସମ୍ପର୍କରେ ଆଲୋଚନା ପାଇଁ ବ୍ଲକ କାର୍ଯ୍ୟାଳୟ କୁ ଆମ ପ୍ରତିନିଧି ଯାଇ ବିଡିଓ ଙ୍କୁ ସାକ୍ଷାତ ନ ପାଇଁ ତାଙ୍କ ଫୋନ୍ କୁ ବାରମ୍ବାର ଯୋଗା ଯୋଗ କରିଥିଲେ ବି ଯୋଗାଯୋଗ ସମ୍ଭବ ହୋଇ ପାରିଲା ନାହିଁ। ଅନେକ ବିଜେଡି ନେତା ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ସଫଳ ହୋଇ ପାରିନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଜିଲ୍ଲା ମହିଳା ବିଜେଡ଼ି ସଭାନେତ୍ରୀ ଲଳିତା ନାୟକ ନିଜେ କୁଲିଆ ମାଲ ପଞ୍ଚାୟତ କୁ ଯାଇ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ସହ ଯୋଗାଯୋଗ କରିଥିବା ଜଣାଯାଇଛି। ସଦର ବିଡିଓ ଙ୍କ ଖାମଖିଆଲି ନୀତିଯୋଗୁଁ ବ୍ଲକ ର ଅନେକ ଉନ୍ନୟନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ଅନେକ ଅଭିଯୋଗ ହେଉଛି ପ୍ରାୟ ସମୟରେ ବ୍ଲକ୍ ର ନିଜ ପ୍ରକୋଷ୍ଠରେ ନ ରହି ଭିଡିଓ କନଫରେନ୍ସ ଓ ଟୁର୍ ରେ ବ୍ୟସ୍ତ ରହୁଥିବାରୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ବିଡିଓ ଙ୍କୁ ନିର୍ବାଚନ ପୂର୍ବରୁ ଅନ୍ୟତ୍ର ବଦଳି ପାଇଁ ସାଧାରଣରେ ଦାବୀ ହେଉଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ