Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାର୍ଡୋଲା ପଞ୍ଚାୟତରେ ପୁରୀ ଶ୍ରୀ ଜଗନ୍ନାଥ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ

ଚିପିଲିମା, ଆସନ୍ତା ୧୭ ତାରିଖରେ ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି।ଏହି ଅବସରରେ ପୁରୀରୁ ଶ୍ରୀଜଗନ୍ନାଥଙ୍କ ଅର୍ପଣ ରଥ ବାହାରି ଗତକାଲି ସମ୍ବଲପୁର ଧନକଉଡା ବ୍ଲକ କାର୍ଡୋଳା ପଞ୍ଚାୟତକୁ ୨ଟି ରଥ ପହଞ୍ଚିଥିଲା।ଗୋଟିଏ ରଥକୁ କାର୍ଡୋଲା ଶ୍ରୀ ଦଧିବାମନ ମନ୍ଦିରରେ ଭବ୍ୟ ସ୍ୱାଗତ କରାଯାଇଥିବାବେଳେ,ଗାଁର ପ୍ରତ୍ୟେକ ଘରୁ ଗୁଆ ଅକ୍ଷତ ଆସିଥିଲା।ବିଧି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା।ଭଜନ
କୀର୍ତନରେ ଗାଁ ମୁଖରିତ ହୋଇଥିଲା।ସମସ୍ତେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ।ପରେ ସମସ୍ତଙ୍କୁ ଅନ୍ନଭୋଗ ବଣ୍ଟନ ହୋଇଥିଲା।ସେହିପରି ଅନ୍ୟ ରଥଟି ତୁଲଣ୍ଡି ଗ୍ରାମରେ ଭବ୍ୟ ସ୍ୱାଗତ କରି ପୂଜାର୍ଚ୍ଚନା କରଯାଇଥିଲା।ପ୍ରତ୍ୟେକ ପରିବାରରୁ ଗୁଆ ଅକ୍ଷ୍ୟତ ଆସିଥିଲା।ପରେ ପରେ ଏହି ଲୋକାର୍ପଣ ରଥଟି ଅଞ୍ଚଳ ପରିକ୍ରମା କରିଥିଲା।ପ୍ରତ୍ୟେକ ସ୍ଥାନରେ ଅର୍ପଣ ରଥକୁ ଭବ୍ୟ ସ୍ୱାଗତ କରାଯାଇଥିବାବେଳେ,ଭକ୍ତି ଭାବରେ ଗୁଆ ଅକ୍ଷତ ଆଣି ଜଗନ୍ନାଥଙ୍କ ଠାରେ ଅର୍ପଣ କରିଥିଲେ।ସରପଞ୍ଚ ଗୋରେଖ ରାଉତଙ୍କ ତତ୍ୱବାଧାନରେ ନାଏଵ ସରପଞ୍ଚ ପ୍ରତିଭା ସାମଲ ସମେତ ଅନିଲ ସାମଲ,ଲୋକନାଥ ମେହେର,ଶେଷ ଥପା,ଚନ୍ଦ୍ରମଣି ମେହେର,ତହସିଲ ସେଠ,ପ୍ରମୁଖଙ୍କ ସହ ପ୍ରତ୍ୟେକ ସ୍ଥାନରେ ସ୍ଥାନୀୟ ଜନସାଧାରଣ ସହଯୋଗ କରିଥିଲେ।